ବର୍ମିଂହାମ,୩୦।୬: ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଛି। ବିଶାଳ ୩୩୮ରନ୍ ଲକ୍ଷ୍ୟ ନେଇ କ୍ରିଜ୍କୁ ଆସିଥିବା ଭାରତୀୟ ଦଳର ଓପନର କେ.ଏଲ ରାହୁଲ ବିନା ଖାତା ଖୋଲି ପାଭେଲିୟନ୍ରୁ ଫେରିଛନ୍ତି। ରୋହିତ ଶର୍ମା ଏବଂ ଅଧିନାୟକ ବିରାଟ କୋହଲି ଭାରତୀୟ ପାଳିକୁ ସମ୍ଭାଳିଛନ୍ତି। ୧୦ ଓଭରରେ ୧ ଓ୍ବିକେଟ ହରାଇ ଭାରତ ୨୮ ରନ ସ୍କୋର କରିଛି। ଟସ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ୫୦ ଓଭରରେ ୭ ଓ୍ବିକେଟ ହରାଇ ୩୩୭ ରନ କରିଥିଲା। ଭାରତ ପକ୍ଷରୁ ମହମ୍ମଦ ସାମି ୧୦ ଓଭରରେ ୬୯ରନ ଦେଇ ୫ଟି ଓ୍ବକେଟ ହାସଲ କରିଥିଲେ। କୁଳଦୀପ ଯାଦବ ଏବଂ ଜଶପ୍ରିତ୍ ବୁମରାହ ଗୋଟିଏ ଲେଖାଏଁ ଓ୍ବିକେଟ ହାସଲ କରିଥିଲେ। ସୂଚନାଯୋଗ୍ୟ, ଏହି ମ୍ୟାଚରେ ଇଂଲଣ୍ଡ ପରାସ୍ତ ହେଲେ ସେମିଫାଇନାଲ ଖେଳିବା ଆଶା ମଉଳିଯିବ। ଭାରତ ଏହି ମ୍ୟାଚ ଜିତି ସେମିଫାଇନାଲକୁ ଉନ୍ନୀତ ହେବ।


