ଭାରତରେ ସରିଆସୁଛି କରୋନା ଆୟୁଷ: ମେ’ ୨୧ ସୁଦ୍ଧା ୯୭% ବିଲୋପ

ନୂଆଦିଲ୍ଲୀ,୨୮ା୪: ମହାମାରୀ କରୋନା(କୋଭିଡ୍‌-୧୯)କୁ ପ୍ରତିହତ କରିବା ପାଇଁ ଭାରତ ସମେତ ବିଶ୍ୱର ଅନେକ ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ। ଫଳରେ କୋଟି କୋଟି ଲୋକ ନିଜ ଘରେ ଏକ ମାସରୁ ଊର୍ଦ୍ଧ୍ୱ ସମୟ ହେଲା ଆବଦ୍ଧ ହୋଇ ରହିଛନ୍ତି। ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ, କେବେ ସମାପ୍ତ ହେବ କରୋନା ଭାଇରସ୍‌ର ପ୍ରକୋପ। ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ସିଙ୍ଗାପୁରର ଗବେଷକମାନେ। ସେମାନଙ୍କ ପୂର୍ବାନୁମାନ ଅନୁଯାୟୀ ଭାରତରେ ଏହି ମହାମାରୀର ପ୍ରକୋପ ଆସନ୍ତା ମେ ୨୧ରେ ୯୭ ପ୍ରତିଶତ ଲୋପ ପାଇଯିବ। ସେହିପରି ମେ ୩୧ରେ ୯୯% ଏବଂ ଜୁଲାଇ ୨୫ରେ ୧୦୦% ଅର୍ଥାତ୍‌ ସମ୍ପୂର୍ଣ୍ଣ ଭାବେ ଏହା ସମାପ୍ତ ହେବ। ଭାରତରେ ଏପ୍ରିଲ ୨୦କୁ ଗବେଷକମାନେ ଟର୍ନିଂ ଡେଟ୍‌ ବା ପରିବର୍ତ୍ତନର ତାରିଖ ଭାବେ ବିବେଚନା କରିଛନ୍ତି।
ଚାଇନାରୁ ସାରା ବିଶ୍ୱକୁ କୋଭିଡ୍‌-୧୯ ବ୍ୟାପିବା ଏବଂ ଧୀରେ ଧୀରେ ହ୍ରାସ ପାଇବାର ଧାରାକୁ ଆଧାର କରି ସିଙ୍ଗାପୁର ୟୁନିଭର୍ସିଟି ଅଫ୍‌ ଟକ୍ନୋଲୋଜି ଆଣ୍ଡ ଡିଜାଇନ(ଏସ୍‌ୟୁଟିଡି)ର ଡାଟା-ଡ୍ରିଭେନ ଇନୋଭେଶନ ଲାବ୍‌ର ଗବେଷକମାନେ କରୋନା ଭୂତାଣୁର ବିଲୋପ ସମ୍ପର୍କରେ ଅଧ୍ୟୟନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ଅଧ୍ୟୟନ ହେଉଛି ଏକ ଗାଣିତିକ ମଡେଲ ‘ଏସ୍‌ଆଇଆର’ (ସସ୍‌ସେପ୍ଟିବଲ-ଇନ୍‌ଫେକ୍ଟେଡ୍‌-ରିକଭର୍ଡ) ଉପରେ ଆଧାରିତ। ତଦନୁଯାୟୀ ସେମାନେ ଭାରତ ସମେତ ୧୩୧ ଦେଶରେ କେଉଁ ତାରିଖରେ ଏହି ମାହାମାରୀ ଶେଷ ହେବ ତାହା ଭବିଷ୍ୟବାଣୀ କରିଛନ୍ତି। ବିଭିନ୍ନ ଦେଶରେ ମହାମାରୀର ଜୀବନଚକ୍ର ତଥା ସଂକ୍ରମଣ ବଢ଼ିବା ଏବଂ ହ୍ରାସ ହେବା ଆଧାରରେ ଏହି ପୂର୍ବାନୁମାନ କରାଯାଇଛି। ସମୟ ସହିତ ଏହି ଆକଳନରେ ମଧ୍ୟ ପରିବର୍ତ୍ତନ ହୋଇପାରେ।
ଭାରତର ବଡ଼ ସହର ଯଥା ମହାରାଷ୍ଟ୍ରର ମୁମ୍ବାଇ, ପୁଣେ, ଗୁଜରାଟର ଅହମ୍ମଦାବାଦ, ଦିଲ୍ଲୀ, ରାଜସ୍ଥାନର ଜୟପୁର, ମଧ୍ୟପ୍ରଦେଶର ଇନ୍ଦୋରର ସଂକ୍ରମଣ ସ୍ଥିତିକୁ ଦେଖିଲେ ଉପରୋକ୍ତ ପୂର୍ବାନୁମାନ ମାତ୍ର ଏକ ସମ୍ଭାବନା ମନେ ହେଉଛି। କିନ୍ତୁ ଛୋଟ ରାଜ୍ୟ ଗୋଆ, ତ୍ରିପୁରା, ମଣିପୁର ଓ ଅରୁଣାଚଳପ୍ରଦେଶ କୋଭିଡ୍‌-୧୯ ମୁକ୍ତ ହୋଇପାରିଛି।
ଗବେଷକଙ୍କ ଆକଳନ ଅନୁଯାୟୀ, ବିଶ୍ୱରେ ମହାମାରୀର ପ୍ରକୋପ ଆସନ୍ତା ମେ ୨୯ରେ ୯୭% ଲୋପ ପାଇବାକୁ ଥିବାବେଳେ ଜୁନ୍‌ ୧୬ରେ ୯୯% ଏବଂ ଡିସେମ୍ବର ୮ରେ ସମ୍ପୂର୍ଣ୍ଣ ଭାବେ(୧୦୦%) ସମାପ୍ତ ହେବ। ଗତ ଏପ୍ରିଲ ୧୧ ତାରିଖକୁ ଗବେଷକମାନେ ଟର୍ନିଂ ଡେଟ୍‌ ବୋଲି ଦର୍ଶାଇଛନ୍ତି।
ଚାଇନାରେ ଫେବୃୟାରୀ ୮କୁ ଟର୍ନିଂ ଡେଟ୍‌ ଭାବେ ଦର୍ଶାଯାଇଥିବାବେଳେ ମହାମାରୀର ପ୍ରକୋପ ଫେବୃୟାରୀ ୨୭ରେ ୯୭% ବିଲୋପ ହୋଇଥିବା ଗବେଷକମାନଙ୍କ ପକ୍ଷରୁ କୁହାଯାଇଛି। ବାସ୍ତବରେ ଦେଖିବାକୁ ଗଲେ, ଫେବୃୟାରୀ ୧୯ରେ ଚାଇନାରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ମାସ ମଧ୍ୟରେ ସବୁଠୁ କମ୍‌ ଥିଲା। ଏଥିରୁ ଦେଶରେ ଟର୍ନିଂ ଡେଟ୍‌ ଅତିକ୍ରମ ହୋଇଥିବା ସୂଚନା ମିଳୁଛି। ସେହିପରି ମାର୍ଚ୍ଚ ୪ରେ ଚାଇନାରେ କରୋନାର ପ୍ରକୋପ ୯୯% ସମାପ୍ତ ହୋଇଥିବା ଏସ୍‌ଆଇଆର ମଡେଲ ଆକଳନ କରିଛି। ହେଲେ ମାର୍ଚ୍ଚ ୭ରେ ଚାଇନାରେ ୯୯ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। କିନ୍ତୁ ଗୋଟିଏ ଦିନରେ ୧୦୦ ସଂଖ୍ୟା ତଳକୁ କରୋନା ରୋଗୀ ଚିହ୍ନଟ ହେବା ସେତେବେଳେ ପ୍ରଥମ ଘଟଣା ଥିଲା। ଗବେଷକଙ୍କ ଆକଳନ ଅନୁଯାୟୀ ଏପ୍ରିଲ ୯ରେ ଚାଇନାରେ କରୋନା ପ୍ରକୋପ ସମ୍ପୂର୍ଣ୍ଣ ସମାପ୍ତ ହେବା କଥା। କିନ୍ତୁ ଏହା ହୋଇପାରିନି। ଅଦ୍ୟାବଧି କମ୍‌ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। କିନ୍ତୁ ଏପ୍ରିଲ ୮ରୁ କରୋନାର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚାଇନାର ଉହାନ ସହରରେ ଲୋକଙ୍କୁ ଲକ୍‌ଡାଉନରୁ ମୁକ୍ତ କରାଯାଇଥିଲା। ଏହାସହ ଦେଶରେ ଗତ କିଛି ସପ୍ତାହ ହେଲା ଚିହ୍ନଟ ହେଉଥିବା ସଂକ୍ରମିତମାନେ ବାହାର ଅଞ୍ଚଳରୁ ଆସିଥିବା ଚାଇନା ପକ୍ଷରୁ କୁହାଯାଉଛି। ଏସବୁକୁ ଦେଖିଲେ ସିଙ୍ଗାପୁର ଗବେଷକମାନଙ୍କ ପୂର୍ବାନୁମାନ ସହ ଚାଇନାର ସ୍ଥିତି ପ୍ରାୟ ମେଳ ଖାଉଛି। ତେଣୁ ଗବେଷକମାନଙ୍କ ଉପରୋକ୍ତ ଭବିଷ୍ୟବାଣୀରୁ ମନେହେଉଛି ଯେ, ଭାରତରେ ମହାମାରୀ କରୋନାର ଆୟୁଷ ସରି ସରି ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri