ଭିନ୍ନ ଧରଣର ସିନେମା ନିର୍ମାଣକୁ ଗୁରୁତ୍ୱ ଦିଏ

ଚର୍ଚ୍ଚିତ ଓଡ଼ିଆ ସିନେମା ‘ପାଟଣାଗଡ଼’ର ପ୍ରଯୋଜକ ନିକଟରେ ଅନ୍ତର୍ଜାତୀୟ ସିନେମା ଉତ୍ସବରେ ଶ୍ରେଷ୍ଠ ପ୍ରଯୋଜକ ଭାବରେ ସମ୍ମାନିତ ହୋଇଛନ୍ତି। ଓଡ଼ିଆ ସିନେମା ଆଉ ଭବିଷ୍ୟତ ଯୋଜନା ସମ୍ପର୍କରେ ଓଲିଉଡ୍‌ର ଆଗଧାଡ଼ିର ପ୍ରଯୋଜକ ଶ୍ରୀଧର ମାର୍ଥା ଯାହା କହନ୍ତି…

ପ୍ର. ଚାରୋଟି ଫିଲ୍ମ ପ୍ରଯୋଜନା ପରେ ଓଡ଼ିଆ ସିନେମା ଭବିଷ୍ୟତକୁ ନେଇ କ’ଣ କହିବେ?
ଉ: ଏଇଠି ଭାଗ୍ୟ, ଏଇଠି ଭବିଷ୍ୟତ। ଯଦି ଓଡ଼ିଆ ସିନେମାଟିଏ ଠିକ୍‌ ଭାବରେ ନିର୍ମାଣ କରାଯାଏ, ତେବେ ତାହାକୁ ଦେଖିବାକୁ ଦର୍ଶକ ନିଶ୍ଚୟ ଆଗ୍ରହ ପ୍ରକାଶ କରିବେ। ଏବେ ଯେମିତି ଭାବରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ଚାଲିଛି, ଏପରି ସ୍ଥିତିରେ ଇଣ୍ଡଷ୍ଟ୍ରି ଆଗକୁ ଯିବା ଅସମ୍ଭବ।
ପ୍ର. ଓଡ଼ିଆ ସିନେମା ପ୍ରତି ଦର୍ଶକଙ୍କ ମନୋଭାବ କ’ଣ ରହିଛି ବୋଲି ଆପଣ ଭାବୁଛନ୍ତି?
ଉ: ଗତ କିଛି ବର୍ଷ ହେଲା ଆମ ଓଡ଼ିଆ ସିନେମାରେ କପି ପେଷ୍ଟ ଯୁଗ ଚାଲିଛି। ତେଣୁ ଏପରି ଉତରା ସିନେମା ଦେଖିବାକୁ ଦର୍ଶକ ଆଗ୍ରହ ପ୍ରକାଶ କରୁନାହାନ୍ତି। ସିନେମା ହଲ୍‌ର ପୁନରୁଦ୍ଧାର ଦରକାର। ଏହା ସହ ଜାତୀୟ ସ୍ତରରେ ପ୍ରଭାବିତ କରିବା ଭଳି ସିନେମା ନିର୍ମାଣ କରିବାକୁ ଯୋଜନାବଦ୍ଧ ପ୍ରସ୍ତୁତିର ଆବଶ୍ୟକତା ରହିଛି।
ପ୍ର. ‘ପାଟଣାଗଡ଼’ ସିନେମା ସମ୍ପର୍କରେ କ’ଣ କହିବେ?
ଉ: ‘କଥା ଦେଲି ମଥା ଛୁଇଁ’ ଏବଂ ‘ଯୋଗୀ’ ନିର୍ମାଣ କରିଥିଲି। ଅନେକ ଆଶା ଥିଲା। କିନ୍ତୁ ଦର୍ଶକ ଫିଲ୍ମ ଦୁଇଟିକୁ ଗ୍ରହଣ କଲେ ନାହିଁ। ସେ ସମୟର ଦୋଷତ୍ରୁଟିକୁ ଭଲ ଭାବରେ ତର୍ଜମା କରିବା ପରେ ‘ପାଟଣାଗଡ଼’ ସିନେମା ନିର୍ମାଣ କରିବାକୁ ଚିନ୍ତା କଲି। ଏହି ସମୟରେ ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇଛି। ଏପରି କି ସେସନ କୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ କଥା ଯାଇଛି। ମୋଟ ଉପରେ କହିବାକୁ ଗଲେ ଏହି ଫିଲ୍ମଟି ଏକ ସ୍ମରଣୀୟ ଫିଲ୍ମ ହେଉ ବୋଲି ଆଶା ରଖିଛି। ନିକଟରେ ଏକ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଏହି ଫିଲ୍ମକୁ ଶ୍ରେଷ୍ଠ ପ୍ରଯୋଜକ ଏବଂ ଶ୍ରେଷ୍ଠ ବ୍ୟାକ୍‌ଗ୍ରାଉଣ୍ଡ ମ୍ୟୁଜିକ ପୁରସ୍କାର ମିଳିଛି।
ପ୍ର. ଏବେ ଶ୍ରୀଧର ବଲିଉଡ୍‌ମୁହଁ। ହୋଇଛନ୍ତି। କାରଣ କ’ଣ?
ଉ: ପ୍ଲିଜ୍‌, ଓ୍ବେଟ୍‌ ଆଣ୍ଡ ସି…।
ପ୍ର. ନୂଆ ପ୍ରଯୋଜକଙ୍କୁ କ’ଣ ବାର୍ତ୍ତା ଦେବେ?
ଉ: ନୂଆ ପ୍ରଯୋଜକ ପ୍ରଥମେ ଅଭିଜ୍ଞତା ହାସଲ କରନ୍ତୁ। ତା’ପରେ ସିନେମା ନିର୍ମାଣ କରିବେ। ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିକୁ ଆଗେଇ ନେବାକୁ ଏପରି ପ୍ଲାନିଂ କରନ୍ତୁ ଯେ ଆପଣଙ୍କର ସିନେମାକୁ ସମସ୍ତେ ମନେରଖିବେ।
ପ୍ର. ସମାଜକୁ ନୂଆ ବାର୍ତ୍ତା ଦେବାକୁ ଶ୍ରୀଧର ଭିନ୍ନ ଭିନ୍ନ ଅବତାରରେ ଆସିଥାଆନ୍ତି। ଏଭଳି ଚିନ୍ତାଧାରା ମନରେ କେବେ ଓ କାହିଁକି ଆସିଲା ?
ଉ : ଏପରି ଗେଟ୍‌ଅପ୍‌ରେ ମୁଁ ସବୁବେଳେ ସମାଜକୁ ନୂଆ ବାର୍ତ୍ତା ଦେବାକୁ ଚେଷ୍ଟା କରେ। ତେଣୁ ଏପରି ଚେଷ୍ଟା ଜାରି ରହିବ।
ପ୍ର. ଓଡ଼ିଆ ସିନେମା ନିର୍ମାଣଶୈଳୀରେ ପରିବର୍ତ୍ତନ ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି ?
ଉ : ଅନେକ କଥା ଉପରେ ଗୁରୁତ୍ୱ ଦେବାର ଅଛି। ସେସବୁକୁ ପାଥେୟ କରି ମୁଁ ‘ପାଟଣାଗଡ଼’ ନିର୍ମାଣ କରିଛି।
ପ୍ର.ପୂର୍ବ ଅଭିଜ୍ଞାତାକୁ ପାଥେୟ କରି କେବେ ନିର୍ଦ୍ଦେଶନା ବିଷୟରେ ଚିନ୍ତା କରିଛନ୍ତି ?
ଉ : ଏହାର ଉତ୍ତର ଆଗାମୀ ସମୟ ହିଁ କହିବ।
ପ୍ର. ପ୍ରଯୋଜକ ଭାବରେ ମନରେ ଆଉ କ’ଣ ଅବସୋସ ରହିଛି ?
ଉ : ମୁଁ ବହୁତ ଆମ୍ବିସିୟସ୍‌। ଭିନ୍ନ ଧରଣର ସିନେମାଟିଏ ନିର୍ମାଣ କରିବାକୁ ଚାହୁଁଛି। ଦେଖାଯାଉ, ସମୟ ଆଉ ପରିସ୍ଥିତି ମୋତେ କେତେ ସାହାଯ୍ୟ କରୁଛି।
ପ୍ର. ସିନେମାକୁ ବାଦ୍‌ ଦେଇ ଆଉ କ’ଣ ଅଭିନବ ଚିନ୍ତାଧାରା ମନରେ ରହିଛି ?
ଉ: ଓଡ଼ିଆ ସିନେମାରେ ତ ଅଭିନୟ କରିଆସୁଛି। ଆଗକୁ ଭଲ ଭଲ ସିନେମା ନିର୍ମାଣ କରିବା ସହ ଅଭିନୟ ଜାରି ରଖିବାକୁ ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବା ବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର…

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଏତିକି % ବଢ଼ିବ DA!

ଲକ୍ଷ୍ନୌ,୪।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କୁ ମିଳିପାରେ ଖୁସି ଖବର। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?