ଭେସେଲ୍‌ରେ ଯିବେ ଏକ ତୃତୀୟାଂଶ ଯାତ୍ରୀ

ପୁରୀ ଅଫିସ,୧୯।୩: ଦିନକୁ ଦିନ ଆମ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଓଡ଼ିଶାରେ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟବାସୀ ଚିନ୍ତିତ ହୋଇପଡ଼ିଛନ୍ତି। ଏହି ପ୍ରାଣଘାତୀ ଭାଇରସ୍‌ ପାଇଁ ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନ ଥିବାବେଳେ କେବଳ ସତର୍କତା ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି। ଗୋଟିଏ ଜାଗାରେ ଏକତ୍ର ହେବାକୁ ବାରଣ କରାଯାଉଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସାମାଜିକ ଦୂରତ୍ୱ ରକ୍ଷା କରିବା। ରାଜ୍ୟ ସରକାର ଏଥିପାଇଁ ନିର୍ଦ୍ଦେଶାନାମା ଜାରି କରିଥିବାବେଳେ ପୁରୀ ଜିଲା ପ୍ରଶାସନ ଏହାକୁ କଡ଼ାକଡ଼ିି ଭାବେ ଲାଗୁ କରିଛି। ଚିଲିକାରେ ଚଳାଚଳ କରୁଥିବା ଭେସେଲ, ଟୁରିଷ୍ଟ ବୋଟ୍‌ ଉପରେ ମଧ୍ୟ କଟକଣା ଲଗାଯାଇଛି। ପରିବହନ କ୍ଷମତା ଏକ ତୃତୀୟାଂଶକୁ ହ୍ରାସ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଜିଲାପାଳ ବଲୱନ୍ତ ସିଂଙ୍କ ନିର୍ଦ୍ଦେଶ ଅନୁଯାୟୀ ଶପିଂମଲ୍‌ ବନ୍ଦ କରାଯାଇଛି। କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ ନିମନ୍ତେ ସମ୍ପୃକ୍ତ ଶପିଂ ମଲ୍‌ଗୁଡ଼ିକୁ ଅନୁମତି ଦିଆଯାଇଛି। ସେହିପରି ବାର୍‌ ଏବଂ ବିୟର ପାର୍ଲରକୁ ବନ୍ଦ ରଖାଯାଇଛି।
ଚିଲିକାରେ ଭେସେଲ ସେବା ରହିଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ପକ୍ଷରୁ ଏହି ଭେସେଲ ସାତପଡ଼ାରୁ ଜହ୍ନିକୁଦା ମଧ୍ୟରେ ଚଳାଚଳ କରିଥାଏ। ବର୍ତ୍ତମାନ କରୋନା ମୁକାବିଲା ନେଇ ଏଥିରେ କଟକଣା ଲଗାଇଛି ସିଡିଏ। ଯାତ୍ରୀ ପରିବହନ କ୍ଷମତା ଯାହା ରହିଛି ତାହାର ଏକ ତୃତୀୟାଂଶ ଯାତ୍ରୀ ଯିବାଆସିବା କରିବେ। ସେହିପରି ଟୁରିଷ୍ଟ ବୋଟ୍‌ରେ ମଧ୍ୟ ସମାନ କଟକଣା ରହିବ। କିନ୍ତୁ ଭେସେଲ ଏବଂ ଟୁରିଷ୍ଟ ବୋଟରେ ଯାତାୟାତ କରୁଥିବା ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ରଖାଯିବ। ପରସ୍ପର ମଧ୍ୟରେ ଅତି କମ୍‌ରେ ୧ ମିଟର ଦୂରତା ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ବାହାରୁ ଜିଲାର ନିଜ ଘରକୁ ଫେରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯିବା ସହ ପଞ୍ଚାୟତସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର, ଆପଣ କିଣୁନାହାନ୍ତି ତ ?

ଭୁବନେଶ୍ବର,୧୮।୨: ରାଜ୍ୟରେ ବିକ୍ରି ହେଉଛି ନିମ୍ନ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ବୁଧବାର ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ…

ସରକାରଙ୍କ ବଡ ପଦକ୍ଷେପ: ରସୁଲଗଡ଼ରେ ହେବ ୫୦୦ ମିଟରର ସ୍କାଏୱାକ୍‌

ଭୁବନେଶ୍ବର,୧୮।୨: ରାଜଧାନୀର ଜାତୀୟ ରାଜପଥ-୧୬ରେ ଆଉ ରହିବନି ଦୁର୍ଘଟଣାର ଭୟ। ପଥଚାରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା NHAI। ପଳାଶୁଣିରୁ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri