Posted inଖେଳ

ଭାରତୀୟ ଫୁଟବଲ କ୍ୟାମ୍ପରେ ଶୁଭମ୍‌

ଭୁବନେଶ୍ୱର, ୨୮।୨(କ୍ରୀଡ଼ା ପ୍ରତିନିଧି)-ନିଜ ଲକ୍ଷ୍ୟ ପଥରେ କ୍ରମେ ଆଗକୁ ବଢ଼ୁଛନ୍ତି ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ଓଡ଼ିଆ ତାରକା ଶୁଭମ୍‌ ଷଡ଼ଙ୍ଗୀ। ଜାତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବା ପ୍ରତି ଖେଳାଳିଙ୍କ ଅଭିଳାଷ ରହିଥାଏ। ଏଥିରେ ଶୁଭମ୍‌ ମଧ୍ୟ ବ୍ୟତିକ୍ରମ ନୁହନ୍ତି। ଜାତୀୟ ଦଳ ପକ୍ଷରୁ ଖେଳିବା ତାଙ୍କର ସ୍ବପ୍ନ ବୋଲି ପୂର୍ବରୁ ସେ ପ୍ରକାଶ କରି ସାରିଛନ୍ତି। ଏହି ଦିଗରେ ଏବେ ଗୋଟିଏ ପାଦ ଆଗେଇଛନ୍ତି ପ୍ରତିଭା ସମ୍ପନ୍ନ ଶୁଭମ୍‌। ଆଗାମୀ କାତାର ବିପକ୍ଷ ଫିଫା ୨୦୨୨ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ ଶୁଭମଙ୍କୁ ଭାରତୀୟ କ୍ୟାମ୍ପରେ ସାମିଲ କରାଯାଇଛି। ଭାରତ-କାତାର ମ୍ୟାଚ ମାର୍ଚ୍ଚ ୨୬ରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ତା’ ପୂର୍ବରୁ ୨୩ ଖେଳାଳିଙ୍କୁ ନେଇ ୧୮ ଦିନିଆ ଜାତୀୟ କ୍ୟାମ୍ପ ସେହି ଭୁବନେଶ୍ୱରରେ ହିଁ ମାର୍ଚ୍ଚ ୯ରୁ ଆରମ୍ଭ ହେବ। ଏହି କ୍ୟାମ୍ପ ପାଇଁ ଶୁଭମଙ୍କ ସମେତ ୧୧ ଖେଳାଳି ପ୍ରଥମଥରପାଇଁ କ୍ୟାମ୍ପରେ ସାମିଲ ହୋଇଛନ୍ତି। ସେମାନେ ହେଲେ ଲାଲେଙ୍ଗମାଓ୍ବିଆ, ଜେରି ମାଓ୍ବିମିଙ୍ଗଥାଙ୍ଗା, ଜ୍ୟାକସନ ସିଂ, ଲିଷ୍ଟନ କୋଲାକୋ, ପ୍ରତୀକ ଚୌଧାରୀ, ରଫିକ୍‌ ଅଲୀ ସର୍ଦ୍ଦାର, ପ୍ରଭସୁଖାନ ଗିଲ, ସୁମିତ ରାଠି, ସେରିଟନ ଫର୍ନାଣ୍ଡିଜ ଓ ଏଡଓ୍ବିନ ସିଡ୍‌ନୀ ଭାନ୍ସପଲ। ଆଇଏସଏଲ ସେମିଫାଇନାଲରେ ପ୍ରବେଶ କରିଥିବା ଅନ୍ୟ ୪ ଦଳର ୨୦ ଖେଳାଳି ମାର୍ଚ୍ଚ ୧୬ରୁ କ୍ୟାମ୍ପରେ ଯୋଗଦେବେ। ବାଲେଶ୍ୱର ସୋରୋ ଅଞ୍ଚଳର ଅନୀତା ଓ ପ୍ରୀତିକାନ୍ତ ଷଡ଼ଙ୍ଗୀଙ୍କ ପୁତ୍ର ଶୁଭମ୍‌ ବାପାଙ୍କ କର୍ମସଂସ୍ଥାନ ଯୋଗୁ ପିଲାଟି ଦିନରୁ ବାହାର ପରିବେଶରେ ବଢ଼ି ଆସିଛନ୍ତି। ଆଇଏସଏଲରେ ପୂର୍ବରୁ ଦିଲ୍ଲୀ ଡାଇନାମସ ପକ୍ଷରୁ ଖେଳି ଆସୁଥିବା ଏହି ଫୁଟବଲ ପ୍ରତିଭା ଚଳିତ ସିଜନରେ ଓଡ଼ିଶା ଏଫସି ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ପୁରା


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

Shubman Gill: ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି, ପ୍ଲେଇଂ ଇଲେଭେନରୁ ବିଦା ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୭ା୧୨: ଭାରତୀୟ କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଶୁଭମନ ଗିଲଙ୍କୁ ପ୍ଲେଇଂ ଇଲେଭେନରୁ...

ହସ୍ପିଟାଲରେ ଭର୍ତ୍ତି ହେଲେ ଯଶସ୍ବୀ ଜୟସ୍ବାଲ, ହଠାତ୍ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ,୧୭ା୧୨: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ପୁଣେର ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫି...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri