ମଙ୍ଗଳବାର ମୁଣ୍ଡଳୀରେ ପହଞ୍ଚିବ ହୀରାକୁଦର ବନ୍ୟାଜଳ

ସମ୍ବଲପୁର,୧୦।୭: ସମ୍ବଲପୁର ହୀରାକୁଦ ଡ୍ୟାମ୍‌ରୁ ରବିବାର ପୂର୍ବାହ୍ନ ୧୧ଟାରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡାଯିବ। ଏନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଡ୍ୟାମ କର୍ତ୍ତୃପକ୍ଷ। ବିଧି ଅନୁସାରେ ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟରୁ ବନ୍ୟା ଜଳ ନିଷ୍କାସନ କରାଯିବ। ହୀରାକୁଦରୁ ପାଣି ଛଡାଯିବାର ୪୮ଘଣ୍ଟା ପରେ ମୁଣ୍ଡଳୀରେ ବନ୍ୟାଜଳ ପହଞ୍ଚିବ। ଏଥିଯୋଗୁ ମହାନଦୀ ଓ ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବ। କୌଣସି ଅଘଟଣ ଘଟିଲେ ଡ୍ୟାମ୍‌ କର୍ତ୍ତୃପକ୍ଷ ଦାୟୀ ରହିବେ ନାହିଁ ବୋଲି ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ସମ୍ବଲପୁର ସମେତ ସୋନପୁର, କଟକ, ବୌଦ୍ଧ, ଖୋର୍ଦ୍ଧା, ଫୁଲବାଣୀ, ଅନୁଗୋଳ, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର ଓ ପୁରୀ ଜିଲାପାଳଙ୍କୁ ଅବଗତ କରାଯାଇଛି। ଏନେଇ ହୀରାକୁଦ ଡ୍ୟାମ ତଳମୁଣ୍ଡରେ ବାସ କରୁଥିବା ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।

ଶନିବାର ଜଳଭଣ୍ଡାରର ଜଳସ୍ତର ୬୦୮.୩୧ ଫୁଟ ରହିଛି । ଏହାସହ ଜଳଭଣ୍ଡାରରକୁ ପ୍ରତି ସେକେଣ୍ଡରେ ୩୮ ହଜାର ୫୦୧ କ୍ୟୁସେକ ଜଳ ପ୍ରବେଶ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାହାଙ୍କୁ ଦିନେ କୋଳରେ ଧରିଥିଲେ ଲିଓନେଲ ମେସି, ଫାଇନାଲରେ ତାଙ୍କ ସହ କରିବେ ମୁକାବିଲା: ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ନୂଆଦିଲ୍ଲୀ,୧୬।୭: ୨୦୨୬ ଫିଫା ବିଶ୍ୱକପ ଫାଇନାଲ ପାଇଁ ଲାଇନ ଅପ ସ୍ଥିର ହୋଇଛି। ଟାଇଟଲ ମୁକାବିଲା ସ୍ପେନ ଏବଂ ଆର୍ଜେଣ୍ଟିନା ମଧ୍ୟରେ ହେବ। ପ୍ରଥମ ସେମିଫାଇନାଲ୍‌ରେ ଫ୍ରାନ୍ସକୁ…

ବିଦେଶୀ ମଦ ଦୋକାନକୁ ତୁରନ୍ତ ସ୍ଥାନାନ୍ତର କରିବା ଦାବି: ଶତାଧିକ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ବିରାଟ ରାଲି

ଅମରପାଲି, ୧୬।୭ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ନୂଆପଡା ମୌଜାରେ ନିକଟରେ ଖୋଲାଯାଇଥିବା ବିଦେଶୀ ମଦ ଦୋକାନକୁ ତୁରନ୍ତ ସ୍ଥାନାନ୍ତର କରିବା…

ଝୁଲି ଝୁଲି ଆସୁଛନ୍ତି ବଡଠାକୁର, ହରିବୋଲ ଧ୍ୱନିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ

ପୁରୀ,୧୬।୭: ଆରମ୍ଭ ହୋଇଛି ପ୍ରଭୁ ଶ୍ରୀବଳଭଦ୍ରଙ୍କ ପବିତ୍ର ପହଣ୍ଡି । ଶଙ୍ଖ, ଘଣ୍ଟ, ମୃଦଙ୍ଗ ଓ “ହରିବୋଲ” ଧ୍ୱନିରେ ପ୍ରକମ୍ପିତ ହେଉଛି ସମଗ୍ର ବଡ଼ଦାଣ୍ଡ। ଭକ୍ତିରେ ମୁଖରିତ…

ଇତିହାସରେ ପ୍ରଥମଥର ପାଇଁ ଆର୍ଜେଣ୍ଟିନା-ସ୍ପେନ୍‌ ମଧ୍ୟରେ ବିଶ୍ୱକପ ଫାଇନାଲ

ଆଟଲାଣ୍ଟା, ୧୬।୭: ୭ ମିନିଟ ବ୍ୟବଧାନରେ ୨ ଗୋଲ ବଳରେ ଗତଥରର ଚାମ୍ପିୟନ ଆର୍ଜେଣ୍ଟିନା ଏଥର ପୁଣି ଫିଫା ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ…

୪୧ ବର୍ଷରେ ପୁଣି ବିବାହ କରିବାକୁ ଯାଉଛନ୍ତି ଏହି ଅଭିନେତ୍ରୀ: ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌

ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ଜେନିଫର ୱିଙ୍ଗେଟ ପୁଣି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସିଙ୍ଗାପୁରର ବ୍ୟବସାୟୀ ୱିଲିୟମ ଇସମାଏଲଙ୍କୁ ସେ ଜୀବନସାଥୀ ଭାବେ ବାଛିଛନ୍ତି। ଜେନିଫରଙ୍କ…

କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର: ୨୦୨୭ ବିଶ୍ୱକପରେ ଦେଖିବାକୁ ମିଳିପାରେ ୩ଟି ହାଇଭୋଲ୍ଟେଜ ଭାରତ-ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ,୧୬।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ସଦାସର୍ବଦା ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇ ରହିଆସିଛି । ଆଇସିସି (ICC) ଟର୍ନାମେଣ୍ଟଗୁଡ଼ିକରେ ପ୍ରଶଂସକଙ୍କୁ ଏହି ରୋମାଞ୍ଚକର…

ଜୁନିଅରଙ୍କୁ କ୍ରିକେଟ ବ୍ୟାଟ୍‌ରେ ନିସ୍ତୁକ ପିଟିଲେ ସିନିୟର: ଥାନାରେ ଅଭିଯୋଗ ପରେ…

ଦେବଗଡ଼,୧୬।୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ସୁନାମୁଣ୍ଡା ସ୍ଥିତ ନବୋଦୟ ବିଦ୍ୟାଳୟ ଛାତ୍ରାବାସରେ ରାଗିଂ ଅଭିଯୋଗ। ମିଳିଥିବା ସୂଚନାନୁଯାୟୀ, ଯୁକ୍ତ ଦୁଇ ପିଲାଙ୍କ ଦ୍ୱାରା ନବମ ଓ ଦଶମ…

ସ୍କୁଲ ପରିସରରେ ରୋମାନ୍ସ କରିବା ପଡ଼ିଲା ମହଙ୍ଗା: ଭାଇରାଲ ଭିଡିଓ ପରେ ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ…

କନ୍ନୌଜ,୧୬।୭: ଉତ୍ତର ପ୍ରଦେଶର କନ୍ନୌଜ ଜିଲା ସୌରିଖ ବ୍ଲକସ୍ଥିତ ବଝେଡ଼ି କମ୍ପୋଜିଟ ବିଦ୍ୟାଳୟରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri