ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୁଧୁରୁନି ସମସ୍ୟା: ପୂରଣ ହେଲାନି ଗୋଟିଏ ବି ପ୍ରତିଶ୍ରୁତି, ରୋଗୀ ଭୋଗୁଛନ୍ତି ଦୁର୍ଦ୍ଦଶା

ଦଶରଥପୁର,୧ା୯(ଡି.ଏନ୍‌.ଏ.)- ରୋଗୀଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ପ୍ରଦାନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ଯୋଗାଇ ଦେଉଛନ୍ତି। ଏହାସତ୍ତ୍ୱେ ରୋଗୀ ଏହି ସେବାରୁ ବଞ୍ଚତ୍ତ ହୋଇ ହନ୍ତସନ୍ତ ହେଉଥିବା ପରିଲକ୍ଷିତ ହେଉଛି। ବିଭାଗୀୟ ଅଧିକାରୀ ତଥା ନେତାଙ୍କ ଅବହେଳା ଓ ଅଣଦେଖା ପାଇଁ ରୋଗୀଙ୍କ ପାଇଁ ହେଉଥିବା ଯୋଜନା ଠିକ୍‌ଭାବେ ରୂପାୟନ ହୋଇପାରୁ ନାହିଁ। ଏହାର ଉଦାହରଣ ଦଶରଥପୁର ବ୍ଲକର ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ପଡ଼ୋଶୀ ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ଦୈନିକ ଶହଶହ ରୋଗୀ ଆସିଥାନ୍ତି। ମାତ୍ର ରୋଗୀ ସଂଖ୍ୟା ତୁଳନାରେ ଡାକ୍ତର ଓ ନର୍ସଙ୍କର ଅଭାବ ରହିଛି। ତଥାପି କିଛିମାସ ତଳେ ସ୍ବାସ୍ଥ୍ୟକେନ୍ଦ୍ରରେ ଯୋଗ ଦେଇଥିବା ଡାକ୍ତର ଉମାକାନ୍ତ ମଲ୍ଲିକ୍‌ ଅଧିକ ସମୟ ଡ୍ୟୁଟି କରି ଏହି ସମସ୍ୟା ସମ୍ଭାଳି ନେବାକୁ ଉଦ୍ୟମ ଜାରି ରଖିଥିଲେ ହେଁ ଆନୁସଙ୍ଗିକ ସେବା ନ ପାଇ ରୋଗୀମାନେ ନାହଁି ନ ଥିବା ଦୁର୍ଦ୍ଦଶା ଭୋଗୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ବ୍ଲକ ଅଧ୍ୟକ୍ଷାଅଧ୍ୟକ୍ଷ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରୋଗୀ କଲ୍ୟାଣ ସମିତି (ଆର୍‌କେଏସ୍‌)ର ଅଧ୍ୟକ୍ଷ ରହିବାକୁ ନିୟମ ରହିଥିଲାବେଳେ ପ୍ରାୟ ୪ବର୍ଷ ତଳେ ରାଜ୍ୟ ସରକାର ଏହି ନିୟମରେ ପରିବର୍ତ୍ତନ କରିଛନ୍ତି। ତେବେ ବ୍ଲକ ଅଧ୍ୟକ୍ଷାଅଧ୍ୟକ୍ଷଙ୍କ ସ୍ଥାନରେ ବିଧାୟିକା ଏବଂ ବିଧାୟକ ନିଜ ନିର୍ବାଚନ ମଣ୍ଡଳୀରେ ରହୁଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆର୍‌କେଏସ୍‌ର ଅଧ୍ୟକ୍ଷ ରହିବାକୁ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିଛନ୍ତି। ଏହି ପର୍ଯ୍ୟାୟରେ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଟି ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଥାଲକୁଡି ପଞ୍ଚାୟତ ଥାଲକୁଡି ପ୍ଲଟ୍‌ ଖାତା ଓ ମୌଜାରେ ରହିଥିବାବେଳେ ମଙ୍ଗଳପୁର ପଞ୍ଚାୟତ ଯାଜପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ। ତେଣୁ ଏହି ସ୍ବାସ୍ଥ୍ୟକେନ୍ଦ୍ରର ଆର୍‌କେଏସ୍‌ର ଅଧ୍ୟକ୍ଷ ପଦକୁ ନେଇ ଦୁଇ ନିର୍ବାଚନମଣ୍ଡଳୀର ବିଧାୟକଙ୍କ ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଲାଗି ରହଛି। ଏହି କାରଣରୁ ଦୀର୍ଘ ୩ ବର୍ଷ ଧରି ଏଠାରେ କେହି ଅଧ୍ୟକ୍ଷ ପଦରେ ନ ଥିଲେ। ଫଳରେ ସ୍ବାସ୍ଥ୍ୟକେନ୍ଦ୍ରର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବହୁ ସମସ୍ୟା ସୃଷ୍ଟି ହୋଇଥିଲା। ଏହାପରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏହି ସ୍ବାସ୍ଥ୍ୟକେନ୍ଦ୍ର ଆର୍‌କେଏସ୍‌ ଅଧ୍ୟକ୍ଷ ହେବାପରେ ୨୦୧୮ ଜୁଲାଇ ୪ରେ ସମ୍ପୃକ୍ତ ସ୍ବାସ୍ଥ୍ୟକେନ୍ଦ୍ରରେ ଆର୍‌କେଏସ୍‌ ବୈଠକ ବସିଥିଲା। ଏହି ବୈଠକ ସମୟରେ ୫ଦିନ ମଧ୍ୟରେ ଏକ ଆମ୍ବୁଲାନ୍ସ ଓ ଆବଶ୍ୟକ ଥିବା ୫ଟି ଏସି, ସ୍ବାସ୍ଥ୍ୟକେନ୍ଦ୍ରର ଭାଙ୍ଗିଯାଇଥିବା ପାଚେରି ନିର୍ମାଣ, ଖରାପ ହୋଇପଡିଥିବା ନଳକୂପ ମରାମତି ଏବଂ ଦୀର୍ଘ ୩ବର୍ଷ ତଳୁ ଦେଢକୋଟି ଟଙ୍କା ବିନିମୟରେ ନିର୍ମାଣ ହୋଇସାରିଥିବା ଷ୍ଟାଫ୍‌ କ୍ୱାର୍ଟରକୁ ଡାକ୍ତର ଓ ଷ୍ଟାଫ୍‌ଙ୍କୁ ଯୋଗାଇ ଦିଆଯିବା ଭଳି ବିଧାୟକ ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ପ୍ରତିଶ୍ରୁତିକୁ ଦେଢ଼ବର୍ଷ ପୂରିବାକୁ ବସିଥିବାବେଳେ ପ୍ରଣବ ପ୍ରକାଶ ଦାସ ପୁଣିଥରେ ମଧ୍ୟ ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି। ହେଲେ ଏଯାବତ୍‌ ଉକ୍ତ ପ୍ରତିଶ୍ରୁତି ପୂରଣ ହୋଇପାରି ନାହିଁ। ଯାହାକି ସ୍ଥାନୀୟ ଅଞ୍ଚଳବାସୀଙ୍କ ମନରେ କ୍ଷୋଭ ସୃଷ୍ଟି କରିଛି। ଦୈନିକ ୩ ଜିଲାରୁ ୫ଶହରୁ ଊର୍ଦ୍ଧ୍ୱ ରୋଗୀ ଏଠାକୁ ଚିକିସତ୍ା ଲାଗି ଆସୁଥିବାବେଳେ ଚିକିସତ୍ା ତ ମିଳୁଛି, ମାତ୍ର ଏଠାରେ ଚିକିସତ୍ାସହ ଆନୁସଙ୍ଗିକ ଆମ୍ବୁଲାନ୍ସ ସେବା ଏବଂ ଏସି ନ ଥିବା କାରଣରୁ ରୋଗୀଙ୍କୁ ନାହଁି ନ ଥିବା ଦୁର୍ଦ୍ଦଶା ଭୋଗିବାକୁ ପଡୁଥିବା ଜଣାଯାଇଛି। ଏନେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଉମାକାନ୍ତ ମଲ୍ଲ୍‌ିକ୍‌ଙ୍କୁ ପଚାରିବାରେ, ଘଟଣା ସମ୍ପର୍କରେ ସେ ବିଧାୟକ ଦାସଙ୍କୁ ଚିଠି କରିଛନ୍ତି, ଖୁବ୍‌ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ବିଧାୟକ କହିଥିବା ପ୍ରକାଶ କରିଛନ୍ତି।
ଫଟୋ-


Enter your email to get our daily news in your inbox.

All Right Reserved By Dharitri.Com

‘Thanks To Everybody…’, ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂତନ ଭିଡିଓ ବାର୍ତ୍ତା ଜାରି,କହିଲେ…VIDEO

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ନୂତନ ଭିଡିଓ ବାର୍ତ୍ତା ଶୁକ୍ରବାର ରାତିରେ ସାମ୍ନାକୁ ଆସିଛି। ଏହି ସମୟରେ…

ଇସ୍ତଫା ଦେବେ ନାହିଁ ଧର୍ମେନ୍ଦ୍ର ପ୍ରଧାନ! ସରକାରଙ୍କ କଡ଼ା ଆଭିମୁଖ୍ୟ, ଗୋଟିଏ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ମାମଲାରେ ଦାୟିତ୍ୱ ନିର୍ଦ୍ଧାରଣ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ଗତ ଏକ…

ରାଇକିଆରେ ବାହୁଡା଼ ଯାତ୍ରା ସମ୍ପନ୍ନ

ରାଇକିଆ,୨୪ା୭ (ପ୍ରଦୀପ ବେହେରା): ରାଇକିଆ ଠାରେ ଶୁକ୍ରବାର ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ…

ଗଞ୍ଜାମରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା

ଗଞ୍ଜାମ,୨୪ା୭(ବିଦ୍ୟାଧର ସାହୁ/ଅନାଥ ତରାଇ): ଗଞ୍ଜାମ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସକାଳୁ ମନ୍ଦିର ପରିସରରେ ପୂଜାପାଠ ଓ ରୀତିନୀତି ପାଳନ ପରେ ମହାପ୍ରଭୁଙ୍କ…

ଚମକାଇଲା ECBର ନିଷ୍ପତ୍ତି: ଜୋ ରୁଟ୍ ପୁଣି ହେବେ ଇଂଲଣ୍ଡର ଷ୍ଟେଟ୍ କ୍ୟାପଟେନ୍

ଲଣ୍ଡନ,୨୪।୭: : ଇଂଲଣ୍ଡ କ୍ରିକେଟ୍ ଦଳକୁ ମିଳିବାକୁ ଯାଉଛି ଜଣେ ନୂତନ ଟେଷ୍ଟ କ୍ୟାପଟେନ୍। ବରିଷ୍ଠ ବ୍ୟାଟ୍ସମ୍ୟାନ୍ ଜୋ ରୁଟଙ୍କୁ ପୁଣି ଥରେ ଇଂଲଣ୍ଡ ଟେଷ୍ଟ ଦଳର…

୧୧ କେ.ଭି. ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟଣା: ଶକ୍ତି ସଚିବ, କଳାହାଣ୍ଡି ଜିଲାପାଳ ଓ ଏସପିଙ୍କୁ ନୋଟିସ ଜାରି କଲା ଜାତୀୟ ମାନବାଧିକାର କମିଶନ

ଥୁଆମୂଳ ରାମପୁର, ୨୪।୦୭ (ଦୁର୍ଗା କୀର୍ତ୍ତି): ବିଦ୍ୟୁତ୍ ବିଭାଗ ଓ ଟାଟା ପାୱାରର ଚରମ ଅବହେଳା ଯୋଗୁ ଝୁଲନ୍ତା ୧୧ କେ.ଭି. ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି…

CJP ପ୍ରଦର୍ଶନରେ ପାକିସ୍ତାନୀ ଷଡ଼ଯନ୍ତ୍ର! ଜନ୍ତର-ମନ୍ତର ପ୍ରଦର୍ଶନକୁ ନେଇ ବଡ଼ ଖୁଲାସା, ବ୍ଲକ ହେଲା ୪୮୦…

ନୂଆଦିଲ୍ଲୀ,୨୪।୭: ଦିଲ୍ଲୀର ଜନ୍ତର-ମନ୍ତରଠାରେ ‘କକ୍ରୋଚ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନ ମଧ୍ୟରେ ଦିଲ୍ଲୀ ପୋଲିସ ଏକ ବଡ଼ ଖୁଲାସା କରିଛି। ପୋଲିସ ଏକ ବଡ଼…

ସ୍ତ୍ରୀ, ଝିଅଙ୍କୁ ନେଇ ଶ୍ୱଶୁରଘର ଯାଇଥିଲେ: ଫେରୁଥିବା ବେଳେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ….

ଭଞ୍ଜନଗର, ୨୪/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଯୋଗୀମାରି ରାସ୍ତାର ପାଣିଟାଙ୍କି ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri