ମଉଲିକ୍‌ ସୁବିଧାରୁ ବଁଚିତ୍‌ ସଦାନନ୍ଦଟିକ୍ରାବାସୀ

ଗଣ୍ଡତୁରୁମ, ୬।୧୧(ଡି.ଏନ୍‌.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍‌ ଅଧୀନ ସଦାନନ୍ଦଟିକ୍ରାବାସୀ ପିଇଲା ପାଏନ୍‌ ଲାଗି ବଡ଼ା ଗୁଲ୍‌ଗୁଲା ହେଉଛନ୍‌। ଗଁ। ରେ ଥିବାର ଗୁଟେବଲି ନଲ୍‌ଚୁଅଁ। ନୁ ଅସ୍‌କୁରା ପାଏନ୍‌ ବାହାରୁଛେ। ବିଭାଗୀୟ ଅଧ୍‌କାରୀମାନ୍‌କୁ ଗୁହାରି କଲେ ବି କେହି ନାଇଁ ଶୁନୁଥିବାର ଗଁ।ବାସୀ ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ସଦାନନ୍ଦଟିକ୍ରାରେ ୩୦ ପରିବାରର ପାଖାପାଖି ୧୫୦ଶହ ଲୋକ୍‌ ବାସ କରୁଛନ୍‌। ପିଇଲା ପାଏନ୍‌ ସୁବିଧା ଲାଗି ଗଁ।ରେ ଗୁଟେ ନଲ୍‌ଚୁଅଁ।  ରହିଛେ। ହେଲେ ସେ ନଲ୍‌ଚୁଅଁ।ରୁ ଅସ୍‌କୁରା ପାଏନ୍‌ ବାହାରୁଛେ। ଯେନ୍‌ଟାକେ ଗଁ।ବାସୀ ବେଭାର କରି ଅନେକ ସମିଆରେ ନାନା ରୋଗ୍‌ରେ ପଡ଼ୁଛନ୍‌। ଏନ୍‌ତାଥି ଗଁ।ର ଅନେକ ଲୋକ୍‌ ଖୁର୍ଡ଼ିଆମୁଣ୍ଡା ବଁଧ୍‌ର ପାଏନ୍‌କେ ଖାଏବା ପିଇବାରେ ବେଭାର କରୁଛନ୍‌। ଆରକେତେ ନଲ୍‌ଚୁଅଁ।ର ଅସ୍‌କୁରା ପାଏନ୍‌କେ ବେଭାର କରୁଛନ୍‌। ଅସ୍‌କୁରା ପାଏନ୍‌ ବେଭାର କରି ଭାଙ୍ଗକୁଦ ଗଁ।ରେ ଗଲା ୫ ବଛର ଭିତରେ କିଡ଼୍‌ନୀ ରୋଗ୍‌ରେ ୧୪ ଝନ୍‌ ମଲେନ। ଏନ୍‌ତାଥି ସଦାନନ୍ଦଟିକ୍ରାରେ ବି ପିଇଲା ପାଏନ୍‌ ଲାଗି କେତେବେଲେ କିଡ଼୍‌ନୀ ରୋଗ୍‌ ବହପିବା ବଲି ଗଁ।ବାସୀ ଭଏଭିତ ଅବସ୍‌ତାରେ ରହିଛନ୍‌। ପିଇଲା ପାଏନ୍‌ ସୁବିଧା ଲାଗି ଗଁ।ବାସୀ ଅନେକ୍‌ ସମିଆରେ ବିଭାଗୀୟ ଅଧ୍‌କାରୀମାନକୁ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ସେନ୍‌ତା ଗଁ।କେ ଫିଦିନିଅଁ।  ରାସ୍‌ତାଟେ ନଁ।ଇଁନ। ଟ୍ରାକ୍ଟର ଯିବାର ଆଏବାର ହୁରି ରାସ୍‌ତା

ଗଁ।ବାସୀକର ସାହାଭରସା। ହେଲେ ବରଷା ଦିନେ ଗଁ।ବାସୀକର ଦୁଖ୍‌ ଦୁଇଗୁନା ହେଇଯାଉଛେ। ଏନ୍‌ତା କି ଗଁ।ରେ କାହାର ଦିହିପା ଖରାପ ହେଲେ, ଗରଭ୍‌ବତୀ ମହିଲାକୁଁ ଡାକ୍‌ତରଖାନା ନେବାକେ ହେଲେ ଖଟେ ବୁହି ମୁଖିଆ ରାସ୍‌ତା ତକ୍‌ ନେବାକେ ପଡ଼ୁଛେ। ଗଁ। ଖୁଲିରେ ବିଜଲିବତୀର ବେସ୍‌ତା ନାଇଁଥିବାର ଲାଗି ବେଲବୁଡତେ ବୁଡ଼ତେ କୁଁ କୁଁ ଅଁଧାର ହେଇଯାଉଛେ। କ୍ଲବ ଘର ଅଭାବୁ ବସାଉଠା, ସାମାଜିକ କାଯ୍‌ ଲାଗି ଗଁ।ବାସୀ ବଡ଼ଭାରି ଅସ୍‌ବିଧାର ସାମନା କରୁଛନ୍‌। ଅନେକ ପରକର ମଉଲିକ ସୁବିଧାରୁ ବଁଚିତ୍‌ ସଦାନନ୍ଦଟିକ୍ରାବାସୀ ଆଏବାର ଦିନେ ଉଲ୍‌ଗୁଲାନ ଲାଗି ସଜ୍‌ବାଜ ହେଉଥିବାର ସୂଚନା ଦେଇଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀ ପିନ୍ଧିଥିବା ଶାଢ଼ୀରେ ତଣ୍ଟି ଚିପି…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ବନିତା ଶବର, ପଞ୍ଚାୟତର ଉନ୍ନତି ନିମନ୍ତେ…..

ଗୁଡାରି,୧୮।୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକର ଏମକେରାଇ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କଲେ ବନିତା ଶବର । ଗ୍ରାମପଞ୍ଚାୟତର…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri