ମଞ୍ଚାବନ୍ଧା ଜଙ୍ଗଲରୁ ୪ ଜୁଆଡ଼ି ଗିରଫ

ବାରିପଦା ଅଫିସ,୧୯ା୧୦- ବାରିପଦା ଟାଉନ ଥାନା ପୋଲିସ ଗୁରୁବାର ରାତିରେ ମଞ୍ଚାବନ୍ଧା ଜଙ୍ଗଲରେ ଚଢ଼ାଉ କରି ୪ ଜୁଆଡିଙ୍କୁ ଗିରଫ କରିଛି। ତେବେ ପୋଲିସର ଅବହେଳା କାରଣରୁ ୮ ରୁ ଊଦ୍ଧ୍ୱର୍ର୍ ଜୁଆଡି ଲକ୍ଷାଧିକ ଟଙ୍କା ଓ ଜୁଆଖେଳ ସାମଗ୍ରୀ ନେଇ ଫେରାର ହେବାରେ ସକ୍ଷମ ହୋଇଛନ୍ତି।
ସୂଚନା ଅନୁଯାୟୀ, ବାରିପଦା ସହର ପାଲବଣୀ ବାଇପାସ୍‌ ତଥା ଜାତୀୟ ରାଜପଥକୁ ଲାଗିରହିଥିବା ମଞ୍ଚାବନ୍ଧା ଜଙ୍ଗଲରେ ଏକ ବଡ଼ ଧରଣର ଜୁଆ ଖେଳ ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ପରେ ପୋଲିସର ଏକ ଟିମ୍‌ ସେଠାରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ତକତପୁର ଅଞ୍ଚଳର ଗୋବିନ୍ଦ ପାଲ, ଝିିରି ବନ୍ଧ ଅଞ୍ଚଳର ପାଗଲୁ ଖମାରୀ, ଚିପଟ ଅସ୍ତିଆ ଅଞ୍ଚଳର ସେଖ ଇଲତାଫ ଓ କାଳିକାପୁର ଅଞ୍ଚଳର କୌଶିିକ ବେହେରାଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ସେଠାରୁ ୨୨ ହଜାର ୯ଶହ ଟଙ୍କା, ୭ଟି ମୋଟରସାଇକେଲ ମଧ୍ୟ ପୋଲିସ ଜବତ କରିଛି। ଘଟଣାସ୍ଥଳରୁ ୮ରୁ ଊର୍ଦ୍ଧ୍ୱ ଜୁଆଡ଼ିି ଫେରାର ହୋଇଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ କେବଳ ୩ଜୁଆଡ଼ି ଖସି ଯାଇଥିବା ସୂଚନା ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଏଠାରେ ଲକ୍ଷ ଲକ୍ଷ ଟଙ୍କାର ଜୁଆ ଖେଳ ସହିତ ଅସାମାଜିକ କାର୍ଯ୍ୟକଳାପ ପ୍ରତିଦିନ ଚାଲୁଥିବା ବେଳେ ପୋଲିସ ବିଳମ୍ବରେ ଖବର ପାଇ ଚଢ଼ାଉ କରିଥିଲା। ଏଥିନେଇ ବାରିପଦା ଟାଉନ ଥାନାରେ ଏକ ମାମଲା (ନଂ.୨୯୫/୧୯) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନ ମୋଡ୍‌ରେ ବିଇଓ: ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ, ଦୁଇ ଶିକ୍ଷକଙ୍କ ଦରମା ବନ୍ଦ

ଉଦଳା,୩ା୯(ସନ୍ତୋଷ ବାଛିନୀ): ଆକ୍ସନ ମୋଡ୍‌ରେ କପ୍ତିପଦା ବିଇଓ। କାର୍ଯ୍ୟରେ ଅବହେଳା ଏବଂ ନିୟମ ଉଲ୍ଲଂଘନ ପାଇଁ ଜଣେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବା ସହିତ ଦୁଇ ଜଣଙ୍କ ଦରମା…

ଶ୍ୱଶୁର ହେଲେ ରକ୍ତମୁଖା: ଲୁହାରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ମାରିଦେଲେ

ଉଦଳା,୩ା୯(ସନ୍ତୋଷ ବାଛିନୀ): ସାବତ ଶ୍ୱଶୁର ହେଲେ ରକ୍ତମୁଖା। ଲୁହା ରଡ୍‌ରେ ପିଟିପିଟି ଜ୍ୱାଇଁଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ମଝିଗଡ଼ିଆ…

ଧରିତ୍ରୀ ପ୍ରଭାବ; ଅଙ୍ଗନବାଡ଼ିରେ ପିଲାଙ୍କୁ ମିଳୁ ନଥିଲା ରନ୍ଧାଖାଦ୍ୟ, ଜିଲା ପ୍ରଶାସନର ଯାଞ୍ଚ ପରେ ଅଣ୍ଡା…

ଉଦଳା,୩।୯(ସନ୍ତୋଷ ବାଛିନୀ): ଖବର ପ୍ରସାରଣ ପରେ ଆକ୍ସନ ମୋଡରେ ଜିଲା ପ୍ରଶାସନ । ନିଜେ ତଦନ୍ତ କରିବା ପରେ ଅଙ୍ଗନବାଡିରେ ଆରମ୍ଭ ହେଲା ରୋଷେଇ । ଶିଶୁଙ୍କୁ…

ରିଲିଫ ନେଇ ଫେରୁଥିବା ବେଳେ ଛାତ୍ରଙ୍କ ମୁଣ୍ଡରେ ପଡ଼ିଗଲା ନଡ଼ିଆ, ତାପରେ….

ବାରିପଦା,୨।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ସହର ମଧୁବନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗଛରୁ ନଡ଼ିଆ ଖସି ଜଣେ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri