‘ଭାରତୀୟ ସଂସ୍କୃତି ପ୍ରତି ବିଶ୍ୱ ଆକର୍ଷିତ

ଛତ୍ରପୁର,୨୭।୬(ଡି.ଏନ.ଏ.)-ଭାରତର ସଂସ୍କୃତି ଓ ଆଧ୍ୟାମତ୍ିକ ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇ ପୂର୍ବରୁ ବିଭିନ୍ନ ଦେଶର ବିଦ୍ୱାନମାନେ ଆସି ନିଜକୁ ଏଥିରେ ସମର୍ପି ଦେଇଛନ୍ତି। ଭାରତର ସନ୍ଥ, ମୁନି ଋଷିମାନେ ବିଶ୍ୱରେ ଚୈତନ୍ୟ ଭରି ଦେଇଛନ୍ତି। ତେଣୁ ସମସ୍ତ ଭାରତୀୟ ଗର୍ବ ଅନୁଭବ କରନ୍ତୁ ବୋଲି ଗୁରୁବାର ଅପରାହ୍ନରେ ଛତ୍ରପୁର ବ୍ଲକ ଅଗସ୍ତିନୂଆଗାଁ ଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ଏଠାର ଚିଦାନନ୍ଦ ଦିବ୍ୟ ଧାମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ଆହୁରି କହିଥିଲେ ଯେ, ପୂର୍ବ-ପଶ୍ଚିମ ସବୁ ଅପସରି ଯାଇଛି। ଏବେ ନୂଆ ଯୁଗର ଆରମ୍ଭ ହେଉଛି। ଭାରତୀୟ ସଂସ୍କୃତିର ଅନୁପମ ପୁଷ୍ପ ସାରା ବିଶ୍ୱରେ ସୁଗନ୍ଧିତ କରୁଛି। ପ୍ରଭୁ ଜଗନ୍ନାଥ ଓ ରଘୁନାଥଙ୍କ ଦେଶରେ କେହି ଅନାଥ କେମିତି ହେବେ। ଜସାଧାରଣଙ୍କୁ ସ୍ବଚ୍ଛ ପାଣି କିଭଳି ମିଳିବ ଏବଂ ମା,ଭଉଣୀ ଓ ଝିଅ କିଭଳି ସୁରକ୍ଷିତ ରହିବେ ଆମେ ଉଦ୍ୟମ କରିବା ଜରୁରୀ। ଖାଦ୍ୟ, ବସ୍ତ୍ର ଓ ଆଶ୍ରୟ ମିଳିବା ଜନସାଧାରଣଙ୍କ ଅଧିକାର ବୋଲି ରାଜ୍ୟପାଳ ତାଙ୍କ ସମ୍ଭାଷଣରେ କହିଥିଲେ। ରାଜ୍ୟପାଳ ପ୍ରଥମେ ନବନିର୍ମିତ ଚିଦାନନ୍ଦ ହୋମ, ସନ୍ଥ ନିବାସ, ଡିଭାଇନ୍‌ ହୋମ, ବଶିଷ୍ଠ ସଦନ ଓ ପରାଶର ସଦନ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଭଳି ଅନୁଷ୍ଠାନ, ସନ୍ଥ, ମୁନିମାନେ ମାନବ ସମ୍ବଳକୁ ଠିକ୍‌ କାର୍ଯ୍ୟ କରିବାକୁ ବାଟ ଦେଖାଉଛି ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଆଧ୍ୟାମତ୍ିକ ଚିନ୍ତାଧାରା ପରିପ୍ରକାଶ କରୁଥିବା ଉକ୍ତ ଅନୁଷ୍ଠାନର ଉତ୍ତୋରତର ଉନ୍ନତି କାମନା କରିଥିଲେ। ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌. ଧନଞ୍ଜୟ ରେଡ୍ଡୀ ଅନ୍ୟତମ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ। ସ୍ବାମୀ ବ୍ରହ୍ମସାକ୍ଷାତକାରାନନ୍ଦ ସରସ୍ବତୀ ଆଶୀର୍ବଚନ ଦେଇଥିଲେ। ଏହି ଅବସରରେ ଗୋପାଳକୃଷ୍ଣ ପାତ୍ର ଓ ଡ. କେଦାର ନାଥ ତ୍ରିପାଠୀଙ୍କୁ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ଏଥିସହ ରାଜ୍ୟପାଳ, ବ୍ରହ୍ମପୁର ଏମ୍‌ପି, ଛତ୍ରପୁର ବିଧାୟକ, ବ୍ଲକ ଅଧ୍ୟକ୍ଷ ଓ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଅଧ୍ୟକ୍ଷ ସୁବାସ ମହାରଣାଙ୍କୁ ଚିଦାନନ୍ଦ ଦିବ୍ୟଧାମ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଟ୍ରଷ୍ଟି କେ ଶ୍ରୀଧର ଦାସ ସ୍ବାଗତ ସମ୍ଭାଷଣ, ପ୍ରତିଷ୍ଠାତା ତଥା ସଭାପତି ବିପ୍ର ଚରଣ ପାତ୍ର ସଂକ୍ଷିପ୍ତ ବିବରଣୀ, ପ୍ରଫୁଲ କୁମାର ରଥ ଧନ୍ୟବାଦ ଦେଇଥିଲେ। ଇନ୍ଦିରା ଅଧିକାରୀ, ଗୋପୀନାଥ ମହାରଣା, ରାଜେଶ ପାତ୍ର, ପତିତପାବନ କରଣ, ରଶ୍ମି ରଞ୍ଜନ ସାମନ୍ତରାୟ, ଜଗନ୍ନାଥ ଆଚାର୍ଯ୍ୟ, ଶାନ୍ତି ଭୂଷଣ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri