ଭୁବନେଶ୍ୱର ରେଳ ଷ୍ଟେଶନକୁ ମିଳିବ ଆଇଏସ୍‌ଓ ସାର୍ଟିଫିକେଟ୍‌

ଭୁବନେଶ୍ୱର, ୨୭ା୧୧(ବ୍ୟୁରୋ): ବିଶାଖାପାଟଣା ପରେ ଏବେ ଭୁବନେଶ୍ୱର ରେଳ ଷ୍ଟେଶନକୁ ମିଳିବାକୁ ଯାଉଛି ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେଶନ ଫର୍‌ ଷ୍ଟାଣ୍ଡାର୍ଡାଇଜେଶନ(ଆଇଏସ୍‌ଓ) ସାର୍ଟିଫିକେଟ୍‌। ସେହିଭଳି କଟକ ଷ୍ଟେଶନ ମଧ୍ୟ ଏହି ଦୌଡ଼ରେ ରହିଛି। ଏଥିପାଇଁ ମଙ୍ଗଳବାର ଭୁବନେଶ୍ୱର ଓ କଟକ ରେଳ ଷ୍ଟେଶନରେ ଆଇଏସ୍‌ଓ ପକ୍ଷରୁ ସର୍ଭେ ହୋଇଛି। ପ୍ରଥମ ପର୍ଯ୍ୟାୟ ସର୍ଭେରେ ଦୁଇ ରେଳ ଷ୍ଟେଶନର ଭିିତ୍ତିଭୂମି, ମୌଳିକ ସୁବିଧା, ବିଭିନ୍ନ ସେବା ଓ ଆବଶ୍ୟକତା ଯାଞ୍ଚ କରାଯାଇଛି। ବିଶେଷକରି ସର୍ଭେରେ ସ୍ବଚ୍ଛତାକୁ ମୂଳ ଆଧାର କରାଯାଇଛି। ଷ୍ଟେଶନ ପରିସର, ଟ୍ରାକ୍‌ର ସ୍ବଚ୍ଛତା ସହ ସେଠାରେ ମିଳୁଥିବା ଖାଦ୍ୟ ପଦାର୍ଥର ମାନ ଆଦି ଯାଞ୍ଚ କରାଯାଉଛି। ସଫେଇ, ଶୁଖିଲା ଏବଂ ଓଦା ଡଷ୍ଟବିନ୍‌ର ସଠିକ୍‌ ବ୍ୟବହାର, ଟ୍ୟାପ୍‌ରେ ପାଣି ଆସୁଛି କି ନାହିଁ, ପାଣି ଓ ବିଦ୍ୟୁତ୍‌ ସଞ୍ଚୟ, ଖୋଲା ଖାଦ୍ୟ ପଦାର୍ଥକୁ କେମିତି ପରଷାଯାଉଛି, ପ୍ଲାଟଫର୍ମର ଦୋକାନୀମାନେ ଗ୍ଲୋବ୍‌ସ ବ୍ୟବହାର କରୁଛନ୍ତି କି ନାହିଁ, ଅଗ୍ନି ନିର୍ବାପକ ଯନ୍ତ୍ର କାମ କରୁଛି କି ନାହିଁ, ଶୌଚାଳୟରେ ହ୍ୟାଣ୍ଡଓ୍ବାଶ ତଥା ସାବୁନ୍‌ ଆଦି ରହିଛି କି ନାହିଁ, ସଫେଇ କର୍ମଚାରୀଙ୍କ ପୋଷାକ ପରିଧାନ ଉପରେ ମଧ୍ୟ ଟିକିନିଖି ତଥ୍ୟ ସଂଗ୍ରହ କରାଯାଉଛି।
ଏହି ଦୁଇ ଷ୍ଟେଶନର ପ୍ରଥମ ପର୍ଯ୍ୟାୟ ସର୍ଭେ ଶେଷ ହୋଇଛି। ଯାହା ଅଭାବ ରହିଛି ସେସବୁ ପୂରଣ କରିବାକୁ ୩ ମାସ ସମୟ ଦିଆଯିବ। ଅବଧି ସରିବା ପରେ ପୁନର୍ବାର ସର୍ଭେ କରାଯିବ। ମାନଦଣ୍ଡ ପୂରଣ କରୁଥିବା ରେଳ ଷ୍ଟେଶନକୁ ଆଇଏସଓ ମାନ୍ୟତା ମିଳିବ। ସେହିଭଳି ଏହି ଦୁଇ ଷ୍ଟେଶନକୁ ସବୁଜ ସାର୍ଟିଫିକେଟ ମିଳିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସୋଲାର ପାଓ୍ବାର ବ୍ୟବସ୍ଥା ସହ ବିଦ୍ୟୁତ୍‌ ସଞ୍ଚୟ ଓ ଷ୍ଟେଶନ ପରିବେଶରେ ସବୁଜ ବଳୟ ତିଆରି କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ଆଇଏସ୍‌ଓ ପକ୍ଷରୁ ‘କ୍ୱାଲିଟି ସର୍ଭିସ ସିଷ୍ଟମ’ ଏହି ସର୍ଭେ କରୁଛି। ଆଇଏସ୍‌ଓ ସାର୍ଟିଫିକେଟ ଓ ସବୁଜ ସାର୍ଟିଫିକେଟ୍‌ ନ ଥିବାରୁ ସ୍ବଚ୍ଛତା ସର୍ଭେରେ ଭୁବନେଶ୍ୱର ଷ୍ଟେଶନର ଫଳାଫଳ କମ୍‌ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri