ଭୁବନେଶ୍ୱରରେ ଖୁନ୍ଦି ହୋଇଗଲେଣି ପଶ୍ଚିମବଙ୍ଗ ଶ୍ରମିକ: ସୀମାରେ ନାହିଁ ଯାଞ୍ଚ, ଜଟିଳ କରିବ କରୋନା ସ୍ଥିତି

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଲକ୍‌ଡାଉନ୍‌ ହଟିବା ପରେ ଭୁବନେଶ୍ୱରକୁ ସମସ୍ତଙ୍କର ଅବାଧ ପ୍ରବେଶ ଚାଲିଛି। ବିଶେଷକରି ପଶ୍ଚିମବଙ୍ଗ ଶ୍ରମିକଙ୍କ ଧାଡ଼ି ଛୁଟୁଛି। ଏବେ ସହରରେ ନିର୍ମାଣ ଓ ଅନ୍ୟ କାମଧନ୍ଦା ଆରମ୍ଭ ହୋଇଥିବାରୁ କଣ୍ଟ୍ରାକ୍ଟରମାନେ ପଶ୍ଚିମବଙ୍ଗରୁ ଶ୍ରମିକଙ୍କୁ ଆଣି କାମରେ ଲଗାଉଛନ୍ତି। ଫଳରେ ସବୁଆଡେ ପଶ୍ଚିମବଙ୍ଗ ଶ୍ରମିକ ଖୁନ୍ଦି ହୋଇଗଲେଣି। ପଶ୍ଚିମବଙ୍ଗରେ କରୋନା ହୁହୁ ହୋଇ ମାଡ଼ି ଚାଲିଥିବାରୁ ଏହି ଶ୍ରମିକଙ୍କ ମଧ୍ୟରେ କିଏ ସଂକ୍ରମିତ ତାହା ଜାଣିବା ମୁସ୍କିଲ୍‌। ଗୋଟିଏ ପକ୍ଷରେ ଏମାନଙ୍କ ପାଇଁ ଭୁବନେଶ୍ୱରରେ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ରହୁଥିବାବେଳେ ଅନ୍ୟପକ୍ଷରେ ସ୍ଥାନୀୟ ଶ୍ରମିକ କାମଧନ୍ଦା ନ ପାଇ ଦୁର୍ବିଷହ ଜୀବନ ବିତାଉଛନ୍ତି।

ଶୁକ୍ରବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ମେଦିନପୁରର ୧୬ଜଣ ଶ୍ରମିକ ବାଲେଶ୍ୱର ଦେଇ ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ଜଣେ ନିର୍ମାଣ କଣ୍ଟ୍ରାକ୍ଟର ସେମାନଙ୍କୁ ଆସିବାକୁ ବାଧ୍ୟ କରିଥିବା ଓ ସୀମାରେ କିଛି ବି ଯାଞ୍ଚ କରାଯାଇ ନ ଥିବା ସେମାନେ କହିଛନ୍ତି। ତେବେ ଶ୍ରମିକମାନେ ଶୁକ୍ରବାର ରାତିରେ ଶହୀଦନଗରରେ ପହଞ୍ଚତ୍ଥିବା ଜାଣିବା ପରେ ସ୍ଥାନୀୟ ଲୋକେ ବିଏମ୍‌ସିକୁ ଅଭିଯୋଗ କରିଥିଲେ। ଶହୀଦ ନଗରର ରିଙ୍କୁ ସାହୁ କହିଛନ୍ତି, ବମିଖାଲ ଓଭରବ୍ରିଜ୍‌ ପାର୍ଶ୍ୱରେ ଏକ ନୂଆ ବିଲ୍ଡିଂର ନିର୍ମାଣ କାମ ବନ୍ଦ ରହିଥିଲା। ଶୁକ୍ରବାର ରାତିରେ ହଠାତ୍‌ ସେଠାରେ କୋଳାହଳ ଶୁଭିଲା। କେତେଜଣ ଶ୍ରମିକ ରାସ୍ତା ଉପରେ ବୁଲାବୁଲି କରୁଥିବା ଦେଖି ପଚାରିବାରୁ ସେମାନେ ପଶ୍ଚିମବଙ୍ଗରୁ ଆସି ପହଞ୍ଚତ୍ଥିବା କହିଥିଲେ। ଖବର ପାଇବା ପରେ ବିଏମ୍‌ସି ଜୋନାଲ କାର୍ଯ୍ୟାଳୟର ଜଣେ କର୍ମଚାରୀ ଶନିବାର ସକାଳେ ସେଠାକୁ ଆସି ଘଟଣା ବିଷୟରେ ପଚାରି ବୁଝିବା ସହ ନିର୍ମାଣ କାର୍ଯ୍ୟ ବନ୍ଦ କରିଛନ୍ତି। ଶଟ୍‌ ଡାଉନ୍‌ ପାଇଁ କେହି ବି ସେମାନଙ୍କ ସଂସ୍ପର୍ଶରେ ଆସି ନାହାନ୍ତି। ବର୍ତ୍ତମାନ ସମସ୍ତ ଜୋନ୍‌ରେ ଜାରି ରହିଥିବା ନିର୍ମାଣ କାର୍ଯ୍ୟ ଉପରେ ବିଏମ୍‌ସି ନଜର ରଖିଥିବା ଅଧିକାରୀ ଜଣକ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଏଣିକି ବିଏମ୍‌ସି ଅଞ୍ଚଳରେ ନିର୍ମାଣ କାର୍ଯ୍ୟରେ କେବଳ ସ୍ଥାନୀୟ ଶ୍ରମିକଙ୍କୁ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ କେତେକ କଣ୍ଟ୍ରାକ୍ଟର ଉକ୍ତ ନିୟମକୁ ବେଖାତିର କରି ପଶ୍ଚିମବଙ୍ଗ, ଛତିଶଗଡ଼ ସମେତ ଅନ୍ୟ ରାଜ୍ୟରୁ ଶ୍ରମିକଙ୍କୁ ଆଣୁଛନ୍ତି। ଏନେଇ ବିଏମ୍‌ସି କମିଶନର ପ୍ରେମ୍‌ଚନ୍ଦ୍ର ଚୌଧାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନ ଥିବାବେଳେ ଏହି ଘଟଣାକୁ ନେଇ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଶନିବାର ଆଲୋଚନା ହୋଇଥିବା ସୂଚନା ମିଳିଛି। ଖୁବ୍‌ଶୀଘ୍ର ଉକ୍ତ କଣ୍ଟ୍ରାକ୍ଟରମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri