ଭାରତର ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର କଲା ଆମେରିକା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨-୬: ଭାରତକୁ ମିଳୁଥିବା ଜେନେରାଲାଇଜ୍‌ଡ ସିଷ୍ଟମ ଅଫ୍‌ ପ୍ରିଫରେନ୍ସେସ(ଜିଏସ୍‌ପି) ମାନ୍ୟତାକୁ ଆମେରିକା ପ୍ରତ୍ୟାହାର କରିନେଇଛି। ଏହା ଆସନ୍ତା ୫ରୁ ଲାଗୁ ହୋଇଯିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ୍‌ ହାଉସ୍‌ରେ ଏ ସମ୍ପର୍କରେ ଘୋଷଣା କରିଥିଲେ। ଭାରତଠାରୁ ଏହି ମାନ୍ୟତା ପ୍ରତ୍ୟାହାର କରାଯିବ ବୋଲି ଟ୍ରମ୍ପ ମାର୍ଚ୍ଚ ୪ରେ ସୂଚନା ଦେଇଥିଲେ। ତେବେ ବାଣିଜ୍ୟ ବିବାଦର ସମାଧାନ ପାଇଁ ଭାରତ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ପୂର୍ବରୁ ଆମେରିକା ପ୍ରତ୍ୟାଖ୍ୟାନ କରିଦେଇଥିଲା। ଭାରତ ନିଜର ବଜାରରେ ଆମେରିକାକୁ ସମାନ ପ୍ରବେଶ ଅଧିକାର ଦେଉନାହିଁ ବୋଲି ଅଭିଯୋଗ କରି ରାଷ୍ଟ୍ରପତି ଟ୍ରମ୍ପ ଏପରି ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି। ଏଥିଲାଗି ୬୦ ଦିନର ନୋଟିସ ପିରିୟଡ ଧାର୍ଯ୍ୟ ହୋଇଥିଲା, ଯାହା କି ମେ ୩ରେ ଶେଷ ହୋଇଛି।
ଜିଏସ୍‌ପି ମାନ୍ୟତା କ’ଣ
ବିକାଶଶୀଳ ଦେଶର ଆର୍ଥିକ ବୃଦ୍ଧି ଲାଗି ଆମେରିକା ପକ୍ଷରୁ ୧୯୭୬ରେ ଜିଏସ୍‌ପି ମାନ୍ୟତା ପ୍ରଦାନ ଆରମ୍ଭ କରାଯାଇଥିଲା। ଏହି ମାନ୍ୟତା ପାଇଥିବା ଦେଶ ଆମେରିକାକୁ ଟିକସ ନ ଦେଇ ସାମଗ୍ରୀ ରପ୍ତାନି କରିପାରୁଛନ୍ତି। ଏବେ ମାନ୍ୟତା ପ୍ରତ୍ୟାହାର କରାଯିବା ପରେ ଆମେରିକାକୁ ରପ୍ତାନି କରାଯାଉଥିବା ସାମଗ୍ରୀ ଉପରେ ଭାରତ ଟିକସ ଦେବାକୁ ବାଧ୍ୟ ରହିବ। ଏହି କାରଣରୁ ଆମେରିକାରେ ଭାରତୀୟ ସାମଗ୍ରୀ ଦର ମହଙ୍ଗା ହୋଇଯିବ ଏବଂ ବିକ୍ରି ଉପରେ ଏହାର ସିଧାସଳଖ ପ୍ରଭାବ ପଡିବ। ଫଳରେ ଆମେରିକାକୁ ଭାରତର ସାମଗ୍ରୀ ରପ୍ତାନି ଧୀରେ ଧୀରେ ହ୍ରାସ ପାଇବ। ରପ୍ତାନି କମିବା ଭାରତର ଅର୍ଥନୀତି ପାଇଁ ଶୁଭଙ୍କର ନୁହେଁ। କାରଣ ଭାରତ ପୂର୍ବରୁ ହିଁ ବାଣିଜ୍ୟ ନିଅଣ୍ଟର ସାମ୍ନା କରୁଛି। ଭାରତ ପ୍ରାୟ ୨୦୦୦ ପ୍ରକାର ଉତ୍ପାଦ ଆମେରିକାକୁ ରପ୍ତାନି କରିଥାଏ। ଏହିସବୁ ଉତ୍ପାଦ ଉପରେ ଆମେରିକାରେ ଆମଦାନୀ ଶୁଳ୍କ ଆଦାୟ କରାଯାଉ ନଥିଲା। ଭାରତ ୨୦୧୭ରେ ଜିଏସ୍‌ପି କାର୍ଯ୍ୟକ୍ରମ ଅଧୀନରେ ସବୁଠାରୁ ବଡ଼ ଲାଭାର୍ଥୀ ଥିଲା। ଏହା ଆମେରିକାକୁ ୫.୭ ବିଲିୟନ ଡଲାର(ପ୍ରାୟ ୪୦ ହଜାର କୋଟି ଟଙ୍କା)ର ଶୁଳ୍କ ମୁକ୍ତ ସାମଗ୍ରୀ ରପ୍ତାନି କରିଥିଲା। ଆମେରିକା ପକ୍ଷରୁ ଯୁକ୍ତି ଦର୍ଶାଯାଇ କୁହାଯାଇଛି ଯେ, ଭାରତ ତାଙ୍କ ଦେଶରେ ବିନା ଶୁଳ୍କ ଦେଇ ସାମଗ୍ରୀ ବିକ୍ରି କରୁଛି। ଅଥଚ, ଭାରତରେ ଆମେରିକାର ସାମଗ୍ରୀ ବିକ୍ରି କରିବା ବେଳେ ଆମଦାନୀ ଶୁଳ୍କ ଆଦାୟ କରାଯାଉଛି।
ଭାରତର ପ୍ରତିକ୍ରିୟା
ଆମେରିକାର ଉକ୍ତ ପଦକ୍ଷେପ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଆମେରିକା ସହ ବାଣିଜ୍ୟ ସମାଧାନ ଲାଗି ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ଆମେରିକା ଏହାକୁ ସ୍ବୀକାର କରିନାହିଁ। ଆମେରିକା ଅଥବା ଅନ୍ୟ କୌଣସି ଦେଶ ହେଉ ଭାରତ ନିଜର ରାଷ୍ଟ୍ରହିତକୁ ପ୍ରଥମେ ଗୁରୁତ୍ୱ ଦେବ। ଦେଶର ବିକାଶକୁ ଆଗେଇ ନେବା ବେଳେ ଅନେକ ଚିନ୍ତା କରିବାକୁ ପଡେ। କାରଣ ଭଲରେ ବଞ୍ଚତ୍ବାର ଅଧିକାର ସମସ୍ତେ ଚାହାଁନ୍ତି। ଦେଶ-ଦେଶ ଭିତରେ ଆର୍ଥିକ ସମ୍ପର୍କରେ ଏଭଳି ଅଘଟଣ ହୁଏ। ଯାହାକୁ ନିଜ-ନିଜ ଭିତରେ ସମାଧାନ କରାଯାଇଥାଏ। ଏହା ଏକ ନିରବଚ୍ଛିନ୍ନ ପ୍ରକ୍ରିୟା ଏବଂ ଆମେରିକା ସହିତ ଭାରତ ନିଜର ସମ୍ପର୍କ ଦୃଢ଼ିଭୂତ କରିବା ଜାରି ରଖିବ।
ଭାରତ ଉପରେ କ’ଣ ପ୍ରଭାବ ପଡ଼ିବ
ଜିଏସ୍‌ପି ମାନ୍ୟତା ଅଧୀନରେ ଭାରତ ରସାୟନ ଏବଂ ଇଞ୍ଜିନିୟରିଂ ସେକ୍ଟରରେ ପ୍ରାୟ ୧୯୦୦ ଏବଂ ଅନ୍ୟାନ୍ୟ କ୍ଷେତ୍ରରୁ ପ୍ରାୟ ୧ ହଜାର ପ୍ରକାର ସାମଗ୍ରୀ ଆମେରିକାକୁ ବିନା ଶୁଳ୍କ ଦେଇ ରପ୍ତାନି କରିଥାଏ। ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର ଭାରତ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଝଟକା କୁହାଯାଇପାରେ। ତେବେ ବାଣିଜ୍ୟ ସଚିବ ଅନୁପ ଓ୍ବାଧବନ ନିକଟ ଅତୀତରେ କହିଥିଲେ ଯେ, ମାନ୍ୟତା ପ୍ରତ୍ୟାହାର ଦ୍ୱାରା ଭାରତ ଉପରେ ବିଶେଷ କିଛିି ପ୍ରଭାବ ପଡ଼ିବ ନାହିଁ। କାରଣ ଜିଏସ୍‌ପି ଯୋଗୁ ଭାରତକୁ ସେଭଳି ବିଶେଷ ଫାଇଦା ମିଳୁ ନ ଥିଲା। ଭାରତ ପ୍ରାୟ ୫.୭ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଆମେରିକାକୁ ରପ୍ତାନି କରିଥାଏ। ଏହାଦ୍ୱାରା ଭାରତକୁ ବାର୍ଷିକ ୧୯କୋଟି ଡଲାର ଅର୍ଥାତ୍‌ ୧୩୪୫ କୋଟି ଟଙ୍କାର ଶୁଳ୍କ ଛାଡ଼ ମିଳେ। ଭାରତ ମୁଖ୍ୟତଃ କଞ୍ଚାମାଲ ଏବଂ ଅର୍ଗାନିକ କେମିକାଲ୍ସ ଭଳି ସାମଗ୍ରୀ ଆମେରିକାକୁ ରପ୍ତାନି କରିଥାଏ। ସେ କହିଛନ୍ତି ଯେ, ଭାରତ ୨୦୧୭-୧୮ରେ ଆମେରିକାକୁ ପ୍ରାୟ ୪୮ ବିଲିୟନ ଡଲାର(୩,୩୯,୮୧୧ କୋଟି ଟଙ୍କା)ର ସାମଗ୍ରୀ ରପ୍ତାନୀ କରିଥିଲା। ତନ୍ମଧ୍ୟରେ ପ୍ରାୟ ୩୯,୬୪୫ କୋଟି ଟଙ୍କାର ସାମଗ୍ରୀ ଜିଏସ୍‌ପି ଅଧୀନରେ ପଠାଯାଇଛି। ଅନ୍ୟପକ୍ଷରେ ଆମେରିକା ସହିତ ଟ୍ରେଡ୍‌ ସର୍‌ପ୍ଲସ୍‌ ଅର୍ଥାତ ବାଣିଜ୍ୟ ବଳକା କ୍ଷେତ୍ରରେ ଭାରତ ୧୧ ତମ ସ୍ଥାନରେ ରହିଛି। ଅର୍ଥାତ୍‌ ଆମେରିକାକୁ ଭାରତ ଅଧିକ ମାଲ୍‌ ପଠାଇଥାଏ ଓ କମ୍‌ ଆମଦାନୀ କରିଥାଏ। ଏହି ଟ୍ରେଡ୍‌ ସର୍‌ପ୍ଲସ୍‌କୁ ହ୍ରାସ କରିବା ପାଇଁ ଟ୍ରମ୍ପ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।
କଂଗ୍ରେସର ତୀବ୍ର ପ୍ରତିକ୍ରିୟା
ଭାରତଠାରୁ ଆମେରିକା ଜିଏସ୍‌ପି ମାନ୍ୟତା ପ୍ରତ୍ୟାହାର କରିବା ନେଇ ବିରୋଧୀ ଦଳ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। ଏଭଳି କାହିଁକି ହେଲା ଏବଂ ଏଦିଗରେ ଭାରତ କିପ୍ରକାର ପଦକ୍ଷେପ ନେବାକୁ ଯାଉଛି, ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଜଣାନ୍ତୁ ଏବଂ ଦେଶବାସୀଙ୍କ ଭରସା ଦିଅନ୍ତୁ ବୋଲି କଂଗ୍ରେସ କହିଛି। ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜଓ୍ବୋଲା କହିଛନ୍ତି ଯେ, ଜିଏସ୍‌ପି ପ୍ରତ୍ୟାହାର ଯୋଗୁ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡ଼ିବ। ଦେଶର ମୋଟ୍‌ ରପ୍ତାନି ୧୬% ପର୍ଯ୍ୟନ୍ତ ପ୍ରଭାବିତ ହେବ। ଦେଶର ବିକାଶ ହାର କମିଥିବା ବେଳେ ବେକାରି ହାର ୪୫ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ୟାଇଥିବା ବେଳେ ଆମେରିକାର ଉକ୍ତ ପଦକ୍ଷେପ ଦେଶର ଅର୍ଥନୀତିକୁ ଆହୁରି କ୍ଷତିଗ୍ରସ୍ତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Bank Holiday: ଏପ୍ରିଲ ମାସରେ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ଆରବିଆଇର ବ୍ୟାଙ୍କ ଛୁଟିଦିନ

ନୂଆଦିଲ୍ଲୀ,୨୯।୩: ଆସନ୍ତା ଏପ୍ରିଲ ମାସରେ ସମଗ୍ର ଦେଶରେ ପ୍ରାୟ ୧୪ ଦିନ ବନ୍ଦ ରହିବ ବ୍ୟାଙ୍କ। ଏପରି ପରିସ୍ଥିତିରେ, ଯଦି ବ୍ୟାଙ୍କଗୁଡିକରେ ଦୀର୍ଘ ସମୟ ଧରି...

ଏଚ୍‌ଏମ୍‌ଏସ୍‌ଆଇର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୯ା୩: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ ଘରୋଇ ବଜାର (ଭାରତ)ରେ ୬ କୋଟିରୁ ଅଧିକ ଗାଡ଼ି ବିକ୍ରିକରି ନୂଆ ମାଇଲଖୁଣ୍ଟ ହାସଲ...

ବଜାରରେ ନାଲ୍‌କୋର ନୂତନ ଉତ୍ପାଦ

ଭୁବନେଶ୍ୱର,୨୯ା୩ (ଅଭୟ ଦାଶ): ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନ ନବରତ୍ନ କମ୍ପାନୀ ‘ନାଲ୍‌କୋ’ର ନୂତନ ଉତ୍ପାଦ ‘ଆଲୁମିନିୟମ...

ପହିଲାରେ ଜମାହେବନି ୨୦୦୦ ଟଙ୍କିଆ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): ୨୦୨୪ ଏପ୍ରିଲ ୧ରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋବକୁ ଯାଉଛି। ନୂତନ ଆର୍ଥିକ ବର୍ଷର ପ୍ରଥମ ଦିନରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର...

ଇପିଏଫ୍‌ଓରେ ଇ-କେୱାଇସି ବାଧ୍ୟତାମୂଳକ

ଭୁବନେଶ୍ୱର,୨୯।୩(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ)ରେ ସାରା ଦେଶରେ କୋଟି କୋଟି ସଂଖ୍ୟାରେ ଆକାଉଣ୍ଟଧାରୀ ଅଛନ୍ତି। ଗ୍ରାହକମାନଙ୍କ ପାଇଁ ଇପିଏଫ୍‌ଓ ପକ୍ଷରୁ ଇ-କେୱାଇସି ବାଧ୍ୟତାମୂଳକ...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri