ଭାରତ ସହ କୂଟନୈତିକ ସମ୍ପର୍କ ଛିନ୍ନ କଲା ପାକିସ୍ତାନ

ଇସ୍‌ଲାମାବାଦ,୭ା୮: ଭାରତ ସହ ସମସ୍ତ ପ୍ରକାର କୂଟନୈତିକ ଓ ବାଣିଜି୍ୟକ ସମ୍ପର୍କ ଛିନ୍ନ କରିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି। ଏଥିସହ ଇସ୍‌ଲାମାବାଦରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଅଜୟ ବିସାରିଆଙ୍କୁ ବହିଷ୍କାର କରିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଇସ୍‌ଲାମାବାଦସ୍ଥିତ ଅଫିସ୍‌ରେ ବୁଧବାର ଅନୁଷ୍ଠିତ ଜାତୀୟ ସୁରକ୍ଷା କମିଟି (ଏନ୍‌ଏସ୍‌ସି) ବୈଠକ ପରେ ଏହି ପଦକ୍ଷେପ ନିଆଯାଇଛି। ଭାରତ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପ୍ରତିବାଦରେ ପାକିସ୍ତାନ ଏପରି କରିଥିବା ଏକ ବିବୃତିରେ କୁହାଯାଇଛି।
ଜମ୍ମୁ-କଶ୍ମୀରକୁ ନେଇ ଭାରତର ସଦ୍ୟ ପଦକ୍ଷେପ ପରେ ପାକିସ୍ତାନ ଛାନିଆ ହୋଇଯାଇଛି। ଏଥିଯୋଗୁ ଭାରତରେ ପୁଣି ପୁଲଓ୍ବାମା ଭଳି ଆକ୍ରମଣ ହେବ ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ମଙ୍ଗଳବାର ଧମକ ଦେଇ ଯୁଦ୍ଧଭୟ ଦେଖାଇଥିଲେ। ଏହାର ଦିନକ ପରେ ଏନ୍‌ଏସ୍‌ସି ବୈଠକରେ ସେ ଅଧ୍ୟକ୍ଷତା କରିଛନ୍ତି। ଏଥିରେ ସେଠାକାର ବହିର୍ବ୍ୟାପାର ମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ, କଶ୍ମୀର ବ୍ୟାପାରର ପରାମର୍ଶଦାତା, ତିନି ସେନା ମୁଖ୍ୟ, ଆଇଏସ୍‌ଆଇ ମୁଖ୍ୟଙ୍କ ସମେତ ଅନେକ ପ୍ରଶାସନିକ ଓ ସାମରିକ ଅଧିକାରୀ ଉପସ୍ଥିତ ଥିଲେ। ବୈଠକରେ କଶ୍ମୀର ସମ୍ପର୍କରେ ଭାରତର ନିଷ୍ପତ୍ତିକୁ ଏକତରଫା ଓ ବେଆଇନ ବୋଲି ସେମାନେ ଅଭିହିତ କରିଥିଲେ। କଶ୍ମୀରୀଙ୍କ ସମର୍ଥନରେ ପାକିସ୍ତାନ ଅଗଷ୍ଟ ୧୪ରେ ସ୍ବାଧୀନତା ଦିବସ ପାଳନ କରିବ। ସେହିପରି ଭାରତର ସ୍ବାଧୀନତା ଦିବସ ଅଗଷ୍ଟ ୧୫କୁ କଳାଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ନୂଆଦିଲ୍ଲୀ ସହ ଦ୍ୱିପକ୍ଷିକ ସମୀକ୍ଷା କରିବା ଏବଂ ଭାରତର ପଦକ୍ଷେପ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ଆପତ୍ତି ଉଠାଇବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଥିବା କୁହାଯାଉଛି। ସୀମାରେ ସେନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପୂର୍ବରୁ ପାକିସ୍ତାନ ପାର୍ଲାମେଣ୍ଟର ଜରୁରିକାଳୀନ ମିଳିତ ଅଧିବେଶନରେ ଇମ୍ରାନ୍‌ଙ୍କ ଘନିଷ୍ଠ ସହଯୋଗୀ ତଥା ମନ୍ତ୍ରୀ ଫଓ୍ବାଦ୍‌ ଚୌଧ୍‌ରୀ କହିଥିଲେ, ଭାରତୀୟ ରାଷ୍ଟ୍ରଦୂତ ଏଠାରେ କାହିଁକି ଅଛନ୍ତି ଏବଂ ଆମ ରାଷ୍ଟ୍ରଦୂତ ସେଠାରେ କ’ଣ କରୁଛନ୍ତି। ଆମେ କାହିଁକି ଦୁଇଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ଛିନ୍ନ ନ କରିବା। ଯଦି କୌଣସି କୂଟନୀତି ନାହିଁ ତେବେ କୂଟନୀତିଜ୍ଞଙ୍କ ଉପରେ କାହିଁକି ଅର୍ଥ ବ୍ୟୟ କରିବା ବୋଲି ପ୍ରଶ୍ନ କରିଥିଲେ। ସେ ଭାରତୀୟ ଉଚ୍ଚାୟୁକ୍ତ ଅଜୟ ବିସାରିଆଙ୍କୁ ଜଣେ ଭଲ ବ୍ୟକ୍ତି ଭାବେ ପ୍ରଶଂସା କରିଥିବାବେଳେ ଭାରତ ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରିଥିଲେ। ଏହାର କିଛି ସମୟ ପରେ ପାକିସ୍ତାନ ଉଚ୍ଚାୟୁକ୍ତ ଅଜୟଙ୍କୁ ବହିଷ୍କାର କରିଥିବା ନେଇ ସେଠାକାର ବହିର୍ବ୍ୟପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ ଘୋଷଣା କରିଛନ୍ତି। ଭାରତରେ ଅବସ୍ଥାପିତ ପାକିସ୍ତାନ ଉଚ୍ଚାୟୁକ୍ତ ମୋଇନ୍‌-ଉଲ୍‌-ହକ୍‌ଙ୍କୁ ନୂଆଦିଲ୍ଲୀରୁ ପ୍ରତ୍ୟାହାର କରିନେଇଛି ଇସ୍‌ଲାମାବାଦ।


Enter your email to get our daily news in your inbox.

All Right Reserved By Dharitri.Com

ହାମିଲଟନ ହଲ୍‌କୁ କବ୍‌ଜା କଲେ ବିକ୍ଷୋଭକାରୀ

ନ୍ୟୁୟର୍କ, ୧।୫: ଗତ କିଛିଦିନ ଧରି ପାଲେଷ୍ଟାଇନକୁ ସମର୍ଥନ କରି ଆମେରିକାର ଅନେକ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ ହେଉଥିବାବେଳେ ମଙ୍ଗଳବାର ଏହା ଉଗ୍ରରୂପ ଧାରଣ କରିଛି। କଲମ୍ବିଆ...

ନେତାନ୍ୟାହୁଙ୍କ ନାଁରେ ଜାରି ହୋଇପାରେ ଆରେଷ୍ଟ ଓ୍ବାରେଣ୍ଟ

ଜେରୁଜେଲମ,୩୦।୪: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ଜାରି ରହିଛି । ଗାଜା ଷ୍ଟ୍ରିପରେ ହୋଇଥିବା ଭୟଙ୍କର ନରସଂହାର ହେତୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ...

ଭାରତ ମହାଶକ୍ତି ହେବାକୁ ଯାଉଛି, କିନ୍ତୁ ଆମେ ଭିକ ମାଗୁଛୁ: ପାକିସ୍ତାନର ପରିସ୍ଥିତିକୁ ନେଇ ଶୀର୍ଷ ନେତାଙ୍କ କ୍ରୋଧ

ଇସଲାମାବାଦ୍‌,୩୦।୪: ପାକିସ୍ତାନର ବରିଷ୍ଠ ନେତା ତଥା ଜାମିୟତ ଉଲେମା-ଇ-ଇସଲାମ (ଏଫ) ର ସଭାପତି ମୌଲାନା ଫଜଲୁର ରେହମାନ ପାକିସ୍ତାନକୁ ଭାରତ ସହ ତୁଳନା କରି କହିଛନ୍ତି,...

ଆମେରିକାରେ ପୁଣି ଗୁଳିକାଣ୍ଡ: ୩ ପୋଲିସ ମୃତ

ନ୍ୟୁୟର୍କ,୩୦।୪: ଆମେରିକାର ଉତ୍ତର କାରୋଲିନାରେ ଗୁଳି ବିନିମୟରେ ତିନି ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ତେବେ ଏହି ମୃତ୍ୟୁକୁ ପୋଲିସ ସର୍ବସାଧାରଣରେ ନିଶ୍ଚିତ କରି...

ଟ୍ରୁଡୋଙ୍କ ଉପସ୍ଥିତିରେ ଖଲିସ୍ତାନୀ ସ୍ଲୋଗାନ

ଟରଣ୍ଟୋ, ୩୦।୪: କାନାଡ଼ାର ଟରଣ୍ଟୋରେ ସୋମବାର ଖାଲ୍‌ସା ଦିବସ ପାଳନ ହେଉଥିବାବେଳେ ଏଥିରେ ବହୁ ସଂଖ୍ୟାରେ ଶିଖ୍‌ ସମ୍ପ୍ରଦାୟର ଲୋକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କାନାଡ଼ା...

ଚର୍ମ କର୍କଟ ଟିକାର ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ

ନୂଆଦିଲ୍ଲୀ,୨୯ା୪: ଚର୍ମ କର୍କଟ ରୋଗର ପ୍ରତିକାର ପାଇଁ ବିଶ୍ୱର ପ୍ରଥମ ଟିକା ଉପରେ ହ୍ୟୁମ୍ୟାନ ଟ୍ରାଏଲ୍‌ ଆରମ୍ଭ ହୋଇଛି। ବ୍ରିଟେନ୍‌ର ଜଣେ ରୋଗୀ ଏହି ପରୀକ୍ଷାରେ...

ପ୍ରଳୟଙ୍କରୀ ବନ୍ୟାରେ ୪୨ ମୃତ

ନୈରୋବି,୨୯।୪: କେନ୍ଦ୍ରୀୟ କେନିଆର ମାଇ ମାହୁ ଅଞ୍ଚଳରେ ବ୍ୟାପକ ବନ୍ୟାରେ ମୃତ୍ୟୁ ସଂଖ୍ୟା ୨୦ ରୁ ୪୨କୁ ବୃଦ୍ଧି ପାଇଛି। ଏହାପୂର୍ବରୁ ସିଟିଜେନ ଟେଲିଭିଜନ ସୋମବାର...

ଦୁବାଇରେ ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ ବିମାନ ବନ୍ଦର, ରହିବ ଏସବୁ ସୁବିଧା

ଦୁବାଇ,୨୯।୪: ଦୁବାଇରେ ବିଶ୍ୱର ବୃହତ୍ତମ ବିମାନ ବନ୍ଦରର କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଅଲ ମକତୁମ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନର ଦୁବାଇ ଆନ୍ତର୍ଜାତୀୟ ବିମାନବନ୍ଦର ଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri