ଭିଡ଼, ଜରିମାନାକୁ ଦୂରେଇବ ଫାଷ୍ଟାଗ୍‌ ବ୍ୟବସ୍ଥା

ଭୁବନେଶ୍ୱର,,୧୭ା୧୨(ବ୍ୟୁରୋ):

ସାରା ଦେଶର ଜାତୀୟ ରାଜପଥଗୁଡ଼ିକରେ ଥିବା ଟୋଲ୍‌ଗେଟରେ ରବିବାରଠାରୁ ଫାଷ୍ଟାଗ୍‌ ବ୍ୟବସ୍ଥା ଲାଗୁ ହୋଇଛି। ଓଡ଼ିଶା ଦେଇ ଯାଇଥିବା ଜାତୀୟ ରାଜପଥରେ ୧୧ଟି ଟୋଲ୍‌ ଗେଟ୍‌ରେ ଫାଷ୍ଟାଗ୍‌ ବ୍ୟବସ୍ଥା ଲାଗୁ ସହ ପୂର୍ବପରି ମାନୁଆଲ୍‌ ବ୍ୟବସ୍ଥା ମଧ୍ୟ ଚାଲୁ ରହିଛି। ସୋମବାର ଭୁବନେଶ୍ୱର- ପୁରୀ ଏନ୍‌ଏଚ୍‌-୩୧୬ର ପାଟ୍ଟଶାଣୀପୁର (ପିପିଲି) ଟୋଲଗେଟ୍‌ ଦେଇ ଯାତାୟତ କରୁଥିବା ଚାଳକଙ୍କ ସୁବିଧା ଅସୁବିଧାକୁ ଧରିତ୍ରୀ ଅନୁଧ୍ୟାନ କରିଥିଲା। ପିପିଲି ଟୋଲ୍‌ଗେଟ୍‌ ଦେଇ ପ୍ରତିଦିନ ୧୫ ହଜାରରୁ ଊର୍ଦ୍ଧ୍ୱ ଯାନବାହନ ଚଳାଚଳ କରୁଛି। ପୁରୀକୁ ଯିବା ଆସିବା ଲାଗି ଉଭୟ ପାର୍ଶ୍ୱରେ ୮ଟି ଲେନ କରାଯାଇଛି। ଗୋଟିଏ ପାର୍ଶ୍ୱରେ ଥିବା ୪ଟି ଲେନ ମଧ୍ୟରୁ ୨ଟି ଫାଷ୍ଟାଗ, ଗୋଟିଏ କ୍ୟାଶ ଏବଂ ଅନ୍ୟଟି ଭିଭିଆଇପିଙ୍କ ନିମନ୍ତେ ଉଦ୍ଦିଷ୍ଟ। ମାତ୍ର ୧୫ ପ୍ରତିଶତ ଲୋକ ବର୍ତ୍ତମାନ ଫାଷ୍ଟାଗ ବ୍ୟବହାର କରୁଥିବାରୁ କ୍ୟାଶ୍‌ ଲେନ୍‌ରେ ଭିଡ ଲାଗୁଛି। ଜନସାଧାରଣ ସଚେତନ ହେବା ସହ ୫୦ ପ୍ରତିଶତ ଲୋକ ଫାଷ୍ଟାଗ ବ୍ୟବହାର କରିବା ପରେ ଆଉ ଟୋଲରେ ଭିଡ଼ ଦେଖିବାକୁ ମିଳିବନି ବୋଲି ପିପିଲି ଟୋଲ୍‌ଗେଟ୍‌ର ପରିଚାଳକ ନକୁଳ ଚନ୍ଦ୍ର ଦାସ କହିଛନ୍ତି।
ଦୁଇଗୁଣା ଜରିମାନା ଭରିବାକୁ ପଡ଼ିବ
ଫାଷ୍ଟାଗ ବ୍ୟବସ୍ଥା ନ ଥିବା ଯାନଗୁଡ଼ିକ କ୍ୟାଶ୍‌ ଲେନ୍‌ରେ ଯିବାକୁ ପଡ଼ିବ। ଯଦି ଫାଷ୍ଟାଗ ଲେନ୍‌ରେ ବେନିୟମ ଭାବେ ଗାଡ଼ି ପ୍ରବେଶ କରେ ତେବେ ଦୁଇଗୁଣା ଜରିମାନା ଭରିବାକୁ ପଡ଼ିବ। ଏହି ନିୟମକୁ ଏନ୍‌ଏଚ୍‌ଏଆଇ ତରଫରୁ ଲାଗୁ କରାଯାଇଥିବା ବେଳେ ଆଗକୁ ଏହା କଡ଼ାକଡ଼ି ଭାବେ ପାଳନ କରାଯିବ। ଗତ ରବିବାର ପୁରୀ -ଭୁବନେଶ୍ୱର ରାସ୍ତାରେ ଥିବା ଟୋଲଗେଟ୍‌ଗୁଡ଼ିକରେ ଭିଡ ରହିଥିଲା। ଏକାଧିକ ଗାଡ଼ିଚାଳକ ତୁରନ୍ତ ଟୋଲଗେଟ ଅତିକ୍ରମ କରିବା ନିମନ୍ତେ ଫାଷ୍ଟାଗ ଗେଟରେ ଜବରଦସ୍ତ ପ୍ରବେଶ କରିଥିଲେ। ଏଥିଯୋଗୁ ୧୦ରୁ ଊର୍ଦ୍ଧ୍ୱ ଗାଡ଼ିକୁ ଜରିମାନା ଦେବାକୁ ପଡ଼ିଥିଲା। ତେବେ ପରେ ଏହି ନିୟମକୁ କୋହଳ କରାଯାଇଛି। ଏବେ ଫାଷ୍ଟାଗ ବ୍ୟବହାର ନେଇ ସଚେତନତା ସୃଷ୍ଟି କରାଯାଉଛି। ତେଣୁ ପରବର୍ତ୍ତୀ ସମୟରେ ଜରିମାନା ନିୟମ କଡ଼ାକଡ଼ି ପାଳନ କରାଯିବ ବୋଲି ଟୋଲଗେଟ୍‌ ପରିଚାଳକ ଦାସ କହିଛନ୍ତି।
ଏହା ଅତି
ସୁନ୍ଦର ବ୍ୟବସ୍ଥା
ଏ ନେଇ ପୁରୀ ଟାଉନ ଅଞ୍ଚଳର ସୁନୀଲ କୁମାର ସିଂ କୁହନ୍ତି, ମାସକୁ ପ୍ରାୟ ୧୫ ଥର ପୁରୀରୁ କାର୍‌ ଯୋଗେ ଭୁବନେଶ୍ୱର ଓ କଟକ ଯିବା ଆସିବା କରୁଛି। ଏଥିସହ ଅନ୍ୟ ମାଲବାହୀ ଗାଡ଼ିଗୁଡ଼ିକର ମାସିକ ପାସ୍‌ ରହିଛି। ମାତ୍ର କାର୍‌ ବା ମାଲବାହୀ ଗାଡ଼ିର ରେଜିଷ୍ଟ୍ରେଶନ ନମ୍ବର ଏବଂ କୌଣସି ସରକାରୀ ପରିଚୟ ପତ୍ର ଦେଲେ ତାହା ୫ ମିନିଟରେ ଫାଷ୍ଟାଗ ଅନ୍ତର୍ଭୁକ୍ତ ହୋଇଯାଉଛି। ମାସିକ ପାସ ଥିବା ଯାନଗୁଡିକ ଅତି ସହଜରେ ଏହାର ଅନ୍ତର୍ଭୁକ୍ତ କରାଯାଇପାରୁଛି। ଏହା ଏକ ଅତି ସୁନ୍ଦର ବ୍ୟବସ୍ଥା, ପ୍ରତ୍ୟେକ ଚାଳକ ଏହାକୁ ବ୍ୟବହାର କରି ଏହାର ବିଭିନ୍ନ ସୁବିଧାର ଫାଇଦା ନେଇପାରିବେ।
ଫାଷ୍ଟାଗ ଅନ୍ତର୍ଭୁକ୍ତ
ହେବା ସହଜ

ବିଭିନ୍ନ ଟୋଲ୍‌ଗେଟରେ ପେଟିଏମ୍‌, ଏୟାରଟେଲ ଓ ବ୍ୟାଙ୍କର ଏଜେଣ୍ଟମାନେ ମାଗଣାରେ ଅନ୍‌ଲାଇନ ଜରିଆରେ ୧୦ ମିନିଟରେ ଫାଷ୍ଟାଗ କାର୍ଡ ପ୍ରଦାନ କରୁଛନ୍ତି। ଏଥିସହ ୧୩ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଫାଷ୍ଟାଗ୍‌ ସେବା ଉପଲବ୍ଧ ହେଉଛି। ସେହିପରି ଅନଲାଇନ ଜରିଆରେ ମଧ୍ୟ ଏହି ସେବା ଉପଲବ୍ଧ ରହୁଛି। ଅନଲାଇନ ଜରିଆରେ ବ୍ୟକ୍ତି ବିଶେଷଙ୍କ ଆକାଉଣ୍ଟ ରହିଥିବା ବ୍ୟାଙ୍କର ଫାଷ୍ଟାଗ ସେବା ଆପ୍‌କୁ ଖୋଲିବା ପରେ ପ୍ରଥମେ ଫିଙ୍ଗର ପ୍ରିଣ୍ଟ ଦେବାକୁ ପଡ଼ିବ। ଏହା ପରେ ଯାନର ରେଜିଷ୍ଟ୍ରେଶନ ନମ୍ବର ସହ ଆଧାର ବା ପ୍ୟାନ ନମ୍ବରକୁ ଲିଙ୍କ କରିବାକୁ ହେବ। ଏହା ପରେ ଏକ ଫାଷ୍ଟାଗ ଓ୍ବାଲେଟ ଖୋଲିବା ସହ ଆପଣଙ୍କ କାର ଆଗରେ ଫାଷ୍ଟାଗ ଷ୍ଟିକରକୁ ଲଗାଯାଇଥାଏ। ଆପଣଙ୍କ ଯାନ ବା କାର ଟୋଲ ଗେଟ୍‌ ପାର ହେବାବେଳେ ଫାଷ୍ଟାଗ ଷ୍ଟିକର ଉପରେ ଥିବା ବାର୍‌ କୋଡ୍‌କୁ ସେଠାରେ ଲାଗିଥିବା ଲେଜର ଲାଇଟ ସ୍କାନର ସ୍କାନ କରିବା ପରେ ଆପଣଙ୍କ ଓ୍ବାଲେଟ ଟଙ୍କା କଟିବ। ଓ୍ବାଲେଟରୁ ଟଙ୍କା ସରିବା ପରେ ଆପଣ ପୁଣି ସେଥିରେ ଆବଶ୍ୟକ ମୁତାବକ ଟଙ୍କା ଭରି ପାରିବେ ବୋଲି ଏୟାରଟେଲ ମନି ଓ୍ବାଲେଟ କର୍ମଚାରୀ ସିଦ୍ଧନାଥ ରାଉତ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri