ଭୁବନେଶ୍ୱରରେ ଜାତୀୟ ସଫେଇ କର୍ମଚାରୀ କମିଶନ ଅଧ୍ୟକ୍ଷ: ସଫେଇ କର୍ମଚାରୀଙ୍କୁ ସୁବିଧା ମିଳୁ ନ ଥିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୬।୧୧(ବ୍ୟୁରୋ):ଜାତୀୟ ସଫେଇ କର୍ମଚାରୀ କମିଶନ ଅଧ୍ୟକ୍ଷ ମନହର ବଲ୍‌ଜିଭାଇ ଜାଲା ମଙ୍ଗଳବାର ୨ଦିନିଆ ଭୁବନେଶ୍ୱର ଗସ୍ତରେ ଆସିଛନ୍ତି। ମଙ୍ଗଳବାର ଅପରାହ୍ନରେ ତାଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମୁଖ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଅଧ୍ୟକ୍ଷ ଜାଲା ସଫେଇ କର୍ମଚାରୀଙ୍କୁ ମିଳୁଥିବା ସୁବିଧା, ସ୍ବାସ୍ଥ୍ୟାବସ୍ଥା ଓ ଅଧିକାର ସମ୍ପର୍କରେ ଆଲୋଚନା କରିଥିଲେ। କର୍ମଚାରୀମାନେ ମାସିକ ବେତନ, ରହିବାକୁ ବାସସ୍ଥଳୀ ଓ ବିନା ଛୁଟିରେ କାର୍ଯ୍ୟ କରିବାକୁ ମୁଖ୍ୟ ସମସ୍ୟା ବୋଲି କମିଶନ ଅଧ୍ୟକ୍ଷଙ୍କୁ ଜଣାଇଥିଲେ। ଏଥିସହିତ ସଫେଇ କରିବା ପାଇଁ ଆବଶ୍ୟକ ସ୍ବଚ୍ଛତା କିଟ୍‌ ଯୋଗାଇ ଦିଆଯାଉ ନାହିଁ, ଠିକ୍‌ ସମୟରେ ପେନ୍‌ସନ ମିଳୁନି, ଦୈନିକ ବେତନ ମାତ୍ର ୧୯୫ ଟଙ୍କା ମିଳୁଥିବା ଓ ମୃତ କର୍ମଚାରୀଙ୍କୁ ବକେୟା ଅର୍ଥ ମିଳୁ ନ ଥିବା ସେମାନେ କହିଥିଲେ। ବିଶେଷ ଭାବେ ମହିଳା ସଫେଇ କର୍ମଚାରୀଙ୍କ କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟା ନେଇ ଉପସ୍ଥିତ ସଙ୍ଗଠନ ସଦସ୍ୟମାନେ ଗୁରୁତ୍ୱ ଦେଇଥିଲେ। ଗର୍ଭବତୀ ମହିଳାଙ୍କୁ ଚାକିରିରୁ ବାହାର କରିଦେବା, କାର୍ଯ୍ୟ କ୍ଷେତ୍ରରେ ଅଶ୍ଳୀଳ ବ୍ୟବହାରର ଶିକାର ହେବା, ସେମାନଙ୍କ ପିଲା ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା କହିଥିଲେ। ସବୁକଥା ଶୁଣିବା ପରେ କମିଶନ ଅଧ୍ୟକ୍ଷ ଜାଲା ଉପସ୍ଥିତ ବିଏମ୍‌ସି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସଫେଇ କର୍ମଚାରୀଙ୍କ ସମସ୍ତ ସମସ୍ୟା ସମାଧାନ ଉପରେ ଗୁରୁତ୍ୱାରୋପ କରିବା ସହ ମାସିକ ସ୍ବାସ୍ଥ୍ୟ ପରୀକ୍ଷା, ସଫେଇ ସଚେତନତା ଓ ଅନ୍ୟ ଆବଶ୍ୟକ ସୁବିଧା ଯୋଗାଇ ଦେବାକୁ ତାଗିଦ କରିଥିଲେ। ସଫେଇ କର୍ମଚାରୀଙ୍କୁ ଉପଲବ୍ଧ ସମସ୍ତ ସୁବିଧା ନ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ।
ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଥିଲେ, ସଫେଇ କର୍ମଚାରୀଙ୍କୁ ଆବଶ୍ୟକ ଉପକରଣ ସହ ସମସ୍ତ ସୁବିଧା ଯୋଗାଇଦିଆଯାଉଛି। ବିଏମ୍‌ସି ଓ ନିଗମ ସହ ଜଡ଼ିତ ସମସ୍ତ ସଫେଇ କର୍ମଚାରୀଙ୍କ ସମସ୍ୟା ପ୍ରତି କର୍ତ୍ତୃପକ୍ଷ ବିଶେଷ ଭାବେ ଧ୍ୟାନ ଦେଉଛନ୍ତି। ଆଉକିଛି ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। ସହର ପରିମଳ ଦାୟିତ୍ୱରେ ଥିବା ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି, ସହରରେ ୫ ହଜାରରୁ ଊର୍ଦ୍ଧ୍ୱ ସଫେଇ କର୍ମଚାରୀ କାର୍ଯ୍ୟ କରୁଥିବାବେଳେ ଠିକା ସଂସ୍ଥାଦ୍ୱାରା ପରିଚାଳିତ ପାଖାପାଖି ୪ହଜାର କର୍ମଚାରୀଙ୍କ ପ୍ରତି ମଧ୍ୟ ଗୁରୁତ୍ୱ ଦିଆଯାଉଛି। ବୈଠକରେ ଜାତୀୟ ସଫେଇ କର୍ମଚାରୀ କମିଶନ ସମ୍ପାଦକ ମହେନ୍ଦ୍ର କୁମାର, ପରାମର୍ଶଦାତା ପୂରଣ ସିଂ, ବିଏମ୍‌ସିର ଉଚ୍ଚପଦସ୍ଥ ଅଧିକାରୀ, ବିଏମ୍‌ସି ସହ ଜଡ଼ିତ ବହୁ ସଙ୍ଗଠନ, ଟ୍ରଷ୍ଟ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷଜମିରେ କାଳ ସାଜିଲା ବଜ୍ରପାତ, ନାବାଳକଙ୍କ ଜୀବନ ଗଲା,୨ ଗୁରୁତର ହୋଇ…

ଅମରପାଲି,୧୫ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମରେ ରବିବାର ଅପରାହ୍ନରେ ଘଟିଥିବା ବଜ୍ରପାତରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ଦୁଇଜଣ ଯୁବକ…

ବଜ୍ରପାତରେ ଚାଲିଗଲା ଯୁବକଙ୍କ ଜୀବନ

କଳାହାଣ୍ଡି,୧୫ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗୋକୁଳେଶ୍ୱର ଗ୍ରାମର ଜଣେ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ଗୋଲକ ଗଉଡ଼(୧୮)। ରବିବାର…

ଘରକୁ ଧକ୍କାଦେଲା ସ୍କର୍ପିଓ, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ

ପାଟଣା,୧୫ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ୨୨୦ ନମ୍ବର ଜାତୀୟ ରାଜପଥର ବଡ଼ବିଲ ନିକଟର ସୋମବାର ଭୋର୍‌ରୁ ଏକ ସ୍କର୍ପିଓ ଭାରସାମ୍ୟ ହରାଇ ଏକ ଘରକୁ…

ମଣ୍ଡିରୁ ଉଠୁନି ଧାନ, ରାସ୍ତା ଅବରୋଧ କଲେ ଚାଷୀ

ଭବାନୀପାଟଣା,୧୫ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ରବି ଧାନକିଣା ଅଚଳାବସ୍ଥା ଜାରି ରହିଛି। ଯାହାକୁ ନେଇ ଜିଲାର ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଜୁନାଗଡ଼…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ବ୍ରହ୍ମପୁର ଆସୁଥିବା ବେଳେ ବାଟରେ ମର୍ମନ୍ତୁଦ ଦୁର୍ଘଟଣା, ଡିଭାଇଡର ପିଟି ହୋଇ ୨ ବାଇକ ଆରୋହୀ ମୃତ

ଗଞ୍ଜାମ,୧୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ମର୍ମନ୍ତୁଦ ଦୁର୍ଘଟଣା ହୋଇଛି ।  ଅପରାହ୍ନରେ ଏକ ବାଇକ ଡିଭାଇଡର ପିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri