ଭାରତର ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର କଲା ଆମେରିକା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨-୬: ଭାରତକୁ ମିଳୁଥିବା ଜେନେରାଲାଇଜ୍‌ଡ ସିଷ୍ଟମ ଅଫ୍‌ ପ୍ରିଫରେନ୍ସେସ(ଜିଏସ୍‌ପି) ମାନ୍ୟତାକୁ ଆମେରିକା ପ୍ରତ୍ୟାହାର କରିନେଇଛି। ଏହା ଆସନ୍ତା ୫ରୁ ଲାଗୁ ହୋଇଯିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ୍‌ ହାଉସ୍‌ରେ ଏ ସମ୍ପର୍କରେ ଘୋଷଣା କରିଥିଲେ। ଭାରତଠାରୁ ଏହି ମାନ୍ୟତା ପ୍ରତ୍ୟାହାର କରାଯିବ ବୋଲି ଟ୍ରମ୍ପ ମାର୍ଚ୍ଚ ୪ରେ ସୂଚନା ଦେଇଥିଲେ। ତେବେ ବାଣିଜ୍ୟ ବିବାଦର ସମାଧାନ ପାଇଁ ଭାରତ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ପୂର୍ବରୁ ଆମେରିକା ପ୍ରତ୍ୟାଖ୍ୟାନ କରିଦେଇଥିଲା। ଭାରତ ନିଜର ବଜାରରେ ଆମେରିକାକୁ ସମାନ ପ୍ରବେଶ ଅଧିକାର ଦେଉନାହିଁ ବୋଲି ଅଭିଯୋଗ କରି ରାଷ୍ଟ୍ରପତି ଟ୍ରମ୍ପ ଏପରି ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି। ଏଥିଲାଗି ୬୦ ଦିନର ନୋଟିସ ପିରିୟଡ ଧାର୍ଯ୍ୟ ହୋଇଥିଲା, ଯାହା କି ମେ ୩ରେ ଶେଷ ହୋଇଛି।
ଜିଏସ୍‌ପି ମାନ୍ୟତା କ’ଣ
ବିକାଶଶୀଳ ଦେଶର ଆର୍ଥିକ ବୃଦ୍ଧି ଲାଗି ଆମେରିକା ପକ୍ଷରୁ ୧୯୭୬ରେ ଜିଏସ୍‌ପି ମାନ୍ୟତା ପ୍ରଦାନ ଆରମ୍ଭ କରାଯାଇଥିଲା। ଏହି ମାନ୍ୟତା ପାଇଥିବା ଦେଶ ଆମେରିକାକୁ ଟିକସ ନ ଦେଇ ସାମଗ୍ରୀ ରପ୍ତାନି କରିପାରୁଛନ୍ତି। ଏବେ ମାନ୍ୟତା ପ୍ରତ୍ୟାହାର କରାଯିବା ପରେ ଆମେରିକାକୁ ରପ୍ତାନି କରାଯାଉଥିବା ସାମଗ୍ରୀ ଉପରେ ଭାରତ ଟିକସ ଦେବାକୁ ବାଧ୍ୟ ରହିବ। ଏହି କାରଣରୁ ଆମେରିକାରେ ଭାରତୀୟ ସାମଗ୍ରୀ ଦର ମହଙ୍ଗା ହୋଇଯିବ ଏବଂ ବିକ୍ରି ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ। ଫଳରେ ଆମେରିକାକୁ ଭାରତର ସାମଗ୍ରୀ ରପ୍ତାନି ଧୀରେ ଧୀରେ ହ୍ରାସ ପାଇବ। ରପ୍ତାନି କମିବା ଭାରତର ଅର୍ଥନୀତି ପାଇଁ ଶୁଭଙ୍କର ନୁହେଁ। କାରଣ ଭାରତ ପୂର୍ବରୁ ହିଁ ବାଣିଜ୍ୟ ନିଅଣ୍ଟର ସାମ୍ନା କରୁଛି। ଭାରତ ପ୍ରାୟ ୨୦୦୦ ପ୍ରକାର ଉତ୍ପାଦ ଆମେରିକାକୁ ରପ୍ତାନି କରିଥାଏ। ଏହିସବୁ ଉତ୍ପାଦ ଉପରେ ଆମେରିକାରେ ଆମଦାନୀ ଶୁଳ୍କ ଆଦାୟ କରାଯାଉ ନଥିଲା। ଭାରତ ୨୦୧୭ରେ ଜିଏସ୍‌ପି କାର୍ଯ୍ୟକ୍ରମ ଅଧୀନରେ ସବୁଠାରୁ ବଡ଼ ଲାଭାର୍ଥୀ ଥିଲା। ଏହା ଆମେରିକାକୁ ୫.୭ ବିଲିୟନ ଡଲାର(ପ୍ରାୟ ୪୦ ହଜାର କୋଟି ଟଙ୍କା)ର ଶୁଳ୍କ ମୁକ୍ତ ସାମଗ୍ରୀ ରପ୍ତାନି କରିଥିଲା। ଆମେରିକା ପକ୍ଷରୁ ଯୁକ୍ତି ଦର୍ଶାଯାଇ କୁହାଯାଇଛି ଯେ, ଭାରତ ତାଙ୍କ ଦେଶରେ ବିନା ଶୁଳ୍କ ଦେଇ ସାମଗ୍ରୀ ବିକ୍ରି କରୁଛି। ଅଥଚ, ଭାରତରେ ଆମେରିକାର ସାମଗ୍ରୀ ବିକ୍ରି କରିବା ବେଳେ ଆମଦାନୀ ଶୁଳ୍କ ଆଦାୟ କରାଯାଉଛି।
ଭାରତର ପ୍ରତିକ୍ରିୟା
ଆମେରିକାର ଉକ୍ତ ପଦକ୍ଷେପ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଆମେରିକା ସହ ବାଣିଜ୍ୟ ସମାଧାନ ଲାଗି ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ଆମେରିକା ଏହାକୁ ସ୍ବୀକାର କରିନାହିଁ। ଆମେରିକା ଅଥବା ଅନ୍ୟ କୌଣସି ଦେଶ ହେଉ ଭାରତ ନିଜର ରାଷ୍ଟ୍ରହିତକୁ ପ୍ରଥମେ ଗୁରୁତ୍ୱ ଦେବ। ଦେଶର ବିକାଶକୁ ଆଗେଇ ନେବା ବେଳେ ଅନେକ ଚିନ୍ତା କରିବାକୁ ପଡେ। କାରଣ ଭଲରେ ବଞ୍ଚତ୍ବାର ଅଧିକାର ସମସ୍ତେ ଚାହାଁନ୍ତି। ଦେଶ-ଦେଶ ଭିତରେ ଆର୍ଥିକ ସମ୍ପର୍କରେ ଏଭଳି ଅଘଟଣ ହୁଏ। ଯାହାକୁ ନିଜ-ନିଜ ଭିତରେ ସମାଧାନ କରାଯାଇଥାଏ। ଏହା ଏକ ନିରବଚ୍ଛିନ୍ନ ପ୍ରକ୍ରିୟା ଏବଂ ଆମେରିକା ସହିତ ଭାରତ ନିଜର ସମ୍ପର୍କ ଦୃଢ଼ିଭୂତ କରିବା ଜାରି ରଖିବ।
ଭାରତ ଉପରେ କ’ଣ ପ୍ରଭାବ ପଡ଼ିବ
ଜିଏସ୍‌ପି ମାନ୍ୟତା ଅଧୀନରେ ଭାରତ ରସାୟନ ଏବଂ ଇଞ୍ଜିନିୟରିଂ ସେକ୍ଟରରେ ପ୍ରାୟ ୧୯୦୦ ଏବଂ ଅନ୍ୟାନ୍ୟ କ୍ଷେତ୍ରରୁ ପ୍ରାୟ ୧ ହଜାର ପ୍ରକାର ସାମଗ୍ରୀ ଆମେରିକାକୁ ବିନା ଶୁଳ୍କ ଦେଇ ରପ୍ତାନି କରିଥାଏ। ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର ଭାରତ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଝଟକା କୁହାଯାଇପାରେ। ତେବେ ବାଣିଜ୍ୟ ସଚିବ ଅନୁପ ଓ୍ବାଧବନ ନିକଟ ଅତୀତରେ କହିଥିଲେ ଯେ, ମାନ୍ୟତା ପ୍ରତ୍ୟାହାର ଦ୍ୱାରା ଭାରତ ଉପରେ ବିଶେଷ କିଛିି ପ୍ରଭାବ ପଡ଼ିବ ନାହିଁ। କାରଣ ଜିଏସ୍‌ପି ଯୋଗୁ ଭାରତକୁ ସେଭଳି ବିଶେଷ ଫାଇଦା ମିଳୁ ନ ଥିଲା। ଭାରତ ପ୍ରାୟ ୫.୭ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଆମେରିକାକୁ ରପ୍ତାନି କରିଥାଏ। ଏହାଦ୍ୱାରା ଭାରତକୁ ବାର୍ଷିକ ୧୯କୋଟି ଡଲାର ଅର୍ଥାତ୍‌ ୧୩୪୫ କୋଟି ଟଙ୍କାର ଶୁଳ୍କ ଛାଡ଼ ମିଳେ। ଭାରତ ମୁଖ୍ୟତଃ କଞ୍ଚାମାଲ ଏବଂ ଅର୍ଗାନିକ କେମିକାଲ୍ସ ଭଳି ସାମଗ୍ରୀ ଆମେରିକାକୁ ରପ୍ତାନି କରିଥାଏ। ସେ କହିଛନ୍ତି ଯେ, ଭାରତ ୨୦୧୭-୧୮ରେ ଆମେରିକାକୁ ପ୍ରାୟ ୪୮ ବିଲିୟନ ଡଲାର(୩,୩୯,୮୧୧ କୋଟି ଟଙ୍କା)ର ସାମଗ୍ରୀ ରପ୍ତାନୀ କରିଥିଲା। ତନ୍ମଧ୍ୟରେ ପ୍ରାୟ ୩୯,୬୪୫ କୋଟି ଟଙ୍କାର ସାମଗ୍ରୀ ଜିଏସ୍‌ପି ଅଧୀନରେ ପଠାଯାଇଛି। ଅନ୍ୟପକ୍ଷରେ ଆମେରିକା ସହିତ ଟ୍ରେଡ୍‌ ସର୍‌ପ୍ଲସ୍‌ ଅର୍ଥାତ ବାଣିଜ୍ୟ ବଳକା କ୍ଷେତ୍ରରେ ଭାରତ ୧୧ ତମ ସ୍ଥାନରେ ରହିଛି। ଅର୍ଥାତ୍‌ ଆମେରିକାକୁ ଭାରତ ଅଧିକ ମାଲ୍‌ ପଠାଇଥାଏ ଓ କମ୍‌ ଆମଦାନୀ କରିଥାଏ। ଏହି ଟ୍ରେଡ୍‌ ସର୍‌ପ୍ଲସ୍‌କୁ ହ୍ରାସ କରିବା ପାଇଁ ଟ୍ରମ୍ପ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।
କଂଗ୍ରେସର ତୀବ୍ର ପ୍ରତିକ୍ରିୟା
ଭାରତଠାରୁ ଆମେରିକା ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର କରିବା ନେଇ ବିରୋଧୀ ଦଳ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। ଏଭଳି କାହିଁକି ହେଲା ଏବଂ ଏଦିଗରେ ଭାରତ କିପ୍ରକାର ପଦକ୍ଷେପ ନେବାକୁ ଯାଉଛି, ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଜଣାନ୍ତୁ ଏବଂ ଦେଶବାସୀଙ୍କ ଭରସା ଦିଅନ୍ତୁ ବୋଲି କଂଗ୍ରେସ କହିଛି। ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜଓ୍ବୋଲା କହିଛନ୍ତି ଯେ, ଜିଏସ୍‌ପି ପ୍ରତ୍ୟାହାର ଯୋଗୁ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡ଼ିବ। ଦେଶର ମୋଟ୍‌ ରପ୍ତାନି ୧୬% ପର୍ଯ୍ୟନ୍ତ ପ୍ରଭାବିତ ହେବ। ଦେଶର ବିକାଶ ହାର କମିଥିବା ବେଳେ ବେକାରି ହାର ୪୫ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ୟାଇଥିବା ବେଳେ ଆମେରିକାର ଉକ୍ତ ପଦକ୍ଷେପ ଦେଶର ଅର୍ଥନୀତିକୁ ଆହୁରି କ୍ଷତିଗ୍ରସ୍ତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri