ଭାରତୀୟଙ୍କ ଦାବିଦାରହୀନ ଜମା; ସ୍ବିସ୍‌ ସରକାରଙ୍କୁ ହସ୍ତାନ୍ତର ହୋଇପାରେ

ନୂଆଦିଲ୍ଲୀ,୧୧-୧୧: ସ୍ବିଜରଲ୍ୟାଣ୍ଡର ବିଭିନ୍ନ ବ୍ୟାଙ୍କରେ ରହିଥିବା ଭାରତୀୟଙ୍କ ସମେତ ଅନ୍ୟ ଦେଶର ଲୋକଙ୍କ ଦାବିଦାରହୀନ ଜମା ସେଠାକାର ସରକାରଙ୍କ ହସ୍ତାନ୍ତର ହୋଇପାରେ। ଏଭଳି ଭାବେ ଭାରତ ସହ ସଂଯୋଗ ଥିବା ୧୨ ଆକାଉଣ୍ଟର କୌଣସି ଦାବିଦାର ନ ଥିବା ଜଣାପଡିଛି। ସ୍ବିସ୍‌ ବ୍ୟାଙ୍କଗୁଡିକରେ ୩୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଅଣଦାବିଦାର ଅର୍ଥ ରହିଥିବା ଏକ ଖବର ସାମ୍ନାକୁ ଆସିଛି। ସେଠାକାର ସରକାର ୨୦୧୫ରେ ନିଷ୍କ୍ରିୟ ଖାତା ସମ୍ପର୍କରେ ସୂଚନାକୁ ସାର୍ବଜନୀନ କରିଥିଲେ। ଦାବିଦାର ପ୍ରମାଣ ଦେଇ ଅର୍ଥ ପାଇବା ଲାଗି ବ୍ୟାଙ୍କ ନିର୍ଦ୍ଦିଷ୍ଟ ସମୟ ସୀମା ଜାରି କରିଛି। ହେଲେ ପ୍ରାୟ ୧୦ ଭାରତୀୟ ଆକାଉଣ୍ଟର କେହି ଦାବିଦାର ସାମ୍ନାକୁ ଆସି ନ ଥିବା ଜଣାପଡିଛି। ଆକାଉଣ୍ଟଗୁଡିକ ଭାରତୀୟ ମୂଳ ନିବାସୀ ଏବଂ ବ୍ରିଟିଶ ସରକାରଙ୍କ ଅମଳରେ ନାଗରିକଙ୍କ ସହ ଜଡିତ ବୋଲି ଖବର ପ୍ରକାଶ ପାଇଛି। ଗତ ୬ ବର୍ଷ ମଧ୍ୟରେ କୌଣସି ଗୋଟିଏ ଖାତା ଲାଗି ମଧ୍ୟ ଭାରତୀୟଙ୍କ ପକ୍ଷରୁ ସ୍ପଷ୍ଟ ଭାବେ ଦାବି କରାଯାଇ ନ ଥିବା ସ୍ବିସ୍‌ ବ୍ୟାଙ୍କିଙ୍ଗ କର୍ତ୍ତୃପକ୍ଷ କହିଛନ୍ତି। ଏହି ଆକାଉଣ୍ଟଗୁଡିକ ମଧ୍ୟରେ ୨ଟି କଲିକତା, ଗୋଟିଏ ଡେରାଡୁନ ଏବଂ ୨ଟି ମୁମ୍ବାଇ ଭଳି ସ୍ଥାନ ସହ ସମ୍ପର୍କ ରହିଛି। ଏଭଳି ମଧ୍ୟ କିଛି ଆକାଉଣ୍ଟ ରହିଛି ଯାହାର ମାଲିକ ଏବେ ଫ୍ରାନ୍ସ ଏବଂ ଇଂଲଣ୍ଡରେ ରହୁଛନ୍ତି।
କିଛି ଆକାଉଣ୍ଟର ଦାବି ଲାଗି ରହିଥିବା ସମୟ ସୀମା ଆସନ୍ତା ମାସରେ ଶେଷ ହେଉଛି। ଅପରପକ୍ଷରେ ଆଉ କିଛି ଆକାଉଣ୍ଟ କ୍ଷେତ୍ରରେ ସମୟ ସୀମା ୨୦୨୦ ଯାଏ ରହିଛି। ସ୍ବିସ୍‌ ବ୍ୟାଙ୍କରେ ଥିବା କିଛି ନିଷ୍ପ୍ରିୟ ଆକାଉଣ୍ଟ ଲାଗି ପାକିସ୍ତାନର ବାସିନ୍ଦା ଦାବି କରିଛନ୍ତି। ଏହାବାଦ୍‌ ସୁଇଜରଲାଣ୍ଡ ଏବଂ ଅନ୍ୟ ଦେଶର ବାସିନ୍ଦା ମଧ୍ୟ ଆଉ କିଛି ଆକାଉଣ୍ଟଧାରୀଙ୍କ ଉତ୍ତରାଧିକାରୀ ବୋଲି ଦାବିରେ ଜଣାଇଛନ୍ତି। ୨୦୧୫ରେ ସୁଇଜରଲାଣ୍ଡ ପ୍ରଥମଥର ଲାଗି ଆକାଉଣ୍ଟ ତଥ୍ୟ ସାର୍ବଜନୀନ କରିଥିଲା। ସୂଚୀରେ ମୋଟ ୨୬୦୦ ଆକାଉଣ୍ଟ ରହିଛି। ଆକାଉଣ୍ଟଗୁଡିକରେ ୪.୫ କୋଟି ସ୍ବିସ୍‌ ଫ୍ରାଙ୍କ୍‌ (ପ୍ରାୟ ୩୦୦ କୋଟି ଟଙ୍କା) ରହିଛି। ୧୯୫୫ରୁ ଏହି ରାଶି ଉପରେ କୌଣସି ଦାବି କରାଯାଇ ନାହିଁ। ଏହି ସୂଚୀରେ ପ୍ରତିବର୍ଷ ନୂଆ ଆକାଉଣ୍ଟ ଯୋଡି ହେଉଛି। ଏହି କ୍ରମରେ ସବୁ ଦେଶକୁ ମିଶାଇ ୩,୫୦୦ ଆକାଉଣ୍ଟ ଯୋଡି ହୋଇଛି।
ସ୍ବିସ୍‌ ବ୍ୟାଙ୍କ ଆକାଉଣ୍ଟରେ କଳାଧନ ପ୍ରସଙ୍ଗ ଭାରତରେ ଏକ ବିବାଦୀୟ ବିଷୟ ହୋଇପଡିଛି। ଭାରତୀୟମାନେ ଟିକସ ଲୁଚାଇବା ଲାଗି ସେମାନଙ୍କ ଟଙ୍କାକୁ ସ୍ବିସ୍‌ ବ୍ୟାଙ୍କ ଆକାଉଣ୍ଟରେ ରଖୁଥିବା ସାଧାରଣରେ ବିଶ୍ୱାସ ରହିଛି। ସେହିଭଳି ରାଜରାଜୁଡା ମଧ୍ୟ ସ୍ବିସ ବ୍ୟାଙ୍କରେ ଟଙ୍କା ରଖିଥିବା ସନ୍ଦେହ କରାଯାଇଥାଏ। ଟିକସ ଆଦାନପ୍ରଦାନ ଚୁକ୍ତି ତଥା ବିଶ୍ୱ ସ୍ତରର ଚାପ ଯୋଗୁ ସ୍ବିଜରଲାଣ୍ଡ ଏହାର ବ୍ୟାଙ୍କିଙ୍ଗ ତଥ୍ୟକୁ ବିଭିନ୍ନ ଦେଶ ସହ ଆଦାନ ପ୍ରଦାନ କରୁଛି। ଭାରତ ସମେତ ଅନ୍ୟ ଦେଶ ସ୍ବିଜରଲାଣ୍ଡ ସହ ସୂଚନାର ସ୍ବତଃ ଆଦାନପ୍ରଦାନ ଚୁକ୍ତିରେ ସାମିଲ ହୋଇଛନ୍ତି। ଏହି ଚୁକ୍ତି ମୁତାବକ ଭାରତକୁ ପ୍ରଥମ ପର୍ଯ୍ୟାୟ ତଥ୍ୟ ମିଳିଛି। ଦ୍ୱିତୀୟ ପର୍ଯ୍ୟାୟ ତଥ୍ୟ ୨୦୨୦ ସେପ୍ଟେମ୍ବରରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଯୁଦ୍ଧବିରତି ପରେ ଇରାନର ସୁପ୍ରିମ ଲିଡର୍‌ ମୋଜତାବା ଖାମେନେଇଙ୍କ ଭୟଙ୍କର ବୟାନ, ଆମେରିକା-ଇସ୍ରାଏଲ ଶୁଣିଲେ…

ତେହରାନ୍‌,୧୦।୪: ଆମେରିକା ସହିତ ଯୁଦ୍ଧବିରତି ପରେ ଇରାନର ନୂତନ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇ ତାଙ୍କର ପ୍ରଥମ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଇରାନ…

ଲୋମଟାଙ୍କୁରା ଘଟଣା; ନିଶାରେ ଯୁବତୀଙ୍କୁ ଗଣବଳାତ୍କାର କଲେ ୪ ଯୁବକ, ପ୍ରମାଣ ନଷ୍ଟ କରିବା ପାଇଁ ଫାଶୀ ଦେଇଦେଲେ

ହାଇଦ୍ରାବାଦ,୧୦।୪: ତେଲଙ୍ଗାନାର ୱାରାଙ୍ଗଲ ଜିଲାରେ ଜଣେ  ୨୧ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ଗଣବଳାତ୍କାର ଏବଂ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା, ପ୍ରକଳ୍ପ ବନ୍ଦ ନିଷ୍ପତ୍ତି ନେଇ…

ଭୁବନେଶ୍ୱର,୧୦ା୪: ରାଜ୍ୟରେ ପୁଣି ଜୋର୍‌ ଧରିଛି ମେଟ୍ରୋ ପ୍ରକଳ୍ପ ରାଜନୀତି। ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ପ୍ରକଳ୍ପ ବନ୍ଦ ନିଷ୍ପତ୍ତି…

କ୍ଷତିଗ୍ରସ୍ତ ଚାଷୀଙ୍କୁ ଠିକ୍‌ଭାବେ ପ୍ରଦାନ କରାଯାଉନାହିଁ ବୀମାରାଶି, ଜିଲାରେ ପୁଣି…

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇପଡ଼ିଛି। ବିଭିନ୍ନ ସମୟରେ ଚାଷୀମାନେ ଫସଲକ୍ଷତିର ସମ୍ମୁଖୀନ ହେଉଛନ୍ତି, ଅଥଚ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଠିକ୍‌ଭାବେ ବୀମାରାଶି…

ଅଧ୍ୟାପିକାଙ୍କୁ ନିର୍ଯାତନା ଦେଇ ଜେଲ୍‌ ଗଲେ କଲେଜ ଅଧ୍ୟକ୍ଷ

ଝାରବନ୍ଧ,୧୦ା୪(ଦେବେନ୍ଦ୍ର ସାହୁ): ଜଣେ ଅଧ୍ୟାପିକାଙ୍କୁ ମାନସିକ ନିର୍ଯାତନା ଦେବା ବରଗଡ଼ ଜିଲା ଝାରବନ୍ଧ ଜୁନିଅର ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁଙ୍କୁ ମହଙ୍ଗା ପଡ଼ିଛି। ଶେଷରେ ତାଙ୍କୁ ଜେଲ୍‌…

ମା’ ଆଖି ସାମ୍ନାରେ ବୋରୱେଲରେ ପଡ଼ିଗଲା ଶିଶୁ, ୭୦ ଫୁଟ ଗଭୀରରେ….

ଭୋପାଳ,୧୦।୪: ଉଜ୍ଜୈନଠୁ ପ୍ରାୟ ୭୫ କିଲୋମିଟର ଦୂରରେ ଥିବା ବଡ଼ନଗର ନିକଟବର୍ତ୍ତୀ ଝଲାରିଆ ଗାଁରେ ଅଘଟଣ । ତିନି ବର୍ଷର ନିର୍ଦ୍ଦୋଷ ଶିଶୁ ଏକ ବୋରୱେଲରେ ପଡ଼ିଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri