ଭାରତରେ ପ୍ରଥମଥର ପାଇଁ ଆରମ୍ଭ ହେବ ମସଲା କ୍ଲଷ୍ଟର

କଟକ ଅଫିସ, ୧୯ା୯:ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିକାଶ ପ୍ରତିଷ୍ଠାନ ପକ୍ଷରୁ କଲେଜଛକସ୍ଥିତ ଏମ୍‌ଏସ୍‌ଏମ୍‌ଇ ବିକାଶଭବନରେ ଗୁରୁବାର ମସଲା ଉଦ୍ୟୋଗପତିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍‌ଏସ୍‌ଏମ୍‌ଇ ସହନିର୍ଦ୍ଦେଶକ ପି.କେ. ମିଶ୍ର ଯୋଗଦେଇ ଭାରତରେ ପ୍ରଥମଥର ପାଇଁ ମସଲା କ୍ଲଷ୍ଟର ଆରମ୍ଭ ହେବ ବୋଲି କହିଥିଲେ। ଏହି ବୈଠକରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସମସ୍ତ ମସଲା ଉଦ୍ୟୋଗୀଙ୍କୁ ମସଲା କ୍ଲଷ୍ଟର ବିଷୟରେ ବୁଝାଯାଇଥିଲା। କ୍ଲଷ୍ଟରର ଉନ୍ନତି ପାଇଁ ଏକ ନୂତନ କାର୍ଯ୍ୟକାରୀ ସମିତି ଗଠନ କରାଯାଇଛି। ରୁଚି ମସଲାର ପ୍ରତିଷ୍ଠାତା ଡ. ଶରତ ଚନ୍ଦ୍ର ସାହୁ ଏବଂ ଭାରତ ମସଲା ଉଦ୍ୟୋଗର ପ୍ରତିଷ୍ଠାତା ସୁରେନ୍ଦ୍ର ପଣ୍ଡା ଉପଦେଷ୍ଟା ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓରି ମିକ୍ସ ମସଲା ଉଦ୍ୟୋଗର ପ୍ରତିଷ୍ଠାତା ଜ୍ୟୋତିର୍ମୟୀ ରାଉତଙ୍କ ପକ୍ଷରୁ ସଭାପତିଭାବେ କମ୍ପାନୀ ନିର୍ଦ୍ଦେଶକ ରାଜେଶ ରାଉତ, ଉପସଭାପତି ଭାବେ ରାଜ୍‌ ମସଲା ପ୍ରତିଷ୍ଠାତା ଜ୍ୟୋତିର୍ମୟୀ ମହାନ୍ତି, ମୁସ୍‌କାନ ମସଲାର ପ୍ରତିଷ୍ଠାତା ଅନୀଲ ମୁରାର୍‌କାଙ୍କୁ ସମ୍ପାଦକ ଭାବେ ଏବଂ ରାଜଲକ୍ଷ୍ମୀ ମସଲା ଉଦ୍ୟୋଗର ପ୍ରତିଷ୍ଠାତା ଉମେଶ ଚନ୍ଦ୍ର ବେହେରା କୋଷାଧ୍ୟକ୍ଷ ଭାବେ କାର୍ଯ୍ୟଭାର ଦିଆଯାଇଥିଲା। କଟକ, ଖୋର୍ଦ୍ଧା ଓ ଜଗତ୍‌୍‌ସିଂହପୁର ଜିଲାର ପ୍ରାୟ ୩୦ଟି ମସଲା ଉଦ୍ୟୋଗପତି ଏହି ଶିଳ୍ପପୁଞ୍ଜର ସଭ୍ୟ ରହିଛନ୍ତି। ଅନ୍ୟାନ୍ୟ ଜିଲାର ଛୋଟବଡ଼ ମସଲା ଉଦ୍ୟୋଗୀଙ୍କୁ ଯୋଗାଯୋଗ ପାଇଁ ଫୋନ ନଂ. ୯୪୩୭୨୬୭୦୯୭ ଜାରି କରାଯାଇଛି। କାର୍ଯ୍ୟକ୍ରମରେ ରାକ୍ଷୀ ମସଲା ମହେନ୍ଦ୍ର ବେହେରା, ସନ ଫୁଡ୍‌ ଦେବେନ୍ଦ୍ର ସାହୁ, ଶ୍ରୀଜଗନ୍ନାଥ ମସଲା ନିରଞ୍ଜନ ନାଏକ, ସ୍ବାଦିଷ୍ଟ ମସଲାର ଗଗନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri