Posted inଖେଳ

ଭାରତ ବିପକ୍ଷ ଦିନିକିଆ ସିରିଜ: ଓ୍ବେଷ୍ଟଇଣ୍ଡିଜ ଦଳରେ ଗେଲ୍‌

ସେଣ୍ଟ ଜନ୍ସ(ଆଣ୍ଟିଗୁଆ), ୨୭।୭(ପି.ଟି.)-
ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଶୁକ୍ରବାର ଓ୍ବେଷ୍ଟଇଣ୍ଡିଜ ଦଳ ଘୋଷଣା କରାଯାଇଛି। ଅଗଷ୍ଟ ୮ରୁ ଆରମ୍ଭ ହେବାକୁ ଯାଉଥିବା ଏହି ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ଦଳରେ କ୍ରିସ୍‌ ଗେଲ୍‌ ସ୍ଥାନ ପାଇଛନ୍ତି। ବାମହାତୀ ଓପନର ଜନ୍‌ କ୍ୟାମ୍ପବେଲ, ବ୍ୟାଟ୍ସମ୍ୟାନ ରଷ୍ଟନ ଚେଜ୍‌ ଓ ଅଲରାଉଣ୍ଡର କେମୋ ପଲ୍‌ ମଧ୍ୟ ୧୪ ଜଣିଆ ଦଳକୁ ଡାକରା ପାଇଛନ୍ତି। ଅଗଷ୍ଟ ୮ରେ ଗୁୟାନାର ନ୍ୟାଶନାଲ ଷ୍ଟାଡିୟମରେ ପ୍ରଥମ ଏବଂ ୧୧ ଓ ୧୪ ତାରିଖରେ ତ୍ରିନିଦାଦସ୍ଥିତ କୁଇନ୍ସପାର୍କ ଓଭାଲରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ଦିନିକିଆ ଖେଳାଯିବ।
ଗତ ମାର୍ଚ୍ଚରେ ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଗେଲ୍‌ ବିଶ୍ୱକପ ପରେ ଅବସର ନେବେ ବୋଲି ଘୋଷଣା କରିଥିଲେ। ପରେ ନିଷ୍ପତ୍ତିରେ ପରିବର୍ତ୍ତନ କରି ଭାରତ ବିପକ୍ଷ ସିରିଜ ପାଇଁ ଉପଲବ୍ଧ ହେବେ ବୋଲି ପ୍ରକାଶ କରିଥିଲେ। ତେବେ କାନାଡ଼ାରେ ଜିଟି୨୦ ଖେଳିବାରେ ବ୍ୟସ୍ତ ରହିବା କାରଣରୁ ସେ ଭାରତ ବିପକ୍ଷ ଟି୨୦ ସିରିଜରେ ଖେଳି ପାରିବେ ନାହିଁ। ଆଗାମୀ ଦିନିକିଆ ସିରିଜ ଅବସରରେ ଗେଲ୍‌ ୨ଟି ରେକର୍ଡର ଅଧିକାରୀ ହେବା ସମ୍ଭାବନା ରହିଛି। ”କ୍ରିସ୍‌ ଜଣେ ମୂଲ୍ୟବାନ ଖେଳାଳି। ତାଙ୍କ ନିକଟରେ ଅନେକ ଜ୍ଞାନ ଏବଂ ଅଭିଜ୍ଞତା ରହିଛି। ଡ୍ରେସିଂ ରୁମ୍‌ରେ ତାଙ୍କ ଉପସ୍ଥିତି ଅନ୍ୟ ଖେଳାଳିଙ୍କ ପାଇଁ ଉପଯୋଗୀ ହେବ। ତାଙ୍କୁ ଦଳରେ ନିଆଯାଇଥିବାରୁ ମୁଁ ଖୁସି“ ବୋଲି ଓ୍ବେଷ୍ଟଇଣ୍ଡିଜ ଦଳର ଆନ୍ତରିଣ କୋଚ୍‌ ଫ୍ଲୟଡ ରିଫର ପ୍ରକାଶ କରିଛନ୍ତି। କ୍ୟାମ୍ପବେଲ, ଚେଜ୍‌ ଓ ପଲ୍‌ ରହିଥିବାରୁ ଦଳ ବେଶ୍‌ ସନ୍ତୁଳିତ ହୋଇପାରିଛି ବୋଲି ସେ କହିଛନ୍ତି। ଡାରେନ ବ୍ରାଭୋ, ଶାନନ ଗାବ୍ରିଏଲ, ଆଶଲେ ନର୍ସ କିନ୍ତୁ ଦଳରେ ସ୍ଥାନ ପାଇନାହାନ୍ତି। ଏମାନଙ୍କ ବ୍ୟତୀତ ଗତ ବିଶ୍ୱକପ ଖେଳିଥିବା ସମସ୍ତ ଖେଳାଳି ଦଳରେ ରହିଛନ୍ତି। ଆମେ ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଦଳ ଗଠନ କରିଛୁ। କେମୋ, ଜନ୍‌ ଓ ରଷ୍ଟନ ପ୍ରତ୍ୟାବର୍ତ୍ତନ କରି ଭଲ କଥା। ଭାରତ ବିପକ୍ଷ ସିରିଜକୁ ଦୃଷ୍ଟିରେ ରଖି ଆମେ ନିଜକୁ ପ୍ରସ୍ତୁତ କରିଛୁ। ବିଶ୍ୱକପ ଖେଳିଥିବା ଅନେକ ଖେଳାଳିଙ୍କୁ ଆମେ ଅପରିବର୍ତ୍ତିତ ରଖିଛୁ। ଆମେ ଏବେ ସିରିଜ ଖେଳିବାକୁ ବ୍ୟଗ୍ର ବୋଲି ରିଫର ପ୍ରକାଶ କରିଛନ୍ତି।
ଓ୍ବେଷ୍ଟଇଣ୍ଡିଜ ଦଳ:
ଜାସନ ହୋଲ୍ଡର(ଅଧିନାୟକ), କ୍ରିସ୍‌ ଗେଲ୍‌, ଜନ୍‌ କ୍ୟାମ୍ପବେଲ, ଇଭିନ ଲିଓ୍ବିସ, ସାଇ ହୋପ୍‌, ଶିମରନ ହେଟମେର, ନିକୋଲାସ ପୁରନ, ରଷ୍ଟନ ଚେଜ୍‌, ଫାବିଆନ ଆଲେନ, କାର୍ଲୋସ ବ୍ରାଥଓ୍ବେଟ, କେମୋ ପଲ୍‌, ଶେଲଡନ କୋଟ୍ରେଲ, ଓଶାନେ ଥୋମାସ, କେମର ରୋଚ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

“ଦୋସା ଇଡ୍‌ଲି ସାମ୍ବର ଚଟଣି” ଗୀତକୁ ନେଇ CSK-RCB ମଧ୍ୟରେ ବିବାଦ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୪: : ଚଳିତ IPL ୨୦୨୬ ସିଜିନ ସମୟରେ ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ନୂତନ ବିବାଦ ଦେଖାଦେଇଛି। ଚେନ୍ନାଇ…

ମୁଁ ୧୦୦ ପ୍ରତିଶତ ଫିଟ୍‌ ନାହିଁ: ଚାଞ୍ଚଲ୍ୟକର ଖୁଲାସା କଲେ କୋହଲି

ନୂଆଦିଲ୍ଲୀ,୧୭।୪: ୨୦୨୬ ଆଇପିଏଲ ସିଜିନରେ ବିରାଟ କୋହଲିଙ୍କ ବ୍ୟାଟିଂ ସଫଳ ହୋଇଛି। ତାଙ୍କ ବ୍ୟାଟିଂକୁ ବହୁତ ପ୍ରଶଂସା ମିଳୁଥିଲେ ମଧ୍ୟ ତାଙ୍କ ଫିଟନେସକୁ ମଧ୍ୟ ସମାନ ଭାବରେ…

ପଡ଼ିଆ ମଝିରେ ହାର୍ଦ୍ଦିକ ପାଣ୍ଡ୍ୟା- ବୁମ୍‌ରାଙ୍କ ମଧ୍ୟରେ ହେଲା ଭୟଙ୍କର ଝଗଡ଼ା! କାରଣ ଜାଣିଲେ…

ନୂଆଦିଲ୍ଲୀ,୧୭।୪: IPL ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏପର୍ଯ୍ୟନ୍ତ କିଛି ଭଲ ଚାଲିନାହିଁ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଦଳ ଲଗାତାର ଚାରୋଟି ମ୍ୟାଚ ହାରିଛି। ବିଶ୍ୱର ସବୁଠାରୁ…

ମୁମ୍ୱାଇକୁ ହରାଇଲା ପଞ୍ଜାବ

ମୁମ୍ୱାଇ,୧୬ା୪: ପ୍ରଭସିମରନ ସିଂ ଓ ଅଧିନାୟକ ଶ୍ରେୟସ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଗୁରୁବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ…

ଡି’ କକ୍‌ଙ୍କ ଅପରାଜିତ ଶତକ

ମୁମ୍ୱାଇ,୧୬ା୪: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଓ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ପରସ୍ପରକୁ ଭେଟିଛନ୍ତି। କ୍ୱିଣ୍ଟନ ଡି’ କକ୍‌ଙ୍କ ଅପରାଜିତ ଶତକ…

ଫିଫା ମୁଖ୍ୟଙ୍କ ବଡ଼ ସୂଚନା: ବିଶ୍ୱକପ୍‌ ଖେଳିବ ଇରାନ୍‌

ପ୍ୟାରିସ୍‌,୧୬ା୪: ଆସନ୍ତା ଜୁନ ୧୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ରେ ଇରାନ୍‌ ଖେଳିବ। ଏ ନେଇ ଫିଫା ମୁଖ୍ୟ ଜିଆନି ଇନ୍‌ଫାଣ୍ଟିନୋ ଗୁରୁବାର ସ୍ପଷ୍ଟ…

IPL 2026 ମଧ୍ୟରେ KKR ଅଧିନାୟକ ପଦରୁ ଇସ୍ତଫା ଦେଲେ ଅଜିଙ୍କ୍ୟ ରାହାଣେ, ହଠାତ ଦେଲେ ଇସ୍ତଫା, ଜାଣନ୍ତୁ ସତ୍ୟତା

ନୂଆଦିଲ୍ଲୀ,୧୬।୪: କୋଲକାତା ନାଇଟ ରାଇଡର୍ସର ଅଧିନାୟକ ପଦରୁ ଅଜିଙ୍କ୍ୟ ରାହାଣେ ଇସ୍ତଫା ଦେଇଛନ୍ତି। ୨୦୨୬ ଆଇପିଏଲରେ କୋଲକାତା ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାହାଣେ ଅଧିନାୟକ ପଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri