ଭୁବନେଶ୍ୱରରେ ଖୋଲା ରହିଲା ସିସିଡି

ଭୁବନେଶ୍ୱର,୧।୮ (ବ୍ୟୁରୋ) ପ୍ରତିଷ୍ଠାତା ଭି.ଜି.ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣିବା ପରେ ଦେଶର କିଛି ପ୍ରାନ୍ତରେ ଥିବା ସିସିଡି ଆଉଟଲେଟଗୁଡିକ ବନ୍ଦ ରହିଥିଲା। ଅପରପକ୍ଷରେ ରାଜଧାନୀ ଭୁବନେଶ୍ୱର, କଟକ ସମେତ ରାଜ୍ୟର ଅନ୍ୟ ସ୍ଥାନରେ ଥିବା ଷ୍ଟୋରଗୁଡିକରେ କାରବାର ସ୍ବାଭାବିକ ରହିଥିଲା। ଟ୍ବିନ ସିଟିରେ ପ୍ରାୟ ୧୫ ସିସିଡି ଷ୍ଟୋର ରହିଥିବା ବେଳେ ଏଠାରେ ୧୦୦ କର୍ମଚାରୀ କାର୍ଯ୍ୟ କରୁଥିବା କମ୍ପାନୀର ଜଣେ ଅଧିକାରୀ କହିଛନ୍ତି। ରାଜ୍ୟରେ ଷ୍ଟୋର ସଂଖ୍ୟା ପ୍ରାୟ ୩୦ ହେବ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ସ୍ଥାନୀୟ ରାମମନ୍ଦିର ନିକଟସ୍ଥ ଷ୍ଟୋରର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପ୍ରତିଷ୍ଠାତାଙ୍କ ନିଖୋଜ ହେବା ଖବର ଶୁଣି ଆଶଙ୍କାରେ ଥିଲୁ। ମଙ୍ଗଳବାରଠାରୁ ସବୁ ଖବର ଟିଭି, ଖବରକାଗଜରୁ ଜାଣିବାକୁ ପାଉଛୁ। ପ୍ରତିଷ୍ଠାତାଙ୍କ ସମ୍ପର୍କରେ କେହି କିଛି ଠିକ୍‌ ଭାବେ ଜାଣି ପାରୁ ନ ଥିଲେ। ବୁଧବାର ସକାଳେ ଟିଭିରେ ଏବଂ ଇଣ୍ଟରନେଟରୁ ତାଙ୍କର ମୃତ୍ୟୁ ଖବର ଜାଣିବାକୁ ପାଇଲୁ। ଏହାକୁ ନେଇ ମର୍ମାହତ।
ସେହିଭଳି ସ୍ଥାନୀୟ ଭବାନୀ ମଲ୍‌ରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ କହିଛନ୍ତି ଯେ, ପ୍ରତିଷ୍ଠାତାଙ୍କୁ କେବେ ଦେଖିନାହିଁ। ମାତ୍ର ତାଙ୍କ ସମ୍ପର୍କରେ ବହୁତ ଭଲ କଥା ଜାଣିବାକୁ ମିଳିଛି। ଏକ ସାଧାରଣ ପରିବାରରୁ ଆସି ଦେଶ ତଥା ବିଦେଶରେ ଏତେ ବଡ କଫି ଚେନ୍‌ ସ୍ଥାପନ କରିବାକୁ ସେ ସକ୍ଷମ ହୋଇଥିଲେ। ତାଙ୍କ କଥା ଅନେକ ସମୟରେ ଆଲୋଚନା ହୋଇଥାଏ। ପ୍ରତିଷ୍ଠାତା କଫି ପାନୀୟକୁ ଏକ ଭିନ୍ନ ଢଙ୍ଗରେ ଲୋକଙ୍କ ପାଖକୁ ନେବାକୁ ସକ୍ଷମ ହୋଇଥିଲେ ବୋଲି ଦୁଃଖର ସହ କର୍ମଚାରୀ ଜଣଙ୍କ କହିଛନ୍ତି। ସହରର ବିଭିନ୍ନ ଷ୍ଟୋରରେ ଲୋକମାନଙ୍କର ଯିବା ଆସିବା ସ୍ବାଭାବିକ ରହିଥିବା ବେଳେ କେହି କେହି ଭି.ଜି. ସିଦ୍ଧାର୍ଥଙ୍କ ସମ୍ପର୍କରେ ଆଲୋଚନା କରୁଥିବା ଦେଖାଯାଇଥିଲା। ହେଲେ ବିଭିନ୍ନ ଷ୍ଟୋରର କର୍ମଚାରୀମାନେ ସିଦ୍ଧାର୍ଥଙ୍କ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁ ନ ଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri