Posted inପୁରୀ

ଭୋକିଲା ମୁହଁରେ ଫୁଟିଲା ହସ

ପୁରୀ ଅଫିସ,୨୯ା୩: କରୋନା ମୁକାବିଲା ପାଇଁ ପୁରୀ ଜିଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛି। ଏଭଳି ଏକ ଦୁଃସ୍ଥିତି ସମୟରେ ଅନେକ ନିରାଶ୍ରୟ ଓ ମାନସିକ ବିକାରଗ୍ରସ୍ତ ଦୁଇମୁଠା ଖାଇବାକୁ ପାଉନାହାନ୍ତି। ତେଣୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନ ଭୋକିଲା ମୁହଁରେ ହସ ଫୁଟାଇଛି। ଅଚାନକ ଲକ୍‌ ଡାଉନ ଘୋଷଣା ହେବା ପରେ ଟ୍ରେନ୍‌ ଓ ବସ୍‌ ଚଳାଚଳ ବନ୍ଦ ହୋଇଯାଇଛି। ତେଣୁ ରାଜ୍ୟ ବାହାରର ଅନେକ ଲୋକ ପୁରୀରେ ରହିଯାଇଛନ୍ତି। କିନ୍ତୁ ବର୍ତ୍ତମାନ ଦୋକାନ ବଜାର, ହୋଟେଲ, ଜଳଖିଆ ଦୋକାନ ଆଦି ବନ୍ଦ ରହୁଥିବାରୁ ଏହି ଲୋକମାନେ ରହିବା, ଖାଇବା ଆଦିରେ ଅସୁବିଧାରେ ପଡ଼ିଛନ୍ତି। ପ୍ରଶାସନ ଏଭଳି ଲୋକଙ୍କୁ ସହଯୋଗ କରିବା ଲାଗି ଆଗେଇ ଆସିଛି। ଏଥିପାଇଁ ହେଲ୍‌ପ ଲାଇନ ନମ୍ବର ଜାରି କରାଯାଇଛି। ସ୍ବେଚ୍ଛାସେବୀଙ୍କ ସହାୟତାରେ ଏହି ଲୋକଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ରହିବା, ଖାଇବାର ବନ୍ଦୋବସ୍ତ କରିଛି ପ୍ରଶାସନ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ: କୋଲକାତାର ଯୁବକଙ୍କୁ ଅଟକ ରଖିଲା ପୋଲିସ

ପୁରୀ, ୯।୭(ଅଜିତ୍‌ କୁମାର ମହାନ୍ତି): ପୁଣି ଶ୍ରୀମନ୍ଦିରେ ଉପରେ ଉଡିଲା ଡ୍ରୋନ। ଗୁରୁବାର ସକାଳ ପ୍ରାୟ ୫:୩୦ ମିନିଟ ସମୟରେ ଶ୍ରୀମନ୍ଦିର ପରିସରରେ ଏକ ଡ୍ରୋନ ଉଡ଼ୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri