ଭାଷଣ ଓ ଭୋଟ

ଆକାର ପଟେଲ
କୋଡ଼ିଏ ବର୍ଷ ତଳେ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ ମୁମ୍ବାଇରେ ନିର୍ବାଚନ ଲଢ଼ୁଥିଲେ। ସମାଜବାଦୀ ପାର୍ଟି ଟିକେଟରେ ଠିଆହୋଇ ସେ ଶିବସେନା ନେତା ତଥା ବାନ୍ଦ୍ରା ଇଷ୍ଟ୍‌ର ବିଧାୟକ ମଧୁକର ସାର୍ପୋଟଦାରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ୨୦୧୦ରେ ପରଲୋକ ଗମନ କରିଥିବା ସାର୍ପୋଟଦାର ବାବ୍ରି ମସ୍‌ଜିଦ ଭଙ୍ଗା ଘଟଣା ପରେ ମୁସଲମାନ-ବିରୋଧୀ ଦଙ୍ଗାରେ ସକ୍ରିୟ ଥିଲେ। ସେ ଦୁଇଥର ଗିରଫ ହୋଇଥିଲେ ଏବଂ ତାଙ୍କୁ ହାତରେ ବନ୍ଧୁକ ଥିବା ଅବସ୍ଥାରେ ଧରାଯାଇଥିଲା। ଗାନ୍ଧୀ ପାଦରେ ଚାଲି ଚାଲି ନିର୍ବାଚନ ପ୍ରଚାର କରୁଥିଲେ ଏବଂ ସେତେବେଳେ ମୁଁ ଜଣେ ରିପୋର୍ଟର ହିସାବରେ ତାଙ୍କ ପଛେ ପଛେ ଚାଲୁଥିଲି।
ମୁଁ ତାଙ୍କୁ ପଚାରିଥିଲି ର଼୍ୟାଲିରେ ଉଦ୍‌ବୋଧନ ଦେବାବେଳେ ସେ କ’ଣ କହିବେ ବୋଲି ପ୍ରସ୍ତୁତ ହୋଇ ଆସିଛନ୍ତି। ସେ କହିଲେ ଯେ ବିକାଶ ପ୍ରସଙ୍ଗ କିଛି କାମ କରୁନାହିଁ। ସେ ବସ୍ତି ଅଞ୍ଚଳକୁ ଯାଇ ସେଠାରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଲୋକେ ବିଭିନ୍ନ ସେବା ଯଥା ପାଣି, ବିଦ୍ୟୁତ୍‌, ରାସ୍ତା, ନିଯୁକ୍ତି ଆଦି ସୁବିଧା ପାଉଛନ୍ତି କି ନାହିଁ, ସେ ବିଷୟରେ ସେମାନଙ୍କ ସହ ଆଲୋଚନା କରିଛନ୍ତି। ସେ ପୁଣି କହିଲେ ଯେ, ଏଗୁଡ଼ାକ ବି କିଛି ନୂଆ କଥା ନୁହେଁ। ସବୁ ଦଳ ଊଣା-ଅଧିକେ ସେଇ କଥା କହୁଛନ୍ତି। ତେଣୁ ଏହାଦ୍ୱାରା ଭୋଟରମାନଙ୍କୁ ଆକର୍ଷିତ କରିହେବ ନାହିଁ। ତେବେ ନିର୍ବାଚନୀ ସଭାରେ ଭାଷଣ ଦେବାବେଳେ କରତାଳି ମାଧ୍ୟମରେ ଲୋକଙ୍କ ଉତ୍ସାହ ଦେଖି କେଉଁ କଥା ଶୁଣିବାକୁ ସେମାନେ ଆଗ୍ରହ ପ୍ରକାଶ କରୁଛନ୍ତି, ତାହା ମୁଁ ବୁଝିପାରୁଛି। ଯେତେବେଳେ ମୁଁ ବିରୋଧୀଙ୍କୁ ବାକ୍ୟବାଣରେ ଆକ୍ରମଣ କରେ ବା କିଛି ହାସ୍ୟପରିହାସପୂର୍ଣ୍ଣ କଥା କହେ ସେତେବେଳେ ଶ୍ରୋତାମାନେ ଖୁବ୍‌ ଉତ୍ସାହିତ ହେବାର ଦେଖେ। ସେ ମୋତେ ଗୋଟିଏ ଉଦାହରଣ ଦେଲେ। ସାର୍ପୋଟଦାର ସବୁବେଳେ କହୁଥିଲେ ଯେ ସେ ଫ୍ରଣ୍ଟ ଫୁଟ୍‌ରେ ଖେଳିବାକୁ ପସନ୍ଦ କରନ୍ତି। ଏଇ କଥାକୁ ନେଇ ସଭାରେ ଗାନ୍ଧୀ କହନ୍ତି, ଯେଉଁମାନେ ଫ୍ରଣ୍ଟ ଫୁଟ୍‌ରେ ଖେଳନ୍ତି, ସେମାନେ ସହଜରେ ଆଉଟ୍‌ ହୋଇଯିବାର ଭୟ ଥାଏ। ଯେଉଁ ରାଜନେତାମାନେ ନିୟମିତ ବଡ଼ ବଡ଼ ଜନସଭାରେ ଭାଷଣ ଦିଅନ୍ତି, ସେମାନେ କେଉଁ ପ୍ରସଙ୍ଗକୁ ତୋଳି ଧରିଲେ ଲୋକ ପସନ୍ଦ କରିବେ, ସେ ବିଷୟରେ ସଚେତନ ଥାନ୍ତି। ସାମ୍ବାଦିକମାନେ ମଧ୍ୟ କିଛି ପରିମାଣରେ ଏ ବିଷୟରେ ସଚେତନ ଥାନ୍ତି, ବିଶେଷତଃ ଟିଭି ଓ ଇଣ୍ଟରନେଟ୍‌ ସାମ୍ବାଦିକମାନେ। କେଉଁ ପ୍ରସଙ୍ଗକୁ ଲୋକେ ପସନ୍ଦ କରୁଛନ୍ତି ବା କରୁନାହାନ୍ତି, ଟିଆର୍‌ପି ମାଧ୍ୟମରେ ସେମାନେ ତ୍ୱରିତ ପ୍ରତିକ୍ରିୟା ପାଇଯାନ୍ତି। ଖବରକାଗଜ ସାମ୍ବାଦିକମାନେ ଟିକିଏ ଡେରିରେ ପ୍ରତିକ୍ରିୟା ପାଆନ୍ତି। କିଛିଦିନ ତଳେ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ବିହାରରେ ଥିଲେ। ଏକ ରିପୋର୍ଟ ଅନୁସାରେ ପ୍ରଥମ ର଼୍ୟାଲିରେ ସେ ପାଞ୍ଚବର୍ଷ ଭିତରେ ନରେନ୍ଦ୍ର ମୋଦି ସରକାର କ’ଣ କରିଛନ୍ତି, ସେ ବିଷୟରେ କହିଲେ। ତା’ପରେ ସେ ଭାରତରେ ଦାରିଦ୍ର୍ୟ ହ୍ରାସ ପାଇଛି ବୋଲି ପ୍ରମାଣିତ କରିବା ପାଇଁ ଏକ ଆମେରିକୀୟ ସଂସ୍ଥାର ରିପୋର୍ଟ ଉପସ୍ଥାପନ କଲେ। ଏଥିରେ ଲୋକଙ୍କ ଭିତରେ ବେଶି କିଛି ଉତ୍ସାହ ଦେଖିବାକୁ ମିଳିଲା ନାହିଁ। ତା’ପରେ ରାଜନାଥ କହିଲେ, ”ଭାରତ କିସିକୋ ଛେଡ଼ତା ନହିଁ, ଲେକିନ ଜୋ ଛେଡ଼ତା ହୈ, ଉସ୍‌କୋ ଛୋଡ଼େଗା ନହିଁ।“ ଏହାପରେ ଲୋକଙ୍କ ଭିତରେ ଖୁବ୍‌ ଉତ୍ସାହ ଦେଖିବାକୁ ମିଳିଲା। ପରବର୍ତ୍ତୀ ଚାରୋଟି ର଼୍ୟାଲିରେ ସେ ବାଙ୍କା, ପୂର୍ଣ୍ଣିଆ, ଆରାରିଆ ଓ ମାଧେପୁରାରେ ଉଦ୍‌ବୋଧନ ଦେଇଥିଲେ। ଏହିସବୁ ର଼୍ୟାଲିରେ ସେ ତାଙ୍କ ଭାଷଣର କ୍ରମ ବଦଳାଇଦେଲେ। ସେ ପୁଲଓ୍ବାମା ଆକ୍ରମଣ କଥା କହି ଭାରତୀୟ ସେନା କିପରି ୧୨ ଦିନ ଭିତରେ ପାକିସ୍ତାନ ଭିତରେ ପଶି ଏହାର ଜବାବ ଦେଇଥିଲା ତାହା ବର୍ଣ୍ଣନା କରିଥିଲେ।
ଆମେ ଏଥିରୁ ଭୋଟର କ’ଣ ଚାହାନ୍ତି ବୋଲି ବୁଝିବା? ନେତାମାନେ କ’ଣ ଏହା ବୁଝିପାରି ସେହି ଜିନିଷ ଉପରେ ଫୋକସ୍‌ କରିପାରନ୍ତି? ଉତ୍ତର ଏତେ ସହଜ ନୁହେଁ। ସତ କଥା ହେଲା ଅଧିକାଂଶ ଲୋକ ର଼୍ୟାଲିକୁ ଯାଆନ୍ତି, ସେଥିରୁ କିଛି ମନୋରଞ୍ଜନ ପାଇବା ପାଇଁ। ସବୁଦିନିଆ ପୁରୁଣା କଥା ଶୁଣି ଶୁଣି ସେମାନେ ବୋର୍‌ ହେବାକୁ ଚାହାନ୍ତି ନାହିଁ। ଅବଶ୍ୟ ସେମାନେ ଜଳ, ବିଦ୍ୟୁତ୍‌ ଓ ନିଯୁକ୍ତି ବି ଚାହାନ୍ତି। କିନ୍ତୁ ସେମାନେ କେବଳ ସେଇ କଥା ଶୁଣିବାକୁ ର଼୍ୟାଲିକୁ ଆସି ନ ଥାନ୍ତି। ଲୋକଙ୍କ ମନୋଭାବ ଠଉରେଇବା ସବୁ ରାଜନେତାଙ୍କ ପକ୍ଷେ ସହଜ ହୋଇ ନ ଥାଏ। ଅନ୍ୟପକ୍ଷରେ ଭାରତର ରାଜନୀତି ଜାତି, ଧର୍ମ ଓ ସମ୍ପ୍ରଦାୟ-ଭିତ୍ତିକ ହୋଇଥିବାରୁ ଜଣେ ଭଲ ଭାଷଣ ଦେଲେ ଯେ ସଫଳ ରାଜନେତା ହୋଇଯିବ, ସେ କଥା ନୁହେଁ। ଆମ ଦେଶରେ ଭଲ ବକ୍ତାଙ୍କ ଭିତରେ ଅଛନ୍ତି ଲାଲୁ, ଥାକରେ, ମୋଦି, ମମତା, ଓଓ୍ବାଇସି ଓ ଆଉ ଅଳ୍ପ କେତଜଣ। ମାୟାବତୀ ଓ ନବୀନ ପଟ୍ଟନାୟକଙ୍କ ପରି ନେତା ଲୋକପ୍ରିୟ ଓ ସଫଳ ରାଜନେତା ହେବା ପାଇଁ ଭାଷଣ ଉପରେ ନିର୍ଭର କରନ୍ତି ନାହିଁ। ତେଣୁ ର଼୍ୟାଲି ମାଧ୍ୟମରେ ସେମାନେ ଲୋକଙ୍କ ପ୍ରାଥମିକ ପ୍ରତିକ୍ରିୟା ଜାଣିପାରନ୍ତି ନାହିଁ। ଆଜିକାର ଟିଭି ଓ ଇଣ୍ଟରନେଟ୍‌ ଯୁଗରେ ର଼୍ୟାଲିର ଭୂମିକା ବେଶି ଗୁରୁତ୍ୱପୂର୍ଣ୍ଣ ନୁହେଁ।
ମୁଁ ଭାବୁଛି ଶାସକ ଦଳ ଯେଉଁ ପୁଲ୍‌ଓ୍ବାମା ଘଟଣାକୁ ନିର୍ବାଚନୀ ପ୍ରସଙ୍ଗ କରିଛି, ତାହା ଫଳପ୍ରଦ ନୁହେଁ। ମୋଦି ଓ ଭାଜପା ଏହି ଘଟଣାକୁ ଲୋକଙ୍କ ଆଗରେ ଥୋଇ ଓ ବିରୋଧୀଙ୍କୁ ପାକିସ୍ତାନୀ ଏଜେଣ୍ଟ ବୋଲି କହି ବେଶି ଭୋଟ ପାଇବେ ବୋଲି ମୁଁ ଭାବୁନାହିଁ। ଯେତେବେଳେ କୃଷକମାନେ ଦୁର୍ଗତି ଭିତରେ ଶଢ଼ୁଛନ୍ତି ଏବଂ ନିଯୁକ୍ତିର ଘୋର ଅଭାବ ଯୋଗୁ ବେକାରି ବଢ଼ୁଛି, ସେତେବେଳେ ଅର୍ଥନୈତିକ ପ୍ରଗତି ବିଷୟରେ କିଛି କହିବା ଭାଜପା ପକ୍ଷେ ସମ୍ଭବ ନୁହେଁ। ସେଥିପାଇଁ ପ୍ରଧାନମନ୍ତ୍ରୀ ସର୍ଜିକାଲ ଷ୍ଟ୍ରାଇକ୍‌ର ଯାଦୁ ଓ ବିରୋଧୀଙ୍କ ବିଶ୍ୱାସଘାତକତା କଥା ବେଶି କହୁଛନ୍ତି। ଏହା ଶ୍ରୋତାଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇପାରେ, ମାତ୍ର ଏହା ଭୋଟରେ ପରିଣତ ହେବ ବୋଲି କହିହେବ ନାହିଁ। ଉକ୍ତ ନିର୍ବାଚନ ପ୍ରଚାର ଅବସରରେ ତୁଷାର ଗାନ୍ଧୀ ଲୋକଙ୍କର ଢେର ମନୋରଞ୍ଜନ କରାଇଥିଲେ ଓ ତାଳିମାଡ଼ ବି ପାଇଥିଲେ। ମାତ୍ର ସେ କେବଳ ଉକ୍ତ ନିର୍ବାଚନ ହାରି ନ ଥିଲେ ବରଂ ମୋର ଯାହା ମନେପଡ଼େ ସେ ଉକ୍ତ ନିର୍ବାଚନରେ ଅମାନତ ବି ହରାଇଥିଲେ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri