ମଉଲିକ୍‌ ସୁବିଧାରୁ ବଁଚିତ୍‌ ଆମଠାପଦର ଗାଁବାସୀ

ଭବାନୀପାଟଣା,୨୪।୧(ଡି.ଏନ୍‌.ଏ.): ଝାର ଜଂଗଲ, ପାହାଡ଼ ପରବତ ଘେରା କଳାହାଣ୍ଡି ଜିଲାରେ ସୁଆଧୀନତାର ୭୦ ବଛର ଉତାରୁ ବି ଅନେକ ଗାଁଗଁଡ଼ାର ଲୋକ୍‌ ମଉଲିକ୍‌ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଛନ୍‌। ସମିଆ ଅସମିଆରେ ଇମାନକର ଲାଗି ଭଗବାନ ହିଁ ସାହାଭରସା। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ଜିଲାର ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଁଚେତ୍‌ ଅଧୀନ ଆମଠାପଦର ଗାଁରେ।
ସୂଚନା ଅନ୍‌ସାରେ ଆମଠାପଦର ଗାଁରେ ୩୦ ପରିବାରର ପାଖାପାଖି ୨ଶହ ଲୋକ୍‌ ବାସ୍‌ କରୁଛନ୍‌। ହେଲେ ଗଁାବାସୀ ସବୁପରକାର ମଉଲିକ୍‌ ସୁବିଧା ସୁଯୋଗରୁ ବଁଚିତ୍‌ ଥିବାର ଅଭିଯୋଗ କରିଛନ୍‌। ଗାଁରେ ଲୁକ୍‌କର ପିଇଲା ପାଏନ୍‌ ସୁବିଧା ଲାଗି ଗୁଟେ ନଲ୍‌ଚୁଅଁା ରହିଛେ। ହେଲେ ଗଁାର ଲୋକ୍‌ ସଂଖ୍ୟା ହିସାବେ ଲୁକ୍‌କୁ ନଲ୍‌ଚୁଅଁାର ପାଏନ୍‌ ନିଅଁଟ ପଡ଼ୁଛେ। ଏନ୍‌ତାଥି ଗଁାବାସୀ ନିୟମଗିରି ପାହାଡ଼ରୁ ଝରି ଆସୁଥିବାର ଝରନ୍‌ର ପାଏନ୍‌ ଉପରେ ନିରଭର କରୁଛନ୍‌। ସେନ୍‌ତା ପଁଚେତ୍‌ ଅଫିସନୁ ୪ କି.ମି. ଦୂରେ ରହିଥିବାର ଇ ଗଁାକେ ଯିବାର ଆଏବାର ଲାଗି ଫିଦିନିଅଁା ରାସ୍‌ତାଟେ ନଁାଇଁନ। ଯଦି ବି ଦିନାକେତେ ତଲେ ଗଁାକେ ରାସ୍‌ତା ତିଆରି ହେଇଛେ ବାଟେ ଗୁଟେ ନାଲ୍‌ ରହିଛେ। ନାଲ୍‌ ଉପରେ ପୁଲିଆ ନାଇଁଥିବାର ଲୋକ୍‌ ନାନା ସମସିଆର ସାମନା କରୁଛନ୍‌। ଏନ୍‌ତାଥି ଗାଁବାସୀ ସମିଆ ଅସମିଆରେ ଜରୁରୀକାଲିନ ସେବାରୁ ବଁଚିତ୍‌ ହେଉଛନ୍‌। ଗାଁରେ କିଏ ରୋଗ୍‌ଦୁଖ୍‌ରେ ପଡ଼ଲେ, ଗରଭ୍‌ବତୀ ମହିଲାକୁଁ ଡାକ୍‌ତରଖାନା ନେବାକେ ହେଲେ ଖଟେ ବୁହିକରି ନେବାକେ ପଡ଼ୁଛେ। ରାସ୍‌ତାରେ ଥିବାର ନାଲ୍‌ ଉପରେ ଗୁଟେ ପୁଲିଆ ତିଆରିବାକେ ଗାଁବାସୀ ଅନେକ ସମିଆରେ ପରଶାସନକେ ଗୁହାରି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ଏନ୍‌ତାଥି ବରଷା ଦିନେ ଗାଁବାସୀ ପୂରା ଜଲ୍‌ବଁଦି ଅବସ୍‌ତାରେ ରହୁଥିବାର କହିଛନ୍‌। ଇଆଡ଼େ ଗାଁରେ ଗୁଟେ ଅଙ୍ଗନଓ୍ବାଡି କେନ୍ଦ୍ର ନାଇଁଥିବାର ଲାଗି ଗାଁର ଛୁଆମାନେ ୪ କି.ମି. ଜଂଗଲି ରାସ୍‌ତାରେ ଗଉଡ଼ ଥୁଆଗୁଡ଼ା କେନ୍ଦ୍ରକେ ପଢ଼ି ଯାଉଛନ୍‌। ଦେଶ ସୁଆଧୀନ ହେବାର ୭୦ ବଛର ବିତିଯାଇଥିଲେ ବି ଗାଁବାସୀକର ଲାଗି ବିଜଲିବତୀ ସାତ୍‌ସପନ ହେଇ ରହିଛେ। ସେନ୍‌ତା ଗଁାର ଅନେକ ହକ୍‌ଦାର ହିତାଧିକାରୀ ଭତା, ଆବାସ ଯୋଜନାରୁ ବଁଚିତ୍‌ ଥିବାର ଅଭିଯୋଗ କରିଛନ୍‌। ଜିଲା ପରଶାସନ ଆମଠାପଦର ଗାଁ ଉପରେ ଦୁରୁଷ୍‌ଟି ଦେଇ ମଉଲିକ୍‌ ସୁବିଧା ସୁଯୋଗ ସଂଗେ ଲୁକ୍‌କୁ ସରକାରୀ ସୁବିଧା ଯୁଗେଇ ଦେବାକେ ଗଁବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

କାମ ସାରି ଫେରିବା ବେଳେ ଖଣ୍ଡା-କାତିରେ ଆକ୍ରମଣ କରି ହତ୍ୟା, ୮ଜଣଙ୍କୁ ଆଜୀବନ କାରାଦଣ୍ଡରେ…

ଛତ୍ରପୁର,୨୦ା୨(ଦିଲୀପ ସାମଲ)- ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଦୟାପଲ୍ଲୀ ଗ୍ରାମର ୨୦୧୨ର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଶୁକ୍ରବାର ପ୍ରକାଶ ପାଇଛି। ଛତ୍ରପୁର ଅତିରିକ୍ତ ଜିଲା…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri