ଭାରତରେ ଫୁଟିବ କରୋନା ବୋମା

ଜାତିସଂଘ, ୭ା୬: ମହାମାରୀ କରୋନା ବିଶ୍ୱକୁ କଲବଲ କରିଚାଲିଛି। ଏବେ ୬୮ ଲକ୍ଷରୁ ଅଧିକ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଥିବା ବେଳେ ୩.୯୮ ଲକ୍ଷ ଲୋକଙ୍କ ଜୀବନ ଗଲାଣି। ଆମେରିକା, ବ୍ରାଜିଲ, ରୁଷିଆ, ସ୍ପେନ୍‌, ବ୍ରିଟେନ ପରେ ଭାରତ ଷଷ୍ଠ ସ୍ଥାନରେ ରହିଛି। ଭାରତର ଜନସଂଖ୍ୟା ଘନତ୍ୱ ଅନ୍ୟ ୪ ସର୍ବାଧିକ ଭୂତାଣୁ ଆକ୍ରାନ୍ତ ଦେଶଠାରୁ ଅଧିକ ଥିବା ବେଳେ ଲକ୍‌ଡାଉନ୍‌ ଉଠିଯିବା ବିପତ୍ତିକୁ ଆମନ୍ତ୍ରଣ କରିଛି। ଗତ କିଛିଦିନ ମଧ୍ୟରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପ୍ରବାସୀଙ୍କ ଆଗମନ ପରେ ଭାରତର ସ୍ଥିତି ଜଟିଳ ହେବାରେ ଲାଗିଛି। ୬୭ ଦିନର ଲକ୍‌ଡାଉନ୍‌ ଅତିକ୍ରମ କରିଥିଲେ ହେଁ ଭାରତରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣକୁ ଆସିପାରିନାହିଁ। ଏବେ ଲକ୍‌ଡାଉନ୍‌କୁ ଉଠାଇଦେବାର ମାନେ କରୋନା ବିସ୍ଫୋରଣ ଲାଗି ବାଟ ଫିଟାଇବା ବୋଲି କହିଛନ୍ତି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଜରୁରିକାଳୀନ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକେଲ ର଼୍ୟାନ୍‌। ମାତ୍ର ୩ ସପ୍ତାହରେ ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ଦୁଇଗୁଣ ବଢ଼ିବା ଚିନ୍ତ ଜନକ ବିଷୟ। ଆଗାମୀ ଦିନରେ ଭାରତରେ କରୋନା ବୋମା ବିସ୍ଫୋରଣ କରିବାର ଆଶଙ୍କା ଅଧିକ ରହିଥିବା ସେ ପ୍ରକାଶ କରିଛନ୍ତି।
ଦକ୍ଷିଣ ଏସିଆର ଅନ୍ୟ ଦେଶଗୁଡ଼ିକରେ ମଧ୍ୟ ଭୂତାଣୁ ବ୍ୟାପିବାରେ ଲାଗିଛି। ପାକିସ୍ତାନ, ବାଂଲାଦେଶ ଭଳି ଜନବହୁଳ ଦେଶରେ ଏହା କାୟାବିସ୍ତାର କରିଥିଲେ ହେଁ ଏହା ବିସ୍ଫୋରକ ରୂପ ନେଇନାହିଁ। ଭାରତର ସହରାଞ୍ଚଳଗୁଡ଼ିକରେ ଉଗ୍ର ସଂକ୍ରମଣ ସ୍ଥିତି ଦେଖିବାକୁ ମିଳିଛି। ଦେଶବ୍ୟାପୀ ଲକ୍‌ଡାଉନ୍‌ ଯୋଗୁ କେତେକାଂଶରେ ଭୂତାଣୁ ସଂକ୍ରମଣକୁ ରୋକାଯାଇ ପାରିଥିଲା ବୋଲି ର଼୍ୟାନ୍‌ ମତବ୍ୟକ୍ତ କରିଛନ୍ତି। ଏବେ ପୁଣି ସଂକ୍ରମଣ ରାସ୍ତା ଖୋଲି ଦିଆଯାଇଥିବା ସେ କହିଛନ୍ତି। ଶନିବାର କେବଳ ୯,୮୮୭ ନୂଆ ମାମଲା ସାମ୍ନାକୁ ଆସିବା ଓ ୨୯୪ ଜଣଙ୍କ ମୃତ୍ୟୁ ହେବା ଏହାର ସଂକେତ ଦେଇସାରିଛି। ଭାରତରେ ଏବେ  ୨,୩୬,୬୫୭ ରୋଗୀ ଥିବା ବେଳେ ମୃତ୍ୟୁସଂଖ୍ୟା ବଢ଼ି ୬,୬୪୨ରେ ପହଞ୍ଚିଛି।
ମାର୍ଚ୍ଚ ୨୫ରେ ଦେଶବ୍ୟାପୀ ପ୍ରଥମ ଲକ୍‌ଡାଉନ୍‌ ଘୋଷଣା କରାଯିବା ବେଳେ ଭାରତରେ ମାତ୍ର ୫୧୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ମେ ୩୧ରେ ଶେଷ ହେବା ପରେ କେବଳ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଜୁନ୍‌ ୩୦ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ହେଲେ ଭାରତ ସରକାର ଜୁନ୍‌ ୮ରୁ ପର୍ଯ୍ୟାୟକ୍ରମେ ସବୁ କଟକଣା କୋହଳ କରିବା ଲାଗି ନିଷ୍ପତ୍ତି ନେଇଥିବା ବେଳେ ଏହା ବୁମେରାଂ ସାବ୍ୟସ୍ତ ହେବାର ଆଶଙ୍କା ରହିଥିବା ର଼୍ୟାନ୍‌ କହିଛନ୍ତି। ଏବେ ବିସ୍ଫୋରକ ସ୍ଥିତି ଦେଖାଦେଇନାହିଁ। ହେଲେ ଲୋକମାନଙ୍କ ଗତିବିଧି ବଢ଼ିବା ସହ ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକ ରହିଛି। ବିଶେଷକରି ଲକ୍‌ଡାଉନ୍‌ କଟକଣା ଉଠିବା, ପ୍ରବାସୀଙ୍କ ଆଗମନ, ଜନସଂଖ୍ୟା ଘନତ୍ୱ, ଲୋକଙ୍କ ଚଳପ୍ରଚଳ ଯୋଗୁ ଭାରତରେ ଆଗାମୀ ଦିନରେ କରୋନା ବୋମା ଫୁଟିବାର ଆଶଙ୍କା ଅଧିକ ରହିଥିବା ର଼୍ୟାନ୍‌ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୨।୧୪: ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri