ଭୂତଳ ଜଳସ୍ତର ହ୍ରାସ ଅଣାୟତ୍ତ : ନିଷ୍ପତ୍ତି ପତ୍ରରେ ସୀମିତ ଭୂତଳ ଜଳ ପୁନଃଭରଣ

ଯାଜପୁର ଅଫିସ,୭ା୧୦: ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଛି। ଖରାମାସରେ ଚାରିଆଡେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେଉଛି। ଯାଜପୁର ଜିଲାର ଖଣି ଓ ଶିଳ୍ପାଞ୍ଚଳରେ ମାଟି ସାମାନ୍ୟ ଲାଲ ରଙ୍ଗର ଏବଂ ବାଲିଆ ଫସଫସିଆ ହୋଇଥିବାରୁ ଭୂତଳ ଜଳରେ ଅଧିକ ପରିମାଣରେ ଲୌହ ଅଂଶ ରହୁଛି। କଳକାରଖାନା ବୃଦ୍ଧି ସାଙ୍ଗକୁ ମୋରମ ଓ ପଥର ଖାଦାନରେ ବେଆଇନ ବିସ୍ଫୋରଣ ଭୂତଳ ଜଳକୁ ବି ପ୍ରଦୂଷିତ କରିଛି। ଯଦ୍ୱାରା ଶିଳ୍ପାଞ୍ଚଳର ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି। ଏପରି ପରିସ୍ଥିତିରେ ଜଳାଶୟ କିସମ ଜମି ମଧ୍ୟ କମିବାରେ ଲାଗିଛି। ପୋଖରୀ ପୁନରୁଦ୍ଧାର ଅବା ଖୋଳାଯିବା ପରିବର୍ତ୍ତେ ପୁରାତନ ପୋଖରୀକୁ ପୋତା ଚାଲିଛି। ଚାରିଆଡେ କଂକ୍ରିଟ ଜଙ୍ଗଲ ସୃଷ୍ଟି ହୋଇଛି। ଏହାବାଦ ଜଳ ସମ୍ପଦ ବିଭାଗ ପକ୍ଷରୁ ଜିଲାରେ ଗଢି ଉଠୁଥିବା ବିଭିନ୍ନ ଶିଳ୍ପ କାରଖାନାକୁ ଆଖିବୁଜା ଭୂତଳ ଜଳ ବ୍ୟବହାର ପାଇଁ ଅନୁମତି ଦିଆଯାଉଛି। ଏଣୁ ଜଳ ସଂରକ୍ଷଣ ସମେତ ଭୂତଳ ଜଳ ଉସତ୍ ବୃଦ୍ଧି କରିବାକୁ ରାଜ୍ୟ ସରକାର ପୂର୍ବରୁ ବିଭିନ୍ନ ନିଷ୍ପତ୍ତି ନେଇଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହେଉ ନ ଥିବାରୁ ଭୂତଳ ଜଳ ଅଣାୟତ୍ତ ହେବାରେ ଲାଗିଛି।
୨୦୧୬ ମେ ମାସରେ ଏହି ବିଷୟକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠିଥିଲା। ପ୍ରଶ୍ନରେ ଦର୍ଶାଯାଇଥିଲା ଯେ, କ୍ରମାଗତ ଭାବେ ଭୂତଳ ଜଳସ୍ତର ହ୍ରାସ ପାଇବା ଯୋଗୁ ରାଜ୍ୟରେ ଜଳ ସମସ୍ୟା ଉକତ୍ଟ ରୂପ ଧାରଣ କରୁଛି। ପ୍ରତିବର୍ଷ ଗ୍ରୀଷ ଋତୁରେ ଜଳ ସମସ୍ୟା ଦୁର୍ବିସହ ହୋଇପଡ଼ିଛି। ରାଜ୍ୟରେ ଭୂତଳ ଜଳସ୍ତର ହ୍ରାସ, ଭୂତଳ ଜଳ ପୁନଃଭରଣ ଓ ପ୍ରଦୂଷଣମୁକ୍ତ ପାଇଁ ସରକାର ଆଦୌ ଦୃଷ୍ଟି ଦେଉ ନାହାନ୍ତି। ରାଜ୍ୟରେ ଭୂତଳ ଜଳସ୍ତର ହ୍ରସ ପାଇବା ସହ ପ୍ରଭାହିତ ବିଭିନ୍ନ ପ୍ରାକୃତିକ ଜଳଉସତ୍, ଝରଣା, ନଦୀ, ନାଳ ଶୁଖିଯାଉଛି। ଫଳରେ ଜୀବ ଜଗତ ପାଣି ପାଇଁ ଡହଳବିକଳ ହେଉଛନ୍ତି। ରାଜ୍ୟରେ ପ୍ରଗତି ନାମରେ ପ୍ରକୃତିକୁ ନଷ୍ଟ କରାଯାଉଥିବା କାରଣରୁ ଏହି ଅବସ୍ଥା ସୃଷ୍ଟି ହୋଇଛି। ଜଳଧାରା ଦିନକୁ ଦିନ ଶୁଷ୍କ ହେବା ସହ ତାହା ମୃତ ଜଳଧାରାରେ ପରିଣତ ହୋଇଛି। କେନ୍ଦୁଝର ଜିଲା ଗୋନାସିକା ପାହାଡଠାରୁ ବାହାରିଥିବା ପୂଣ୍ୟତୋୟା ଚିରସ୍ରୋତା ବୈତରଣୀ ନଦୀ ଓ ତାହାର ଶଖାନଦୀ ସହ ବ୍ରାହ୍ମଣୀ, ଖରସ୍ରୋତା ନଦୀଗୁଡିକ ଯାଜପୁର ଜିଲାରେ କୃଷି ବିକାଶ ଦିଗରେ ସହାୟକ ହେଉଛି। ଏହି ନଦୀଯୋଗୁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଭୂତଳ ଜଳ ପୁନଃଭରଣ ହୋଇଥାଏ। ଏହି ନଦୀଗୁଡିକର ଜଳକୁ ଅବିଚାରିତ ଭାବେ ଖଣି ଓ ଶିଳ୍ପ ସଂସ୍ଥାମାନେ ବ୍ୟବହାର କରୁଥିବା ଏବଂ ତାହାର ଉପତ୍ତିସ୍ଥଳଠାରୁ ଶେଷ ମୁଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖଣି, ଶିଳ୍ପ ଓ ବିଭିନ୍ନ ସହରର ବର୍ଜ୍ୟବସ୍ତୁ ଏହି ନଦୀଗୁଡ଼ିକରେ ସିଧାସଳଖ ପଡୁଛି। ଫଳରେ ନଦୀଶଯ୍ୟା କ୍ରମାଗତ ଭାବେ ପୋତି ହେବା ସହ ବ୍ୟାପକ ପ୍ରଦୂଷିତ ହେଉଛି। ତେଣୁ ରାଜ୍ୟରେ ଜଳ ସଂରକ୍ଷଣ ଓ ଭୂତଳ ଜଳର ପୁନଃଭରଣ ପାଇଁ ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, କୃଷି, ଜଙ୍ଗଲ, ପରିବେଶ ଓ ପଞ୍ଚାୟତିରାଜ ବିଭାଗ ମଧ୍ୟରେ ସମନ୍ବୟ ସ୍ଥାପନ କରି ନୂତନ ଯୋଜନା ପ୍ରଣୟନ କରିବାକୁ ବିଧାନସଭାରେ ଅନୁରୋଧ କରାଯାଇଥିଲା। ଏହିକ୍ରମରେ ରାଜ୍ୟ ସରକାର ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଇଞ୍ଜିନିୟର-ଇନ୍‌-ଚିଫ୍‌ ତାଙ୍କ ପତ୍ରସଂଖ୍ୟା ୬୦୮୩/୧୦ା୬ା୨୦୧୬ ଓ ୩୪୭୪/୧ା୬ା୨୦୧୬ରେ ବିଭାଗୀୟ ନିର୍ବାହୀଯନ୍ତ୍ରୀଙ୍କୁ ଭୂତଳ ଜଳ ପୁନଃଭରଣ, ବର୍ଷାଜଳ ସଂରକ୍ଷଣ ଓ ଭୂତଳ ଜଳକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦିଆଯାଇଥିଲା। ଏନେଇ କୌଣସି ପଦକ୍ଷେପ ଏଯାଏ ଗ୍ରହଣ ନ କରିବା ସରକାରଙ୍କ ଆନ୍ତରିକତାର ଅଭାବକୁ ସ୍ପଷ୍ଟ ସୂଚିତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଟପଲେସ୍‌, ବ୍ରେନଲେସ ଆଣ୍ଡ ସେମଲେସ୍‌’, ଏଆଇ ସମ୍ମିଳନୀରେ କଂଗ୍ରେସର ସାର୍ଟଲେସ ପ୍ରଦର୍ଶନ ଉପରେ ଭାଜପାର ଭର୍ତ୍ସନା

ନୂଆଦିଲ୍ଲୀ,୨୦।୨: ସମ୍ବିତ ପାତ୍ର ଫେବୃଆରୀ ୨୦, ୨୦୨୬ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୁବ କଂଗ୍ରେସର ସଦସ୍ୟମାନଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ…

ବଜେଟରେ ବନ୍ୟା ପରିଚାଳନାକୁ ଗୁରୁତ୍ୱ

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର…

ବାଂଲାଦେଶର ନୂଆ ପ୍ରଧାନମନ୍ତ୍ରୀ ରହମାନ ଭାରତକୁ ନେଇ କଲେ ବଡ଼ ଘୋଷଣା, ୟୁନୁସଙ୍କୁ ଶକ୍ତ ଝଟ୍‌କା

ଢାକା,୨୦।୨: ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ତାରିକ ରହମାନ ଭାରତ ସହିତ ସମ୍ପର୍କ ଉନ୍ନତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିଲ୍ଲୀରେ ଥିବା ବାଂଲାଦେଶ…

ବଡ଼ ଘୋଷଣା: ଚଳିତ ବଜେଟରେ ବାହାର ଅତିଥିଙ୍କୁ ଖୁସି କରିଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୨: ଶୁକ୍ରବାର ଓଡ଼ିଶା ବିଧାନସଭାରେ ଉପସ୍ଥାପିତ ହେଉଛି ବଜେଟ ୨୦୨୬-୨୭ । ଚଳିତ ଥର ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ ଉପସ୍ଥାପନ କରୁଛନ୍ତି। ଗତ…

BA ପାସ୍‌ କଲେ ଝିଅଙ୍କୁ ମିଳିବ ୧ ଲକ୍ଷ ୧ ଟଙ୍କା: ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ବଜେଟ୍‌ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା…

୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପିଇଓ

କଟକ,୨୦।୨: କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକର ଜଣେ ମେକାନିକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଜଣେ ପଞ୍ଚାୟତ ଅଧିକାରୀ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି।…

ଆସିବ ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା: ବଜେଟରେ ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର,୨୦।୨: ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି…

ଶ୍ରୀମନ୍ଦିର ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ‘ସମର୍ପଣ’ ନାଁରେ…

ଭୁବନେଶ୍ୱର,୨୦।୨: ବିଧାନସଭାରେ ୨୦୨୬-୨୭ ବର୍ଷ ପାଇଁ ଶୁକ୍ରବାର ରାଜ୍ୟ ବଜେଟ୍‌ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। ବଜେଟ୍‌ରେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri