ଭୁବନେଶ୍ୱର ଭିତରେ ଆର୍ମି ପରୀକ୍ଷାକୁ ପୋଲିସର ନା

ଭୁବନେଶ୍ୱର, ୧୬ା୧୦(ବ୍ୟୁରୋ):  ଆଗାମୀ ଦିନରେ ଭୁବନେଶ୍ୱର ଭିତରେ ହୋଇ ନ ପାରେ ଆର୍ମି ପରୀକ୍ଷା। ୧୨୦ ବାଟାଲିୟନରେ ଚାଲିଥିବା ଟେରିଟୋରିଆଲ ଆର୍ମି ପରୀକ୍ଷାକୁ ଆସୁଥିବା ପରୀକ୍ଷାର୍ଥୀମାନେ ପାର୍କ, ଟ୍ରେନ୍‌ ଓ ଷ୍ଟେଶନରେ ଆତଙ୍କ ସୃଷ୍ଟି କରିବା ପରେ ଏଭଳି ନିଷ୍ପତ୍ତି ନେଇଛି କମିଶନରେଟ ପୋଲିସ। ଏ ସଂକ୍ରାନ୍ତରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ବୁଧବାର ବାଟାଲିୟନ କର୍ତ୍ତପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ଚିଠି ଲେଖି କେତେକ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାରଙ୍କୁ ମଧ୍ୟ ଏନେଇ ଅବଗତ କରାଯାଇଛି।
କମିଶନର ଷଡ଼ଙ୍ଗୀ କହିଛନ୍ତି, ସୈନ୍ୟ ବାହିନୀରେ ନିଯୁକ୍ତି ପାଇବାକୁ ୮ ବର୍ଗର ମୋଟ ୮୩ ପଦବୀ ପାଇଁ ପ୍ରାୟ ୪୦ ହଜାର ପରୀକ୍ଷାର୍ଥୀ ରାଜ୍ୟ ତଥା ବାହାରୁ ଭୁବନେଶ୍ୱରକୁ ଆସିଛନ୍ତି। ପରୀକ୍ଷାରେ ଫେଲ୍‌ ହେବା ପରେ ସେମାନେ ଏଭଳି ନାନା ଭାବେ ଗଣ୍ଡଗୋଳ କରୁଛନ୍ତି। ମଙ୍ଗଳବାର ସେମାନେ ଭୁବନେଶ୍ୱର ଷ୍ଟେଶନରେ ପୁରୁଷୋତ୍ତମ ଏକ୍ସପ୍ରେସରେ ଜବରଦସ୍ତ ପ୍ରବେଶ କରି ଯାତ୍ରୀମାନଙ୍କୁ ହଇରାଣ କରିଥିଲେ। ଲଗେଜ ଭଙ୍ଗାରୁଜା କରିବା ସହ ଆତଙ୍କ ସୃଷ୍ଟି କରିଥିଲେ। ସେହିଭଳି ଆଇଜି ପାର୍କରେ ଯୁବତୀଙ୍କୁ କମେଣ୍ଟମାରିବା ସହ ଅନ୍ୟ କେତେଜଣଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ପରୀକ୍ଷା ଆରମ୍ଭ ହେବାଠାରୁ ଏମାନେ ବିଶୃଙ୍ଖଳା ସୃଷ୍ଟି କରିଚାଲିଛନ୍ତି। ତେଣୁ ଆଗକୁ ଏଭଳି ପରୀକ୍ଷା ରାଜଧାନୀରେ ନ କରିବା ପାଇଁ ସ୍ଥିର କରାଯାଇଛି। ରାଜଧାନୀ ଉପକଣ୍ଠ, ଗ୍ରାମାଞ୍ଚଳ କିମ୍ବା ଅନ୍ୟ କୌଣସି ସ୍ଥାନରେ ଆର୍ମି ପରୀକ୍ଷା ଆୟୋଜନ କରାଯାଉ ବୋଲି କମିଶନର ଷଡ଼ଙ୍ଗୀ ପରାମର୍ଶ ଦେଇଛନ୍ତି।
ସୂଚନାନୁସାରେ, ମଙ୍ଗଳବାର ପରୀକ୍ଷା ସରିବା ପରେ ଉତ୍ତରପ୍ରଦେଶର ପରୀକ୍ଷାର୍ଥୀମାନେ ରାତିରେ ଭୁବନେଶ୍ୱର ରେଳ ଷ୍ଟେଶନରେ ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍‌ର ସଂରକ୍ଷିତ ବଗିରେ ଜବରଦସ୍ତ ପଶିଥିଲେ। ଯାତ୍ରୀମାନଙ୍କୁ ହଇରାଣ କରିବା ସହ ଗଣ୍ଡଗୋଳ କରିଥିଲେ। ଏପରି କି ସେମାନେ ୫ଥର ଚେନ୍‌ ପୁଲ୍‌ କରିବାରୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଶେଷରେ ଆର୍‌ପିଏଫ୍‌ ବାଧ୍ୟହୋଇ ଲାଠି ଚାଳନା କରିଥିଲା। ଏହାପରେ ଷ୍ଟେଶନରେ ଅଧିକ ପୋଲିସ ଫୋର୍ସ ମୁତୟନ କରାଯିବା ସହ ସୁରକ୍ଷାକୁ ବଢାଇ ଦିଆଯାଇଛି। ସେହିଭଳି ପରୀକ୍ଷା ସରିବା ପର୍ଯ୍ୟନ୍ତ ଷ୍ଟେଶନରେ ଦୁଇ ପ୍ଲାଟୁନ ଆର୍‌ପିଏଫ୍‌ ଓ ଜିଆର୍‌ପି ମୁତୟନ ରହିବେ। ଯାତ୍ରୀମାନଙ୍କର ଟିକେଟ ଯାଞ୍ଚ କରି ଟ୍ରେନ୍‌ ଭିତରକୁ ଛାଡ଼ିବେ।


Enter your email to get our daily news in your inbox.

All Right Reserved By Dharitri.Com

କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା

ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

ମଝି ଆକାଶରେ ଗାଏବ ହେଲା ଆମେରିକାର ୧୬୦୦ କୋଟିର ଡ୍ରୋନ! ରହସ୍ୟମୟ ଭାବରେ ହର୍ମୁଜ ଉପରେ ହୋଇଗଲା ଅଦୃଶ୍ୟ

ଓ୍ବାଶିଂଟନ୍‌,୧୦।୪: ଆଜି ହର୍ମୁଜ ପ୍ରଣାଳୀ ଉପରେ ଏକ ସ୍ବତନ୍ତ୍ର ଆମେରିକା ନୌସେନା ନିରୀକ୍ଷଣ ଡ୍ରୋନ, MQ-4C ଟ୍ରାଇଟନ ହଠାତ୍‌ ଅଦୃଶ୍ୟ ହୋଇଯାଇଛି। ଏହି ଡ୍ରୋନଟିକୁ ଆମେରିକାର ସବୁଠାରୁ…

ଆଜିଠୁ ଟୋଲ୍ ପ୍ଲାଜାରେ ନୂଆ ନିୟମ, ଦେଇପାରିବେନି ନଗଦ ଟଙ୍କା

ନୂଆଦିଲ୍ଲୀ,୧୦।୪: ବଦଳିଗଲା ଟୋଲ୍ ପ୍ଲାଜା ନିୟମ । ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI)  ଟୋଲ୍ ଆଦାୟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିବାକୁ ନିଷ୍ପତ୍ତି ନେଇଛି  । ଏହି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri