ଭୂତକୁ ଅପେକ୍ଷା

ଗଞ୍ଜାମ ଗ୍ରାମାଞ୍ଚଳରେ ଭୂତପ୍ରେତ, ଗୁଣିଗାରେଡ଼ି ଏବଂ ଡାହାଣୀ ଭଳି ଅନ୍ଧବିଶ୍ୱାସର ପ୍ରଭାବ ପ୍ରବଳ ଭାବେ ଦେଖିବାକୁ ମିଳୁଛି। ଗୁଣିଆ ସନ୍ଦେହରେ ହତ୍ୟା, ଡାହାଣୀ ବୋଲି ସନ୍ଦେହ କରାଯାଉଥିବା ବ୍ୟକ୍ତିଙ୍କୁ ଗଁ।ରୁ ବାସନ୍ଦ, ଭୂତ ଭୟରେ ସ୍କୁଲ ବନ୍ଦ ଭଳି ଶିରୋନାମା ଥିବା ଖବର ନିୟମିତ ବ୍ୟବଧାନରେ ଗଣମାଧ୍ୟମରେ ପ୍ରକାଶ ପାଉଛି। ଜନସଂଖ୍ୟା ଦୃଷ୍ଟିରୁ ରାଜ୍ୟର ଏକ ନମ୍ବର ମାନ୍ୟତା ପାଇଥିବା ଏହି ଜିଲାରେ ତଥାକଥିତ ଗୁଣିଆ ଏବଂ ତାନ୍ତ୍ରିକମାନଙ୍କ ସଂଖ୍ୟା ମଧ୍ୟ କମ୍‌ ନୁହେଁ। ସେମାନେ ଜିଲାର ପ୍ରାୟତଃ ସବୁ କୋଣରେ କାୟା ବିସ୍ତାର କରି ଚାଲିଛନ୍ତି। ଜିଲାରେ ଘଟୁଥିବା ମୋଟ ଅପରାଧର ଏକ ବଡ଼ ଭାଗ ଗୁଣିଗାରେଡ଼ି ଏବଂ ଡାହାଣୀ ସନ୍ଦେହରେ ଘଟୁଛି। ଏଭଳି ଘଟଣା ଯୋଗୁ କେବଳ ରାଜ୍ୟ ନୁହେଁ, ଦେଶରେ ମଧ୍ୟ ଗଞ୍ଜମ ଜିଲା ଚର୍ଚ୍ଚାରେ ରହିଆସିଛି। ଏହି ଅପବାଦରୁ ବର୍ତ୍ତିବା ପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅକ୍ଟୋବର ୨୩ରେ ଏକ ଘୋଷଣା କରିଥିଲେ। ଭୂତପ୍ରେତ, ଡାହାଣୀ ପ୍ରମାଣ ଯିଏ ଦେଇପାରିବେ, ତାଙ୍କୁ ୫୦ହଜାର ଟଙ୍କାର ପୁରସ୍କାର ଦିଆଯିବ। ଗୁଣିଗାରେଡ଼ି ଦ୍ୱାରା ଯଦି କେହି ଗୁଣିଆ ତାଙ୍କୁ କୌଣସି ପ୍ର୍ରକାରେ ପ୍ରଭାବିତ କରିପାରିବେ, ତେବେ ତାଙ୍କୁ ମଧ୍ୟ ୫୦ହଜାର ଟଙ୍କାର ଦିଆଯିବ। ଏହି ଘୋଷଣାକୁ ପ୍ରାୟ ଦେଢ଼ମାସ ବିତିଗଲାଣି। କିନ୍ତୁ ଭୂତପ୍ରେତକୁ ପ୍ରମାଣିତ କରିପାରିଥିବା ଭଳି ବ୍ୟକ୍ତି କିମ୍ବା ଗୁଣିଆ ଏଯାଏ ଜିଲାପାଳଙ୍କଠାରୁ ପୁରସ୍କାର ରାଶି ନେବା ପାଇଁ ଆଗ୍ରହ ପ୍ରକାଶ କରିନାହାନ୍ତି। କାରଣ ଏହି ପରୀକ୍ଷାରେ ଭାଗନେବାକୁ କେହି ଆଗକୁ ଆସିନାହାନ୍ତି। ଜିଲାପାଳଙ୍କ ବହୁ ପୂର୍ବରୁ ଓଡ଼ିଶାର ବିଭିନ୍ନ ମାନବବାଦୀ ହେତୁବାଦୀ ସଙ୍ଗଠନଗୁଡ଼ିକ ମଧ୍ୟ ଭୂତପ୍ରେତର ପ୍ରମାଣ ଦେଲେ ପୁରସ୍କାର ଦେବାକୁ ଗୁଣିଆମାନଙ୍କୁ ଆହ୍ବାନ କରିଛନ୍ତି। ସେହି ଆହ୍ବାନକୁ ମଧ୍ୟ କେହି ଆଜି ପର୍ଯ୍ୟନ୍ତ ଚ୍ୟାଲେଞ୍ଜ କରିନାହାନ୍ତି। ତଥାପି ସାପ କାମୁଡ଼ା ହେଉ ଅବା ସାଧାରଣ ଜ୍ୱର, ସାମାନ୍ୟ ଦେହ ଖରାପ ହେଲେ ମଧ୍ୟ ଲୋକମାନେ ଗୁଣିଆଙ୍କ ପାଖକୁ ଯାଉଛନ୍ତି। ଏ ପ୍ରକାର ଦୁର୍ବଳ ମାନସିକତାର ସୁଯୋଗ ନେଉଛନ୍ତି ଆତ୍ମଘୋଷିତ ଗୁଣିଆମାନେ। ମନଗଢ଼ା କାହାଣୀ ଶୁଣାଇ ଲୋକଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଉଛନ୍ତି। ଅଧିକାଂଶ ସମୟରେ ବଡ଼ ବଡ଼ ଅପରାଧର ସୂତ୍ରଧର ସାଜିଛି ଗୁଣିଗାରେଡ଼ି ସନ୍ଦେହ। ଚୋର ଧରିବାକୁ ଖଟ ବୁଲାଯାଉଛି। ମୃତଦେହରେ ଜୀବନ ଭରିଦେବା ପାଇଁ ଝଡ଼ାଫୁଙ୍କା ହେଉଛି। ନିରୀହ ବୃଦ୍ଧାମାନଙ୍କୁ ଡାହାଣୀ ଦର୍ଶାଇ ହତ୍ୟା କରାଯାଉଛି। ନିଆଁପାଣି ବାସନ୍ଦ କରାଯାଉଛି। ନଣ୍ଡା କରି ଗଁ। ଦାଣ୍ଡରେ ବୁଲାଇବାଠାରୁ ଆରମ୍ଭ କରି ବିଷ୍ଠା ଖୁଆଇବା ଭଳି ଘୃଣ୍ୟ ଅପରାଧ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ କେବଳ ପୁରସ୍କାର ଘୋଷଣାରେ ଗଞ୍ଜାମ ଜିଲା ପ୍ରଶାସନ ନିଜକୁ ସୀମିତ ରଖିନାହିଁ। ‘ମୁଁ ସଚେତନ’ ନାମକ ଏକ ଅଭିଯାନ ଆରମ୍ଭ କରାଯାଇଛି। ଭୂତପ୍ରେତ ଏବଂ ଗୁଣିଗାରେଡ଼ି ଉପରେ ବିଶ୍ୱାସ ନ କରିବା ପାଇଁ ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରଙ୍କୁ ସଚେତନ କରାଯାଉଛି। ପୋଲିସ ସହଯୋଗରେ ଗଁ। ଗାଁରେ ବୈଠକ ଡକାଯାଉଛି। ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରକରି ଜ୍ଞାନର ଆଲୋକ ଦେଖାଇବା ଦିଗରେ ଏଭଳି ଅଭିଯାନ ସଫଳ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri