Posted inଖେଳ

ଭାରତ ଟୁର୍‌ ପୂର୍ବରୁ ବାଂଲାଦେଶ ଖେଳାଳିଙ୍କ ଧର୍ମଘଟ

ଢାକା, ୨୨ା୧୦ (ପି.ଟି.)- ଆଗାମୀ ଭାରତ ଟୁର୍‌ ପୂର୍ବରୁ ବାଂଲାଦେଶ ଖେଳାଳିମାନେ ଧର୍ମଘଟ କରିବେ। ଭାରତୀୟ କ୍ରିକେଟ କେଣ୍ଟ୍ରାଲ ବୋର୍ଡ (ବିସିସିଆଇ) ଏହା ଉପରେ ନଜର ରଖିଛି। ଖେଳାଳିମାନେ ଉନ୍ନତ ହାରରେ ବେତନ ସମେତ ଅନ୍ୟ କେତେକ ଦାବି ପୁରଣ ପାଇଁ ଅଡ଼ି ବସିଛନ୍ତି। ଫଳରେ ବାଂଲାଦେଶ କ୍ରିକେଟ ଦଳର ଭାରତ ଟୁର୍‌ ନେଇ ଅନିଶ୍ଚିତତା ଦେଖା ଦେଇଛି। ଦାବି ପୂରଣ ନ ହେଲେ ସେମାନେ କ୍ରିକେଟ କାର୍ଯ୍ୟକଳାପକୁ ବର୍ଜନ କରାଯିବ ବୋଲି ଟେଷ୍ଟ ଓ ଟି୨୦ ଅଧିନାୟକ ଶକିବ ଅଲ୍‌ ହସନ, ମହମୁଦୁଲ୍ଲା ଏବଂ ମୁସ୍‌୍‌ଫିକର ରହିମଙ୍କ ଭଳି ଆଗଧାଡ଼ି ଖେଳାଳି ଏଠାରେ ଏକ ଖବରଦାତା ସମ୍ମିଳନୀରେ ଆହ୍ବାନ ଦେଇ କହିଛନ୍ତି। ଦାବି ପୁରଣ ଲାଗି ଅଭିପ୍ରାୟ ନେଇ ୫୦ରୁ ଅଧିକ ଖେଳାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୌଣସି କ୍ରିକେଟ କାର୍ଯ୍ୟକଳାପକୁ ବର୍ଜନ କରିବା ଅର୍ଥ ବର୍ତ୍ତମାନ ନ୍ୟାଶନାଲ କ୍ରିକେଟ ଲିଗ୍‌ ଅଗ୍ରଗତି ବାଧା ସୃଷ୍ଟି ହେବ। ଆସନ୍ତା ମାସରେ ହେବାକୁଥିବା ଭାରତ ଟୁର୍‌ ଲାଗି ଟ୍ରେନିଂ କ୍ୟାମ୍ପରେ ବିଭ୍ରାଟ ଦେଖା ଦେବ। ବାଂଲାଦେଶର ଭାରତ ଟୁର୍‌ ନଭେମ୍ବର ୩ରୁ ଆରମ୍ଭ ହେବ। ଦଳ ୩ଟି ଅନ୍ତର୍ଜାତୀୟ ଟି୨୦ ବ୍ୟତୀତ ବିଶ୍ୱ ଚାମ୍ପିୟନଶିପ୍‌ର ଅଂଶବିଶେଷ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବ। ସ୍ଥାନୀୟ କୋଚ୍‌, ଫିଜିଓ, ଟ୍ରେନର ଏବଂ ଗ୍ରାଉଣ୍ଡମ୍ୟାନମାନଙ୍କକୁ ଉଚିତ୍‌ ପ୍ରାପ୍ୟ ମିଳିବା ଉଚିତ। ସେମାନେ ପ୍ରକୃତରେ ସ୍ବଳ୍ପ ବେତନ ପାଉଛନ୍ତି ବୋଲି ସିନିୟର ଓପନର ତାମିମ ଇକ୍‌ବାଲା କହିଛନ୍ତି। ବାଂଲଦେଶର ଆଭ୍ୟନ୍ତରୀଣ ବ୍ୟପାରର ଭାରତ ହସ୍ତକ୍ଷେପ କରିବାକୁ ଚାହୁନାହିଁ। ବିସିସିଆଇର ଭାବି ସଭାପତି ସୌରଭ ଗାଙ୍ଗୁଲିଙ୍କର ଉଭୟ ବାଂଲାଦେଶ ଖେଳାଳି ଏବଂ ଅଫିସିଆଲଙ୍କ ସହିତ ସୁସମ୍ପର୍କ ରହିଛି। ସେ ଉଦ୍ୟମ କଲେ କିଛି ସମାଧାନର ସୂତ୍ର ମିଳିପାରେ ବୋଲି ଅନେକ ମନେ କରନ୍ତି। ଗୋଟିଏ ଟେଷ୍ଟ ମ୍ୟାଚ କୋଲକାତାରେ ଖେଳାଯିବାକୁ ଥିବାରୁ ବାଂଲାଦେଶ ସମର୍ଥକମାନଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ, ପ୍ରଥମ ଶ୍ରେଣୀ କ୍ରିକେଟ ପାଇଁ ମ୍ୟାଚ ଫି’ ୩୫ ହଜାରରୁ ୧ ଲକ୍ଷ (ବାଂଲାଦେଶ ଟାକା) ବୃଦ୍ଧି ପାଇଁ ଖେଳାଳିମାନେ ଦାବି କରିଛନ୍ତି। ପ୍ରଥମଶ୍ରେଣୀ କ୍ରିକେଟରଙ୍କ ବେତନ ୫୦ ପ୍ରତିଶତ ବୃଦ୍ଧି କରାଯିବା ଉଚିତ୍‌ ବୋଲି ଷ୍ଟାର ଖେଳାଳି ଶକିବ କହିଛନ୍ତି। ପ୍ରଥମଶ୍ରେଣୀ କ୍ରିକେଟରମାନେ ବର୍ତ୍ତମାନ ଦୈନିକ ଭତ୍ତା ବାବଦରେ ୧୫୦୦ ଟାକା ପାଉଛନ୍ତି। ଜଣେ କ୍ରିକେଟରଙ୍କ ପକ୍ଷେ ସୁସ୍ଥ ଜୀବନ ଶୈଳିପାଇଁ ଏହା ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି। ଦେଶରେ ପ୍ରଥମ ଶ୍ରେଣୀ କ୍ରିକେଟରଙ୍କ ଲାଗି ବିମାନ ସେବା ବ୍ୟବସ୍ଥା କରିବା ଉଚିତ୍‌ ବୋଲି ଶକିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଟି-୨୦ ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ

ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri