ଭୁବନେଶ୍ୱର ହେବ ଗାର୍ବେଜ୍‌ ଫ୍ରି ସିଟି

ଭୁବନେଶ୍ୱର, ୧୨।୨ (ବ୍ୟୁରୋ):ଭୁବନେଶ୍ୱର ଆଗାମୀଦିନରେ ଆଉ ଡଷ୍ଟବିନ୍‌ ଦେଖିବାକୁ ମିଳିବ ନାହିଁ। ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି), ମ୍ୟାଟେରିଆଲ ରିକୋଭରି ଫ୍ୟାସିଲିଟି ସେଣ୍ଟର (ଏମ୍‌ଆରଏଫ) ଓ ପ୍ୟାରୋଲାଇସିସ୍‌ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ ସହରରେ ଆଉ ଡଷ୍ଟବିନ୍‌ର ବ୍ୟବହାର ହେବନାହିଁ। ସଫେଇ କର୍ମଚାରୀ ବ୍ୟାଟେରି ଚାଳିତ ଯାନରେ ଘରକୁଘର ବୁଲି ଅଳିଆ ସଂଗ୍ରହ କରିବା ସହ ସେଗୁଡ଼ିକୁ ପୃଥକ୍‌ ଭାବେ ଏମ୍‌ସିସି ଓ ଏମ୍‌ଆରଏଫ୍‌କୁ ଆଣିବେ, ସେଠାରେ ସେଗୁଡ଼ିକୁ କମ୍ପୋଷ୍ଟିଂ କରାଯିବ। ଏହା ଥରେ ମାତ୍ର କାର୍ଯ୍ୟକାରୀ ହେବା ପରେ ଭୁବନେଶ୍ୱରକୁ ଗାର୍ବେଜ୍‌ ଫ୍ରି ସିଟି ଭାବେ ଘୋଷଣା କରାଯିବ। ଯେଉଁଥିରେ କି ଡଷ୍ଟବିନ୍‌ ଦେଖିବାକୁ ମିଳିବ ନାହିଁ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।
ବର୍ଜ୍ୟ ପରିଚାଳନାରେ ଭୁବନେଶ୍ୱର ସହର ବହୁ ଅତ୍ୟାଧୁନିକ ପ୍ରଣାଳୀ ଆପଣାଇବାକୁ ଯାଉଛି। ଯେଉଁଥିରେ ଏମ୍‌ସିସି, ଏମ୍‌ଆରଏଫ୍‌ ଓ ପ୍ୟାରୋଲାଇସିସ୍‌ ପ୍ଲାଣ୍ଟ ପ୍ରମୁଖ ଭୂମିକା ନିର୍ବାହ କରିବ। ଏହି ମର୍ମରେ ମଙ୍ଗଳବାର ବିଏମ୍‌ସି ପକ୍ଷରୁ ଦୁଇଟି ଏମ୍‌ସିସିର ଉଦ୍‌ଘାଟନ କରାଯିବା ସହ ଲୋକଙ୍କୁ ଓଦା ଓ ଶୁଖିଲା ବର୍ଜ୍ୟ ପୃଥକ୍‌ ଭାବେ ରଖିବାକୁ ସଚେତନ କରାଯାଇଛି। ଆଗାମୀ ଦିନରେ ଭୁବନେଶ୍ୱର ଡଷ୍ଟବିନ୍‌ ମୁକ୍ତ ହେଲେ ସ୍ମାର୍ଟସିଟି ଭାବେ ଜଡ଼ିତ ଥିବା ବିଭିନ୍ନ ସର୍ବେକ୍ଷଣରେ ଶୀର୍ଷ ସ୍ଥାନ ଅଧିକାର କରିବ। ଗାର୍ବେଜ୍‌ ଫ୍ରି ସିଟି ଭାବେ ଭୁବନେଶ୍ୱରକୁ ସ୍ବତନ୍ତ୍ର ଭାବେ ୭ ଷ୍ଟାର ରେଟିଙ୍ଗ ଦିଆଯିବ। ଯାହାକି ନିଜ ପାଇଁ ଏକ ବଡ଼ ଉପଲବ୍ଧି ହେବ ବୋଲି କମିଶନର ଚୌଧାରୀ କହିଛନ୍ତି।
ବିଏମ୍‌ସି ପରିମଳ ଦାୟିତ୍ୱରେ ଥିବା ଡେପୁଟି କମିଶନର ଶୁଭେନ୍ଦୁ ସାହୁ କହିଛନ୍ତି, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଡଷ୍ଟବିନ ରଖାଯାଇଥିବା ବେଳେ ସେଗୁଡ଼ିକର ସ୍ଥିତି ଖରାପ ଥିବା ଅଭିଯୋଗ ହେଉଛି। ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର କରିବା ଦାୟିତ୍ୱ ଠିକା ସଂସ୍ଥାଗୁଡିକର ହୋଇଥିବାବେଳେ ସେମାନଙ୍କୁ ଫାଇନ୍‌ ମଧ୍ୟ କରାଯାଉଛି। ହେଲେ ଏ ନେଇ କିଛି ପରିବର୍ତ୍ତନ ଆସିପାରୁନାହିଁ। ତେଣୁ ବିଏମ୍‌ସି ଦ୍ୱାରା ସେଗୁଡିକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦେବାକୁ ସ୍ଥିର କରାଯାଇଛି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆଲୋଚନା ସରିଥିବା ବେଳେ ଏମ୍‌ସିସିର ନିର୍ମାଣ କାର୍ଯ୍ୟ ସରିବା ପରେ ତୁରନ୍ତ ଘରକୁ ଘର ଅଳିଆ ସଂଗ୍ରହ କାର୍ଯ୍ୟ ଆରମ୍ଭ କରାଯିବ। ଏହା ପରେ ଭୁବନେଶ୍ୱରରେ ଥିବା ଡଷ୍ଟବିନ୍‌ଗୁଡ଼ିକୁ ହଟାଇ ଦିଆଯିବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, କିଛିଦିନ ତଳେ ବିଏମ୍‌ସି ଦ୍ୱାରା ଭୁବନେଶ୍ୱରକୁ ଖୋଲା ମଳମୁକ୍ତ ସହର (ଓଡିଏଫ++) ଭାବେ ଆତ୍ମଘୋଷଣା କରାଯାଇଥିଲା। ଉକ୍ତ ସମୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ରାଜ୍ୟର ବିଭିନ୍ନ ମହାନଗର ନିଗମକୁ ‘ଗାର୍ବେଜ୍‌ ଫ୍ରି ସିଟି’ କରିବାକୁ ଆଲୋଚନା କରାଯାଇଥିଲା। ଉକ୍ତ ଆଲୋଚନାକୁ ଦୃଷ୍ଟିରେ ରଖି ବିଏମ୍‌ସି ଏହି ପଦକ୍ଷେପ ହାତକୁ ନିଆଯାଉଛି। ଭୁବନେଶ୍ୱରକୁ ଦେଶର ନଂ. ୧ ସ୍ମାର୍ଟ ସିଟି ସହ ଅନ୍ୟ ବିଷୟ ଯେପରି ସୌନ୍ଦର୍ଯ୍ୟକରଣ, ବର୍ଜ୍ୟର ସୁପରିଚାଳନା ଓ ଐତିହ୍ୟ ନଗରୀ ଭାବେ ନଂ. ୧ ରେ ରଖିବାକୁ ବିଏମ୍‌ସି ଏହି ପ୍ରୟାସ କରିଛି। ଏଥିପାଇଁ ଭୁବନେଶ୍ୱର ସମସ୍ତ ନାଗରିକଙ୍କୁ ବିଏମ୍‌ସି ସହଯୋଗ ମାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri