ଭୟ ବଢ଼ାଉଛନ୍ତି ଅମାନିଆ: ସହରରେ ବୁଲିବୁଲି ଯାଞ୍ଚ କଲେ ଜିଲାପାଳ

ଢେଙ୍କାନାଳ ଅଫିସ, ୨୫।୪ – କୋଭିଡ୍‌-୧୯ ଭୂତାଣୁ ଠାବ ହୋଇଥିବା ଏକମାତ୍ର ରୋଗୀ ସୁସ୍ଥ ହୋଇ ଫେରିବା ପରେ କରୋନା ମୁକ୍ତ ହୋଇଛି ଢେଙ୍କାନାଳ ଜିଲା। ଏପ୍ରିଲ ୯ ତାରିଖ ପରଠାରୁ ଆଉ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିନାହିଁ। ତଥାପି ବିପଦ ସମ୍ପୂର୍ଣ୍ଣ ଟଳିନାହିଁ। ସୀମାନ୍ତ ଯାଜପୁର ଜିଲାରେ କରୋନା ପ୍ରକୋପ ବଢୁଥିବାବେଳେ ସାମାନ୍ୟ ଅବହେଳା ଏଯାଏ ଗ୍ରହଣ କରାଯାଇଥିବା ସମସ୍ତ ସତର୍କତାମୂଳକ ପଦକ୍ଷେପକୁ ମାଟିରେ ମିଶାଇଦେଇପାରେ। ଏହାକୁ ହୃଦୟଙ୍ଗମ କରିଛି ଜିଲା ପ୍ରଶାସନ। ହେଲେ କେତେଜଣ ଅମାନିଆଙ୍କ ଲାଗି ଚିନ୍ତା ବଢ଼ୁଛି। ବାରମ୍ବାର ସଚେତନ କରାଯିବା ସତ୍ତ୍ୱେ ସେମାନେ ଖୋଲାମେଲାରେ ବୁଲୁଛନ୍ତି। ଏପରି ନିୟମ ଭଙ୍ଗକାରୀଙ୍କୁ ସାବାଡ଼ କରିବାକୁ ଆକ୍ସନ୍‌ ମୁଡ୍‌କୁ ଆସିଛନ୍ତି ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା। ଶୁକ୍ରବାର ପୂର୍ବାହ୍ନରେ ଜିଲାପାଳ ସ୍ଥାନୀୟ କୁଞ୍ଜସାହୁ ଛକରେ ପହଞ୍ଚତ୍ ସେଠାରୁ ପାଦରେ ଚାଲିଚାଲି ଲକ୍‌ଡାଉନ୍‌ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ଲୋକଙ୍କୁ ସଚେତନ କରାଇଥିଲେ। ଏଥିସହ ଅଯଥାରେ ବାଇକ୍‌ରେ ବୁଲୁଥିବା ଲୋକଙ୍କୁ ତାଗିଦ୍‌ କରିଥିଲେ। ଏକାଧିକ ଆରୋହୀ ଯାଉଥିବା ବାଇକ୍‌କୁ ଅଟକାଇ ଜରିମାନା ଆଦାୟ କରାଯାଇଥିଲା। ମାସ୍କ ବ୍ୟବହାର, ସାମଗ୍ରୀ କିଣାକିଣି ସମୟରେ ସାମାଜିକ ଦୂରତ୍ୱ ରଖିବା, ବାରମ୍ବାର ସାବୁନରେ ହାତ ଧୋଇବା, ପରିଚ୍ଛନ୍ନ ପ୍ରତି ଗୁରୁତ୍ୱ ଦେବା, ବିନା କାରଣରେ ଘରୁ ନ ବାହାରିବା, ବାଇକ୍‌ରେ ଦୁଇଜଣ ବସି ନ ଯିବା ପାଇଁ ଜିଲାପାଳ ସହରବାସୀଙ୍କୁ ନିବେଦନ କରିଛନ୍ତି। ତହସିଲଦାର ଲକ୍ଷ୍ମୀଧର ରାଉତ, ପୌର ନିର୍ବାହୀ ଅଧିକାରୀ ଅତନୁ କୁମାର ସାମନ୍ତ, ଟାଉନ ଥାନାଧିକାରୀ ଜ୍ଞାନରଞ୍ଜନ ସାମଲ ପ୍ରମୁଖ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ଏ ସମ୍ପର୍କରେ ଜିଲାପାଳ କୁହନ୍ତି, ସହରର ୯୦% ଲୋକ ଲକ୍‌ଡାଉନ୍‌ ନିୟମକୁ ମାନୁଛନ୍ତି। ସହଯୋଗ ମଧ୍ୟ କରୁଛନ୍ତି। ହେଲେ ୧୦% ଅମାନିଆଙ୍କ ଲାଗି ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି। ପଡ଼ୋଶୀ ଜିଲାରେ କରୋନା ପ୍ରକୋପ ବଢୁଥିବାବେଳେ ସରକାରୀ ଗାଇଡ୍‌ଲାଇନ ପାଳନ କରିବାକୁ ସଚେତନ କରାଯାଉଛି। ଆଇନ ଭଙ୍ଗ ହେଉଥିବା ଜଣାପଡ଼ିଲେ ଜରିମାନା ସହ ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ହଜିଯାଇଥିବା ମନି ପର୍ସକୁ ଫେରାଇଲେ ଫରେଷ୍ଟ ଗାର୍ଡ

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପେଟ୍ରୋଲ ପମ୍ପଠାରେ ପେଟ୍ରୋଲ ପକାଇବାକୁ ଯାଉଥିବା ବେଳେ ସେଠାରୁ ଫରେଷ୍ଟ ଗାର୍ଡ ପ୍ରଶାନ୍ତ ନାୟକଙ୍କୁ ଏକ...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri