ଭିତ୍ତିଭୂମି ବଦଳିବା ସତ୍ତ୍ୱେ ଆସିନି ସୁଧାର

ବାଲେଶ୍ୱର ଅଫିସ,୭।୧୧- ବିଧାନସଭାର ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ୍‌ ଅଶ୍ୱିନୀ ପାତ୍ରଙ୍କ ତତ୍ତ୍ୱାବଧାନରେ ୧୨ ଜଣିଆ ଟିମ୍‌ ବୁଧବାର ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ସେମାନେ ଚିକିତ୍ସାଳୟର ଭିତ୍ତିଭୂମି ତଦାରଖ କରିବା ସହ ପ୍ରସୂତି ଓ ଶିଶୁ ବିଭାଗ ପରିଦର୍ଶନ କରି ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହିତ କିଭଳି ସ୍ବାସ୍ଥ୍ୟସେବା ମିଳୁଛି, ସେ ନେଇ ପଚାରି ବୁଝିଥିଲେ। ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ସହ କମିଟିର ସଦସ୍ୟମାନେ ଆଲୋଚନା କଲାବେଳେ ଡାକ୍ତରଖାନାର ଭିତ୍ତିଭୂମି ବଦଳୁଥିଲେ ମଧ୍ୟ ଉପଯୁକ୍ତ ଚିକିତ୍ସା ସେବା ମିଳୁ ନ ଥିବା ଅଭିଯୋଗ କରିଥିଲେ। ଏ ପରି କି ଜିଲା ହସ୍‌ପିଟାଲ ଓ ମେଡ଼ିକାଲ କଲେଜ କର୍ତ୍ତୃପକ୍ଷ ପରସ୍ପରକୁ ଦୋଷ ଦେଇ ନୀରବରେ ବସି ରହୁଥିବା ଅଭିଯୋଗ ହୋଇଥିଲା।
କମିଟିିର ସଦସ୍ୟମାନେ ଆସି ଅପରାହ୍ନ ସାଢ଼େ ୩ଟା ସମୟରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ଉକ୍ତ କମିଟିରେ ସଦର ବିଧାୟକ ମଦନ ମୋହନ ଦତ୍ତ, କରଞ୍ଜିଆ ବିଧାୟକ ବାସନ୍ତୀ ହେମ୍ବ୍ରମ୍‌, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଝାରସୁଗୁଡ଼ା ବିଧାୟକ କୁସୁମ ଟେଟେ, ସାରସକଣା ବିଧାୟକ ଡ. ବୁଧାନ ମୁର୍ମୁ, ଚମ୍ପୁଆ ବିଧାୟକ ମୀନାକ୍ଷୀ ମହନ୍ତ, ସ୍ବାସ୍ଥ୍ୟ ବିଭାଗ ସେକ୍ରେଟାରୀ ହରପ୍ରସାଦ ପଟ୍ଟନାୟକ, ନର୍ସିଂ ନିର୍ଦ୍ଦେଶକ ଡା. ସୁନୀଲ କୁମାର, ଡିଏସ୍‌ଏସ୍‌ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ମେଡିକାଲ କଲେଜ ଡିନ୍‌ ଡା. ପ୍ରତାପ ରଥ, ସୁପରିଣ୍ଟେଣ୍ଡେଣ୍ଟ ଡା. ସୁଧୀର କୁମାର ଘୋଷ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ବାନାର୍ଜୀ ପ୍ରସାଦ ଛୋଟରାୟ ପ୍ରମୁଖ ରହିଥିଲେ। ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ସମୟରେ ବିଭିନ୍ନ ବିଭାଗର ଦାୟିତ୍ୱରେ ଥିବା ଡାକ୍ତରମାନେ ଉପସ୍ଥିତ ଥିଲେ।
ସ୍ବାସ୍ଥ୍ୟ ସମସ୍ୟାର ପ୍ରତିକାର ଲାଗି ନୂତନ ବିଲ୍ଡିଂ ନିର୍ମାଣ ଭଳି ଭିତ୍ତିଭୂମିରେ ପରିବର୍ତ୍ତନ ଅଣାଯାଇ ବିଭିନ୍ନ ବିଭାଗ ଖୋଲାଯାଇ ଡାକ୍ତର, ନର୍ସ ଓ କର୍ମଚାରୀ ନିଯୁକ୍ତି ଦିଆଯାଇଛି। ଜିଲା ଚିକିତ୍ସାଳୟ ବାଲେଶ୍ୱର ସରକାରୀ ମେଡିିକାଲ କଲେଜ ହସ୍‌ପିଟାଲ ଭାବେ କାର୍ଯ୍ୟକାରୀ ହେବା ପରେ ଅନେକ କିଛି ପରିବର୍ତ୍ତନ ଆସିବ ବୋଲି ଲୋକେ ଆଶା ରଖିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟକୁ ପୂର୍ବରୁ ୪ଶହରୁ ୫ଶହ ରୋଗୀ ଦୈନିକ ଆସୁଥିବାବେଳେ ଏବେ ୨୭ଶହରୁ ୩ହଜାର ରୋଗୀ ଆସୁଛନ୍ତି। ବିଶେଷଜ୍ଞ ଓ ପ୍ରଫେସରମାନଙ୍କ ଉପସ୍ଥିତି ସାଙ୍ଗକୁ ଏମ୍‌ଆର୍‌ଆଇ, ଡାୟାଲିସିସ୍‌, ସିଟିସ୍କାନ୍‌, ଅଲ୍‌ଟ୍ରାସାଉଣ୍ଡ, ହାଇ ଆଣ୍ଡ ଲ୍ୟାବ୍‌ ଭଳି ବହୁମୂଲ୍ୟ ସେବା ମାଗଣାରେ ଉପଲବ୍ଧ ହେଉଛି। କିନ୍ତୁ ହସ୍‌ପିଟାଲ ଓ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ଅଧିକାଂଶ ପ୍ରଫେସର ଓ ବିଶେଷଜ୍ଞ ଡାକ୍ତର ରୋଗୀ ଦେଖିବାକୁ ଆସୁ ନ ଥିବା କମିଟିର ସଦସ୍ୟଙ୍କ ସହ ଆଲୋଚନା ବେଳେ ରୋଗୀମାନେ ଅଭିଯୋଗ କରିଥିଲେ। ବାୟୋମେଟ୍ରିକ୍‌ ବ୍ୟବସ୍ଥା ହୋଇ ନ ଥିବାରୁ ଡାକ୍ତର ଓ ନର୍ସମାନେ କେତେବେଳେ ଡ୍ୟୁଟିରେ ଆସୁଛନ୍ତି ଓ ଯାଉଛନ୍ତି ତାହା ଜଣାପଡୁ ନ ଥିବା ଏବଂ ଗରିବ ସାଧାରଣ ଲୋକେ ଦୂରଦୂରାନ୍ତରୁ ଜିଲା ହସ୍‌ପିଟାଲକୁ ଆସି ହଇରାଣ ହେଉଥିବା ଅଭିଯୋଗ ହୋଇଥିଲା। ଏହି ଅବସରରେ ଡାକ୍ତର ଅଭାବ ସମସ୍ୟା ଉଠିଥିଲା। ହସ୍‌ପିଟାଲ ପରିସରରେ ଗାଡ଼ି ପାର୍କିଂ, ସିସି କ୍ୟାମେରା, ପାନୀୟଜଳ ଓ ଶୌଚାଳୟ ବ୍ୟବସ୍ଥା କରିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଇ ନ ଥିବା ଏବଂ ବିଶ୍ରାମ ସ୍ଥଳ ଭଳି ଆନୁଷଙ୍ଗିିକ ସୁବିଧା ଅଭାବରୁ ରୋଗୀଙ୍କ ସହ ଆସୁଥିବା ସମ୍ପର୍କୀୟମାନେ ହଇରାଣ ହେଉଥିବା ଦର୍ଶାଯାଇଥିଲା। ସେହିପରି ଗ୍ରାମାଞ୍ଚଳରେ ଚିକିତ୍ସା ସେବା ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡିଥିବା ଷ୍ଟାଣ୍ଡିଂ କମିଟି ଆଗରେ ରୋଗୀ ଓ ସମ୍ପର୍କୀୟମାନେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri