ଭାରତ-ଚାଇନା ବିରୋଧରେ ପୁଣି ବର୍ଷିଲେ ଟ୍ରମ୍ପ: ଡବ୍ଲ୍ୟୁଟିଓରେ ଫାଇଦା ନେବାକୁ ଦେବୁନି

ଓ୍ବାଶିଂଟନ,୧୬-୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଭାରତ ଓ ଚାଇନାକୁ ନେଇ ମୁହଁ ଖୋଲିଛନ୍ତି। ଏସିଆର ଏହି ଦୁଇ ବୃହତ ରାଷ୍ଟ୍ର ବିଶ୍ୱ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ନିଜକୁ ବିକାଶଶୀଳ ଦେଶ କହି ଫାଇଦା ନେବାରେ ଲାଗିଛନ୍ତି। ଆଗାମୀ ଦିନରେ ଆଉ ସେମାନଙ୍କୁ ଲାଭ ନେବାକୁ ଦେବୁ ନାହିଁ ବୋଲି ସେ ଜୋର୍‌ ଦେଇ କହିଛନ୍ତି। ‘ଆମେରିକା ଫାର୍ଷ୍ଟ’ ନୀତି ଆପଣାଇଥିବା ଟ୍ରମ୍ପ ଭାରତ ଦ୍ୱାରା ଆମେରିକାର ଉତ୍ପାଦ ଉପରେ ଟିକସ ଆଦାୟକୁ ବିରୋଧ କରିଆସୁଛନ୍ତି। ଆମେରିକା ଉତ୍ପାଦ ଉପରେ ଶୁଳ୍କ ଆଦାୟ କରିବାରେ ଦକ୍ଷିଣ ଏସିଆର ଦେଶଗୁଡ଼ିକ ସର୍ବାଗ୍ରେ ରହିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସୂଚନାଥାଉ କି, ଟାରିଫ୍‌ ବୃଦ୍ଧିକୁ ନେଇ ଏବେ ଭାରତ ଓ ଚାଇନା ସହ ଆମେରିକାର ମତଭେଦ ସୃଷ୍ଟି ହୋଇଛି। ଡବ୍ଲ୍ୟୁଟିଓରେ ଭାରତ ଓ ଚାଇନାକୁ ଘୋର ବିରୋଧ କରୁଛନ୍ତି ଟ୍ରମ୍ପ। ଭାରତ, ଚାଇନା ସମେତ ତୁର୍କି ଓ ଅନ୍ୟ କେତେକ ଦେଶ କିପରି ନିଜକୁ ବିକାଶଶୀଳ ଦେଶ ଭାବେ ଉଲ୍ଲେଖ କରିଛନ୍ତି ସେ ସମ୍ପର୍କରେ ଜଣାଇବାକୁ ଟ୍ରମ୍ପ ଡବ୍ଲ୍ୟୁଟିଓକୁ କହିଛନ୍ତି। ବିଶ୍ୱ ବାଣିଜ୍ୟ ସଂଗଠନ କେଉଁ ଆଧାରରେ କୌଣସି ଦେଶକୁ ବିକାଶଶୀଳ ଭାବେ ଉଲ୍ଲେଖ କରୁଛି, ସେ ତାହା ଜାଣିବାକୁ ଚାହିଁଛନ୍ତି। କୌଣସି ବିକାଶିତ ଦେଶ ନିଜକୁ ବିକାଶଶୀଳ ଦେଶ ଭାବେ ଉଲ୍ଲେଖ କରି ଫାଇଦା ନେଉଥିଲେ ସେ ଦେଶ ବିରୋଧରେ ଦଣ୍ଡାମତ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ରାଷ୍ଟ୍ରପତି ଟ୍ରମ୍ପ ଆମେରିକା ବାଣିଜ୍ୟ ପ୍ରତିିନିଧିଙ୍କୁ ଅଧିକାର ଦେଇସାରିଛନ୍ତି। ପେନ୍‌ସିଲଭାନିଆରେ ଏକ ଜନସଭାରେ ଉଦ୍‌ବୋଧନ ଦେଇ ଟ୍ରମ୍ପ କହିଛନ୍ତି ଯେ, ଭାରତ ଓ ଚାଇନା ଏବେ ଆଉ ବିକାଶଶୀଳ ଦେଶ ହୋଇ ରହିନାହାନ୍ତି। ଏଣୁ ସେମାନେ ଡବ୍ଲ୍ୟୁଟିଓରୁ ଆଉ ଫାଇଦା ନେଇପାରିବେ ନାହିଁ। ସେମାନେ ବିଶ୍ୱ ବାଣିଜ୍ୟ ସଂଗଠନରୁ ଫାଇଦା ନେବା ସହ ଆମେରିକାକୁ କ୍ଷତି ପହଞ୍ଚାଉଛନ୍ତି ବୋଲି ଟ୍ରମ୍ପ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri