ଭିତରକନିକା ଇକୋ-ଟୁରିଜମ୍‌ : ୩ ବର୍ଷରେ ୧ କୋଟି ୯୪ଲକ୍ଷ ଖର୍ଚ୍ଚ

ଭୁବନେଶ୍ୱର,୨୪ା୭(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲାରେ ଥିବା ଭିତରକନିକା ଲୁଣାଜଙ୍ଗଲ ବନ୍ୟଜୀବ ବନଖଣ୍ଡରେ ଜଙ୍ଗଲ ଓ ପରିବେଶ ବିଭାଗର ମୋଟ ୩ଟି ପରିବେଶ ପର୍ଯ୍ୟଟନସ୍ଥଳ ରହିଛି। ସେଗୁଡ଼ିକ ହେଲା ଡାଙ୍ଗମାଳ, ଗୁପ୍ତି ଓ ହବାଳୀଖଟି ଇକୋ ଟୁରିଜମ୍‌। ଏଠାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ବିଗତ ୩ବର୍ଷରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏବାବଦକୁ ୧ କୋଟି ୯୩ଲକ୍ଷ ୮୨ ହଜାର ୨ଶହ ଟଙ୍କା ବ୍ୟୟ କରାଯାଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି।
ବିଧାନସଭାରେ ବିଧାୟକ ବ୍ୟୋମକେଶ ରାୟ ପଚାରିଥିବା ଭିତରକନିକାର ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନୟନ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଆରୁଖ କହିଛନ୍ତି, ୨୦୧୬-୧୭ ଆର୍ଥିକ ବର୍ଷରେ ୪ ଲକ୍ଷ ୯୭ ହଜାର ୭ଶହ ଟଙ୍କାରେ ଡାଙ୍ଗମାଳଠାରେ ପର୍ଯ୍ୟଟକଙ୍କ ପାଇଁ ଇ-ରିକ୍ସା ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଥିଲା। ୧ କୋଟି ୪ଲକ୍ଷ ଟଙ୍କା ବ୍ୟୟରେ ହିରନ୍‌ ହାଉସ୍‌ ନିର୍ମାଣ କରାଯାଇଛି। ୨୦୧୭-୧୮ରେ ୧୦ଲକ୍ଷ ଟଙ୍କା ବ୍ୟୟରେ ଡାଙ୍ଗମାଳରେ ଶୌଚାଳୟ ସୁବିଧା ଉପଲବ୍ଧ କରାଯାଇଛି। ଗୁପ୍ତିଠାରେ ୨୦୧୬-୧୭ ଆର୍ଥିକବର୍ଷରେ ୬ଟି ନୂଆ କୋଠରିକୁ ଇକୋ-ଟୁରିଜମ୍‌ ପାଇଁ ରୂପାନ୍ତର ପାଇଁ ୨ ଲକ୍ଷ ୮୪ ହଜାର ୫୦୦ ଟଙ୍କା ଓ ୨୦୧୮-୧୯ ଆର୍ଥିକବର୍ଷରେ ଗୁପ୍ତି ବନବିଭାଗ ଜେଟ୍ଟୀର ପୁନରୁଦ୍ଧାର ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ହବାଳୀଖଟି ପରିବେଶ ପର୍ଯ୍ୟଟନସ୍ଥଳୀରେ ୨୦୧୭-୧୮ ଆର୍ଥିକବର୍ଷରେ ୫୦ଲକ୍ଷ ଟଙ୍କା ବ୍ୟୟରେ ୩ଟି ନୂଆ କୋଠରି ନିର୍ମାଣ ଓ ୨୦୧୮-୧୯ରେ ୨୦ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଆଉଏକ ନୂଆ କୋଠରି ପ୍ରସ୍ତୁତ କରାଯାଇଛି। ଡାଙ୍ଗମାଳ ପରିବେଶ ପର୍ଯ୍ୟଟନସ୍ଥଳୀରେ ପ୍ରାୟ ୩୭ଜଣ ପର୍ଯ୍ୟଟକ ରହିବାର ବ୍ୟବସ୍ଥା ଥିବାବେଳେ ଏଠାରେ ୧୩ଟି ଶୀତତାପ ନିୟନ୍ତ୍ରିତ କୋଠରି ଓ ୩ଟି ସାଧାରଣ କୋଠରି ରହିଛି। ସେହିଭଳି ଗୁପ୍ତିଠାରେ ୧୨ଜଣ ପର୍ଯ୍ୟଟକ ରହିବାର ସୁବିଧା ଥିବାବେଳେ ଏଠାରେ ୬ଟି ଶୀତତାପ ନିୟନ୍ତ୍ରିତ କୋଠରି ରହିଛି। ହବାଳୀଖଟିରେ ୫ଟି ବିନା ଶୀତତାପ ନିୟନ୍ତ୍ରିତ କୋଠରି ଥିବାବେଳେ ଏଠାରେ ୧୪ଜଣ ପର୍ଯ୍ୟଟକ ରାତ୍ରିରହଣି କରିବାସହ ସୁସ୍ବାଦୁ ବ୍ୟଞ୍ଜନର ମଜା ନେଇପାରିବେ। ଏହି ସମସ୍ତ ପରିବେଶ ପର୍ଯ୍ୟଟନସ୍ଥଳୀରେ ରହିବା ଲାଗି ଦେଶ ବିଦେଶର ପର୍ଯ୍ୟଟକମାନେ ଓଏଫ୍‌ଡିସି ଓ୍ବେବ୍‌ସାଇଟ୍‌ www.ecotourodisha.com ରେ ଅନ୍‌ଲାଇନ ବୁକିଂ କରିପାରୁଛନ୍ତି। ଏଠାରେ ଆବଶ୍ୟକ ମୌଳିକ ସୁବିଧା ସହ ପରିଷ୍କାର ପରିଚ୍ଛନ୍ନତା, ଅତ୍ୟାଧୁନିକ ବୋଟିଂ ବ୍ୟବସ୍ଥା ଓ ଗାଇଡ୍‌ ସେବା ପ୍ରଦାନ କରାଯାଉଛି। ସ୍ଥାନୀୟ ଅଧିବାସୀଙ୍କ ଦ୍ୱାରା ପରିବେଶ ପର୍ଯ୍ୟଟନସ୍ଥଳୀର ପରିଚାଳନା କରାଯାଉଥିବାରୁ ସେମାନଙ୍କ ଆର୍ଥିକ ସ୍ଥିତିରେ ଅନେକ ସୁଧାର ଆସିପାରିଛି। ଚାନ୍ଦବାଲିଠାରେ ଭଦ୍ରକ ବନ୍ୟଜୀବ ବନଖଣ୍ଡ ତରଫରୁ ପ୍ରବେଶ ଅନୁମତି ବା ଏଣ୍ଟ୍ରି ପର୍‌ମିଟ୍‌ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ସେଠାରେ ଭାସମାନ ଜେଟ୍ଟୀ, ଶୌଚାଳୟ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଖୋଳାଠାରେ ଏଣ୍ଟ୍ରି ପର୍‌ମିଟ୍‌ ପ୍ରଦାନ କରାଯିବା ସହ ସେଠାରେ ନୂତନ ଜେଟ୍ଟୀ ପାଇଁ ୨୦୧୭-୧୮ ଆର୍ଥିକବର୍ଷରେ ୧୬ଲକ୍ଷ ଟଙ୍କା ଏବଂ ପର୍ଯ୍ୟଟକ ବିନୋଦନ କେନ୍ଦ୍ର ପାଇଁ ୨୦୧୮-୧୯ବର୍ଷରେ ୬ଲକ୍ଷ ୧୬ ହଜାର ଟଙ୍କା ବ୍ୟୟ କରାଯାଇଥିବା ଆରୁଖ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

ବିଧାୟକ ମୋହନ ଚରଣ ମାଝିଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର, ପ୍ରତିବାଦରେ ଥାନା ସମ୍ମୁଖରେ ବସିଲେ ଧାରଣା

କେନ୍ଦୁଝର,୧ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବିଧାୟକ ତଥା ସଦର ବିଧାୟକ ପ୍ରାର୍ଥୀ ମୋହନ ଚରଣ ମାଝିଙ୍କୁ ସଦର ଥାନା ଆଇଆଇସିଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଥାନା...

ବ୍ରିଜ୍‌ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ବୁଧବାର ଖରାବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ନାହିଁ କାଉଡ଼ିଆ ନଦୀରେ ପଡ଼ି ଯାଇ...

ପ୍ରାର୍ଥିପତ୍ର ଦାଖଲ କଲେ ଅଭିଷେକ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କଂଗ୍ରେସ ପ୍ରାର୍ଥୀ ଅଭିଷେକ ସେଠ୍‌ ବୁଧବାର ନାମାଙ୍କନ ଦାଖଲ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri