ଭାଷା ବିବାଦକୁ ନେଇ ଭୁବନେଶ୍ୱର ଏମ୍ସର ସ୍ପଷ୍ଟୀକରଣ: କେବଳ ପ୍ରଶାସନିକ କାର୍ଯ୍ୟ ପାଇଁ ହିନ୍ଦୀ

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ କେବଳ ପ୍ରଶାସନିକ କାର୍ଯ୍ୟ ପାଇଁ ହିନ୍ଦୀ ଭାଷା ବ୍ୟବହାର କରାଯିବ ବୋଲି ଏହାର ନିର୍ଦ୍ଦେଶିକା ଡକ୍ଟର ଗୀତାଞ୍ଜଳି ବି. କହିଛନ୍ତି। ସେହିପରି ସଂସ୍ଥାନରେ ହେଉଥିବା ଅଧିକାଂଶ ଦସ୍ତଖତ ଇଂଲିଶ ଅଥବା ଓଡ଼ିଆରେ ହୋଇଥାଏ। ତେଣୁ କର୍ମଚାରୀଙ୍କ ଉପରେ ହିନ୍ଦୀ ବ୍ୟବହାର ନେଇ ଲଦି ଦିଆଯାଉନାହିଁ। ଜାରି ହୋଇଥିବା ବିଜ୍ଞପ୍ତି କେବଳ ଆଭ୍ୟନ୍ତରୀଣ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ। ଏହା ଅଫିସିଆଲ ଲାଙ୍ଗୁଏଜ୍‌ ଆକ୍ଟ ରହିଥିବା ନିୟମ ଅନୁଯାୟୀ କରାଯାଉଥିବା ନିର୍ଦ୍ଦେଶିକା ଶନିବାର ସଫେଇ ଦେଇଛନ୍ତି।

ଗତ ଗୁରୁବାର ଭୁବନେଶ୍ୱରସ୍ଥିତ ଏମ୍ସର ସମସ୍ତ କର୍ମଚାରୀ ଓ ଫାକଲ୍ଟି ହିନ୍ଦୀ ଭାଷାରେ ଦସ୍ତଖତ କରିବା ସହ ରେକର୍ଡ ପ୍ରସ୍ତୁତ କରିବା ସମ୍ପର୍କିତ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ‘ଧରିତ୍ରୀ’ରେ ପ୍ରଥମେ ଏହି ଖବର ପ୍ରକାଶ ପାଇବା ପରେ ବିଭିନ୍ନ ରାଜନୈତିକ ଦଳ ଓ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଏହି ମର୍ମରେ ବିଜେଡି ପକ୍ଷରୁ ଏକ ପ୍ରତିନିଧି ଦଳ ଶନିବାର ଏମ୍ସ ନିର୍ଦ୍ଦେଶିକାଙ୍କୁ ଭେଟି ପ୍ରତିବାଦ ଜଣାଇଛନ୍ତି। ବିଜେଡିର ଅଭିଯୋଗ ସମ୍ପର୍କରେ ଜାଣିବା ପରେ କର୍ତ୍ତୃପକ୍ଷ ମଧ୍ୟ ଉପରୋକ୍ତ ଉକ୍ତି ଦ୍ୱାରା ନିଜ ପକ୍ଷ ରଖିଛନ୍ତି। ଏଥିସହିତ ଦଳ ପକ୍ଷରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ମଧ୍ୟ ପ୍ରେରଣ କରାଯାଇଛି। ବିଜେଡି ପ୍ରତିନିଧି ଦଳରେ ସଂସଦୀୟ ଦଳ ନେତା(ଲୋକ ସଭା)ପିନାକୀ ମିଶ୍ର, ରାଜ୍ୟ ସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ, ଡକ୍ଟର ଅମର ପଟ୍ଟନାୟକ, ସରୋଜିନୀ ହେମ୍ବ୍ରମ୍‌ , ଡକ୍ଟର ସସ୍ମିତ ପାତ୍ର, ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ, କେନ୍ଦ୍ରାପଡ଼ା ଏମ୍‌ପି କେବଳ ଅନୁଭବ ମହାନ୍ତି, ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ସୁଶାନ୍ତ ରାଉତ ସାମିଲ ହୋଇ ଏମ୍ସ କର୍ତ୍ତୃପକ୍ଷଙ୍କୁ ଭେଟିଛନ୍ତି। କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିବା ଦାବିପତ୍ରରେ ୫ଟି ବିଷୟ ଉଲ୍ଲେଖ କରାଯାଇଛି। ଭେଟିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପିନାକୀ କହିଛନ୍ତି ଯେ, ହିନ୍ଦୀ ବ୍ୟବହାର ସମ୍ପର୍କିତ ସର୍କୁଲାର ପ୍ରକାଶ ପ୍ରସଙ୍ଗରେ କର୍ତ୍ତୃପକ୍ଷଙ୍କ ଧ୍ୟାନ ଆକର୍ଷଣ କରାଯାଇଛି। ଭାଷାଭିତ୍ତିରେ ଗଠନ ହୋଇଥିବା ପ୍ରଥମ ରାଜ୍ୟ ହେଉଛି ଓଡ଼ିଶା। ତେଣୁ ଓଡ଼ିଶାର ମାତୃଭାଷା ଓଡ଼ିଆକୁ ଅଣଦେଖା କରି ଅନ୍ୟ କୌଣସି ଭାଷା ଲଦିଦେବା ଠିକ୍‌ ନୁହେଁ। ବିଶେଷକରି ଓଡ଼ିଶାରେ ରାଜ୍ୟବାସୀଙ୍କ ପାଇଁ କାର୍ଯ୍ୟ କରୁଥିବା କୌଣସି ଅନୁଷ୍ଠାନରେ ଏହା ଗ୍ରହଣୀୟ ନୁହେଁ। ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଏମ୍ସରେ ସ୍ଥାନୀୟ ଜନସାଧାରଣଙ୍କ ସ୍ବାର୍ଥକୁ ଧ୍ୟାନ ଦେବା ଆବଶ୍ୟକ। ତେଣୁ ହିନ୍ଦୀ ଭାଷାର ବ୍ୟବହାର ସମ୍ପର୍କିତ ସର୍କୁଲାରକୁ ପ୍ରତ୍ୟାହାର କରିବା ପାଇଁ ବିଜେଡି ପକ୍ଷରୁ ଦାବି କରାଯାଇଛି। ସମାନ ବିଷୟ ଉପସ୍ଥାପନ କରି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଏ ସମ୍ପର୍କରେ ଗଣମାଧ୍ୟମରେ ବିଜେଡି ଏମ୍‌ପି ପିନାକୀ କହିଛନ୍ତି ଯେ, ହିନ୍ଦୀ ବ୍ୟବହାର ସମ୍ପର୍କିତ ସର୍କୁଲାରକୁ ନେଇ ଏମ୍ସ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଏ ବିଷୟରେ ନିର୍ଦ୍ଦେଶିକାଙ୍କ ସହ ଦଳ ପକ୍ଷରୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଗଲା। ନିକଟରେ ଭାଷା କମିଟି ଏମ୍ସକୁ ଗସ୍ତ କରିଥିଲା। ସେହି ସମୟରେ ହିନ୍ଦୀ ବ୍ୟବହାର ସମ୍ପର୍କିତ ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇ ନ ଥିବାରୁ କର୍ମଚାରୀମାନଙ୍କ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାଦ୍ୱାରା କୌଣସି ରୋଗୀ ପ୍ରଭାବିତ ହେବେ ନାହିଁ। ସେମାନେ ପୂର୍ବପରି ଓଡ଼ିଆ କିମ୍ବା ଇଂଲିଶରେ ଆବଶ୍ୟକ ଫର୍ମ ପୂରଣ ଇତ୍ୟାଦି କାର୍ଯ୍ୟ କରିପାରିବେ। ରୋଗୀ କିମ୍ବା ସମ୍ପର୍କୀୟ ହିନ୍ଦୀ ଶିକ୍ଷା କରନ୍ତୁ ଏପରି କୌଣସି ନିୟମ ନ ଥିବା ପିନାକୀ କହିଛନ୍ତି। କଂଗ୍ରେସ ପକ୍ଷରୁ ବିଧାୟକ ସୁରେଶ ରାଉତରାୟ ହିନ୍ଦୀ ଲଦାଯିବା ଘଟଣାକୁ ବିରୋଧ କରିଛନ୍ତି। ଆବଶ୍ୟକ ହେଲେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସୁରେଶ କହିଛନ୍ତି। ଅପରପକ୍ଷରେ ଭାଜପା ଏହି ପ୍ରସଙ୍ଗକୁ ଭିନ୍ନ ଭାବେ ଚିତ୍ରିତ କରି ବିଜେଡିକୁ ଟାର୍ଗେଟ କରିଛି। ଭାଜପା ନେତା ଖାରବେଳ ସ୍ବାଇଁ କହିଛନ୍ତି ଯେ, ଏ ସର୍କୁଲାରେ କେଉଁଠି ଲେଖାନାହିଁ ଯେ, ଓଡ଼ିଆ ଭାଷା ବ୍ୟବହାର ହେବ ନାହିଁ। ରାଜ୍ୟରେ ଥିବା ସ୍ବାସ୍ଥ୍ୟାନୁଷ୍ଠାନର ଚିଠିପତ୍ର କେଉଁ ଭାଷାରେ ହେଉଛି। ଲୋକସେବା ଭବନ ଏବଂ ବିଧାନସଭାର ସମସ୍ତ ଚିଠି ଇଂଲିଶରେ ଲେଖାଯାଉଥିବା ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri