ଭାରତୀୟ ବଂଶୋଦ୍ଭବଙ୍କୁ ମିସ୍‌ ଇଂଲଣ୍ଡ ମୁକୁଟ

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ୨୩ବର୍ଷୀୟା ଡାକ୍ତର ଭାଷା ମୁଖାର୍ଜୀ ମିସ୍‌ ଇଂଲଣ୍ଡ ମୁକୁଟ ବିଜୟିନୀ ହୋଇଛନ୍ତି। ଇଂଲଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ୧୨ଜଣ ମଡେଲଙ୍କୁ ପଛରେ ପକାଇ ସେ ମୁକୁଟ ଜିତିଛନ୍ତି। ଭାଷା ଦୁଇଟି ପୃଥକ୍‌ ମେଡିକାଲ ଡିଗ୍ରୀ ହାସଲ କରିବା ସହିତ ଆଇକ୍ୟୁରେ ୧୪୬ ର଼୍ୟାଙ୍କ୍‌ରେ ରହିଛନ୍ତି। ସେ ୫ଟି ଭାଷାରେ ଅନର୍ଗଳ କହିପାରନ୍ତି ବୋଲି ଡେଲି ମେଲ୍‌ରେ ରିପୋର୍ଟ ପ୍ରକାଶ ପାଇଛି। ଗୁରୁବାର ସନ୍ଧ୍ୟାରେ ମିସ୍‌ ଇଂଲଣ୍ଡ ଫାଇନାଲ୍‌ ଶେଷ ହେବାର କିଛି ଘଣ୍ଟା ପରେ ବୋଷ୍ଟନସ୍ଥିତ ଲିଙ୍କନଶାୟାର ହସ୍ପିଟାଲ୍‌ରେ ସେ ଜଣେ କନିଷ୍ଠ ଡାକ୍ତର ଭାବେ ଚାକିରି ଜୀବନ ଆରମ୍ଭ କରିଛନ୍ତି। ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ‘ମେଡିକାଲ ସ୍କୁଲ୍‌ରେ ପାଠପଢ଼ା ମଧ୍ୟଭାଗରେ ସୁନ୍ଦରୀ ପ୍ରତିଯୋଗିତାରେ ଭାଗନେବାକୁ କ୍ୟାରିୟର ଆରମ୍ଭ କରିଥିଲି। ଏଥିପାଇଁ ଖୁବ୍‌ ଖୁସି ଲାଗିଲା। କିନ୍ତୁ ପାଠପଢ଼ାରେ ଅଧିକ ମନୋନିବେଶ କରି ଏଥିରୁ କିଛିଦିନ ବିରତି ନେଲି। ପାଠପଢ଼ା ସରିବା ପରେ ପୁଣି ସୁନ୍ଦରୀ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଲି।’
ଭାଷା ମୁଖାର୍ଜୀ ଭାରତରେ ଜନ୍ମଗ୍ରହଣ କରିଛନ୍ତି। ତାଙ୍କୁ ଯେତେବେଳେ ୯ବର୍ଷ ବୟସ, ତାଙ୍କ ପରିବାର ଭାରତ ଛାଡ଼ି ବ୍ରିଟେନ୍‌ରେ ଅବସ୍ଥାପିତ ହୋଇଥିଲେ। ନଟିଂହାମ୍‌ ୟୁନିଭର୍ସିଟିରୁ ସେ ମେଡିକାଲ୍‌ ସାଇନ୍ସ ଏବଂ ମେଡିସିନ୍‌ ଓ ସର୍ଜରିରେ ଦୁଇଟି ବ୍ୟାଚଲର ଡିଗ୍ରୀ ହାସଲ କରିଛନ୍ତି। ମିସ୍‌ ଇଂଲଣ୍ଡ ବିଜୟୀ ହୋଇଥିବାରୁ ଭାଷା ମୁଖାର୍ଜୀ ମିସ୍‌ ଓ୍ବାର୍ଲଡ ପ୍ରତିଯୋଗିତାରେ ଭାଗନେବେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍‌ରେ ଲୁଚାଯାଇଥିବା ଗାଡ଼ି ଜବତ

ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…

ବିଶୋଧିତ ଜଳ ବ୍ୟବହାର କଲେ ମନୁଷ୍ୟ ସମାଜ ସୁସ୍ଥ ରହିବ

ବିଶାଳ ଭୂପୃଷ୍ଠକୁ ସୁବିସ୍ତୃତ ଜଳରାଶି ଚାରିପଟୁ ସଜାଗ ପୋଲିସ ବାହିନୀ ସଦୃଶ ଘେରିରହିଛି। ମହାସାଗର, ସାଗର ଓ ନଦୀଜଳ ଦ୍ୱାରା ଜାଗତିକ ସଭ୍ୟତା ଉନ୍ନତିର ସୋପାନରେ ଆଗେଇ…

ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି

ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

ଇଲେକ୍ଟ୍ରୋନେଗେଟିଭିଟି ଭ୍ରମର ସମାଧାନ (Breaking the Electronegativity Myth): ପ୍ରାୟ ଏକ ଶତାବ୍ଦୀ ଧରି, ରସାୟନ ବିଜ୍ଞାନ ପାଠ୍ୟପୁସ୍ତକଗୁଡ଼ିକ ଏକ ନିୟମ ଶିଖାଇ ଆସିଥିଲେ: ହାଇଡ୍ରୋଜେନ ବନ୍ଧନ…

‘ଯେକୌଣସି ଭୁଲ ପ୍ରାଣଘାତକ ହେବ’ ହର୍ମୁଜ ପ୍ରଣାଳୀରେ ସୀମାପାର ମନୋଭାବରେ ଇରାନ

ତେହରାନ,୧୩।୪: ଇସଲାମାବାଦରେ ‘ଶାନ୍ତି ଆଲୋଚନା’ ବିଫଳ ହେବା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇପାରେ। ଇରାନ ନୌସେନା ହର୍ମୁଜ ପ୍ରଣାଳୀ…

ଆମେରିକାକୁ ବଡ଼ ପରାମର୍ଶ ଦେଲା ଇରାନ, କହିଲା ଟ୍ରମ୍ପଙ୍କୁ ଆମର…

ତେହରାନ,୧୩।୪: ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ସଙ୍କେତ ଦେଇଛନ୍ତି ଯେ ତେହରାନ ଆମେରିକା ସହିତ ଏକ ଚୁକ୍ତିରେ ପହଞ୍ଚିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ, ଏକ ସମାଧାନ…

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

ବ୍ଲଡ୍‌ପ୍ରେସର ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ସଜନା ଶାଗ

ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହେଉଛି ଶଜନା ଶାଗ। ଏଥିରେ କାଲ୍‌ସିୟମ୍‌, ଆଇରନ୍‌ ସମେତ ଭିଟାମିନ୍‌-ଏ, ସି ଏବଂ ଇ ଭରି ରହିଛି। ବିଶେଷଭାବରେ ବ୍ଲଡ୍‌ପ୍ରେସର ସମସ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri