ଭୁବନେଶ୍ୱରରେ ଇଏସ୍‌ଆଇସି ମେଡିକାଲ କଲେଜ ସ୍ବପ୍ନ ମଉଳିଲା

ଭୁବନେଶ୍ୱର,୨୩-୧୦(ବ୍ୟୁରୋ):ଶ୍ରମିକମାନଙ୍କ ପାଇଁ ଭୁବନେଶ୍ୱରରେ ହେବାକୁ ଥିବା ପ୍ରସ୍ତାବିତ କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସ୍‌ଆଇସି) ମେଡିକାଲ କଲେଜ ହେବ ନାହିଁ। ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଶ୍ରମ ଓ କର୍ମଚାରୀ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାର ଏହି ସୂଚନା ଦେଇଛନ୍ତି। ମଙ୍ଗଳବାର ଏଠାରେ ଆୟୋଜିତ ଆଞ୍ଚଳିକ ଶ୍ରମ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତ, ହସ୍ପିଟାଲ ସ୍ଥାପନ କରିବାକୁ ଶ୍ରମ ବିଭାଗ ଉପରେ କଟକଣା ଲଗାଯାଇଛି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ହସ୍ପିଟାଲ ସ୍ଥାପନ କରିବା ନୁହେଁ, ଶ୍ରମିକମାନଙ୍କ କଲ୍ୟାଣ ଉପରେ ଦୃଷ୍ଟିଦେବା ଶ୍ରମ ବିଭାଗର କାମ। ପାରାଦୀପ, ଜୟପୁର, ବାଲେଶ୍ୱର ଏବଂ ବ୍ରହ୍ମପୁରରେ ଇଏସ୍‌ଆଇ ହସ୍ପିଟାଲ ସ୍ଥାପନ କରିବା ନେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ସମସ୍ତ ସର୍ତ୍ତ ପୂରଣ କରିପାରିଲେ ହସ୍ପିଟାଲ କରିବା ନେଇ ବିଚାର କରାଯିବ। ଭୁବନେଶ୍ୱରରେ ଏକ ଇଏସ୍‌ଆଇ ହସ୍ପିଟାଲ ସ୍ଥାପନ କରିବା ନେଇ ରାଜ୍ୟ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଗତ ବର୍ଷ ବିଧାନସଭାରେ ସୂଚନା ଦେଇଥିଲେ। ୨୦୦୮ ଅକ୍ଟୋବର ୭ ତାରିଖରେ ଇଏସ୍‌ଆଇସି ରାଜଧାନୀ ଉପକଣ୍ଠରେ ଏକ ମେଡିକାଲ କଲେଜ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିଲା। କେନ୍ଦ୍ରର ଉପା ସରକାର ସମୟରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ଏଥିପାଇଁ ରାଜ୍ୟ ସରକାର ୨୫ ଏକର ଜମି ଯୋଗାଇ ଦେଇଥିଲେ। ଦୀର୍ଘ ୧୦ ବର୍ଷ ବିତିଯାଇଥିଲେ ସୁଦ୍ଧା ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। କେନ୍ଦ୍ର ଶ୍ରମ ରାଷ୍ଟ୍ରମନ୍ତ୍ରୀଙ୍କ ମେଡିକାଲ କଲେଜ ସ୍ଥାପନକୁ ପ୍ରତ୍ୟାଖ୍ୟାନ ପରେ ଭୁବନେଶ୍ୱରେ ଇଏସ୍‌ଆଇସି ହସ୍ପିଟାଲର ଭବିଷ୍ୟତ ଶୀତଳଭଣ୍ଡାରକୁ ଚାଲିଯାଇଛି। ଏହି ସମ୍ମିଳନୀରେ ଯୋଗ ଦେଇ ମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ଶ୍ରମ ଆଇନରେ ସଂଶୋଧନ କାର୍ଯ୍ୟ ଜାରି ରଖିଛନ୍ତି। କେବଳ ସର୍ବନିମ୍ନ ମଜୁରି ଆଇନରେ ସଂଶୋଧନ କରାଯାଇଛି। ପ୍ରତ୍ୟେକ ଜିଲାରେ ଇଏସ୍‌ଆଇ ହସ୍ପିଟାଲ କରିବାକୁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି। ଯେଉଁଠି ଆବଶ୍ୟକ ସେଠାରେ ଇଏସ୍‌ଆଇ ହସ୍ପିଟାଲ ହେବ। ଯେଉଁଠି ୨୦ ହଜାର ଶ୍ରମିକ କାର୍ଯ୍ୟ କରୁଥିବେ ସେଠାରେ ହସ୍ପିଟାଲ ଖୋଲିବ। ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଅଞ୍ଚଳରେ ୧୦୦ ବେଡ୍‌ର ହସ୍ପିଟାଲ ଖୋଲାଯିବ। ସର୍ବନିମ୍ନ ମଜୁରି ରାଜ୍ୟ ସରକାରଙ୍କ ସହମତିରେ ସ୍ଥିର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ଯେ ପାରାଦୀପ, ଜୟପୁର, ବାଲେଶ୍ୱର ଏବଂ ବ୍ରହ୍ମପୁରରେ ଇଏସ୍‌ଆଇ ହସ୍ପିଟାଲ ସ୍ଥାପନ କରିବା ନେଇ କେନ୍ଦ୍ରକୁ ବାରମ୍ବାର ଜଣାଇଛୁ। ଭୁବନେଶ୍ୱରରେ ମେଡିକାଲ କଲେଜ ଖୋଲିବାକୁ ମଧ୍ୟ ଦାବି କରାଯାଇଛି। କେନ୍ଦ୍ର ସରକାର ବିଭିନ୍ନ ସ୍ଥାନରେ ଇଏସ୍‌ଆଇସି ମେଡିକାଲ କଲେଜ ହସ୍ପିଟାଲ କରୁଛନ୍ତି। ଆମ ଦାବି ଉପରେ କେନ୍ଦ୍ର ବିଚାର କରିବାକୁ ଅନୁରୋଧ କରାଯାଇଛି ବୋଲି ସେ କହିଛନ୍ତି। ଗଙ୍ଗୱାର କହିଛନ୍ତି ଯେ ‘ଶ୍ରମିକ’ମାନେ ଯୁଗ୍ମ ତାଲିକାରେ ଆସୁଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକଙ୍କ କଲ୍ୟାଣ ପାଇଁ ସମନ୍ବିତ ପ୍ରୟାସ କରିବା ଦରକାର। ଶ୍ରମ ଆଇନକୁ ସରଳୀକରଣ କରିବା ସହ କେନ୍ଦ୍ର ସରକାର ଅଣସଂଗଠିତ କ୍ଷେତ୍ରର ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ ଓ ସ୍ବାବଲମ୍ବୀ ଲୋକଙ୍କ ପାଇଁ ପେନ୍‌ସନ ଯୋଜନାର ଶୁଭାରମ୍ଭ କରିଛନ୍ତି। ପାଖାପାଖି ୩୩ ଲକ୍ଷ ଅଣସଂଗଠିତ କ୍ଷେତ୍ରର ଶ୍ରମିକ ପେନ୍‌ସନ ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି। ଏହି ଯୋଜନାରେ ପ୍ରାୟ ୪୦କୋଟି ଶ୍ରମିକଙ୍କୁ ଯୋଡ଼ିବା ଲାଗି ରାଜ୍ୟ ସରକାରଙ୍କ ସହଯୋଗ ଜରୁରୀ ବୋଲି ଗଙ୍ଗଓ୍ବାର କହିଛନ୍ତି। ଇପିଏଫ୍‌ଓ ଏବଂ ଇଏସ୍‌ଆଇସି ସେବାରେ ଉନ୍ନତି ଆଣିବା ଲାଗି ସୂଚନା ପ୍ରଯୁକ୍ତିର ପ୍ରୟୋଗ କରାଯାଉଛି। ଏଥିରେ ଅଧିକ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ଆସିପାରିବ। ଏହି ସମ୍ମିଳନୀରେ ଓଡ଼ିଶା,ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆଣ୍ଡାମାନ ନିକୋବର ଆଦି ୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶ୍ରମ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri