ଭାରତ-ଚାଇନା ଦ୍ୱିପାକ୍ଷିକ ବାଣିଜ୍ୟ ପ୍ରଭାବିତ ଆଶଙ୍କା

ନୂଆଦିଲ୍ଲୀ,୧୭।୬: ଚାଇନା ସହ ସୀମା ବିବାଦ ଲଗାତର ବଢ଼ିଚାଲିଛି। ଲଦାଖ ସୀମାରେ ଚାଇନା ସେନାର ବଳପୂର୍ବକ ପ୍ରବେଶ ଯୋଗୁ ଭାରତର ୩ ଯବାନ ଶହୀଦ ହୋଇଛନ୍ତି। ଏହାର ପ୍ରଭାବ ଦୁଇ ଦେଶର ଦ୍ୱିପାକ୍ଷିକ ବାଣିଜ୍ୟ ଉପରେ ପଡ଼ିବ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଏଠାରେ ଗୋଟିଏ କଥା ବିଚାର କରାଯାଇପାରେ ଯେ, ଭାରତ ଏବଂ ଚାଇନା ଆର୍ଥତ୍କ ରୂପେ ଉଭୟଙ୍କ ଉପରେ କେତେ ନିର୍ଭରଶୀଳ। ବାଣିଜ୍ୟ କାରବାର ପ୍ରଭାବିତ ହେଲେ କାହା ଉପରେ କ’ଣ ପ୍ରଭାବ ରହିବ।
ଭାରତ ଏବଂ ଚାଇନା ମଧ୍ୟରେ ବାର୍ଷିକ ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ସମ୍ପାଦିତ ହେଉଛି। ଭାରତ ପ୍ରତିବର୍ଷ ଚାଇନାଠାରୁ ୪.୯ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ଆମଦାନୀ କରୁଛି। ସେହିଭଳି ଚାଇନା ଭାରତରୁ ୧.୨ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ନେଉଛି। ଏହାକୁ ଦେଖିଲେ ଚାଇନା ସହ ଭାରତର ବାଣିଜି୍ୟକ ଘାଟା ପୂରା ପ୍ରଭାବିତ ସ୍ଥିତିରେ ରହିଛି। ମାତ୍ର ଅନ୍ୟପକ୍ଷରେ ବିଚାରକଲେ ଚାଇନା ଲାଗି ଭାରତ ଏକ ପ୍ରମୁଖ ରପ୍ତାନି ବଜାର। କୌଣସି ସ୍ଥିତିରେ ଏହା ଭାରତ ସହ ବାଣିଜ୍ୟ ଯୁଦ୍ଧ କରିବାକୁ ଚାଇନା ଚାହିଁବ ନାହିଁ। ଭାରତ ଚାଇନାକୁ ଯେତେ ପରିମାଣର ସାମଗ୍ରୀ ଯୋଗାଉଛି ତା’ର ଚାରିଗୁଣ ସାମଗ୍ରୀ ସେହି ଦେଶରୁ ଆମଦାନୀ କରୁଛି। ଏକ ରିପୋର୍ଟ ମୁତାବକ, ଏପ୍ରିଲ ୨୦୧୯ରୁ ଜାନୁୟାରୀ ୨୦୨୦ ମଧ୍ୟରେ ଭାରତଠାରୁ ଚାଇନା ୧୪.୪୨ ବିଲିୟନ ଡଲାରର ସାମଗ୍ରୀ କ୍ରୟ କରିଛି। ଏହି ସମୟ ମଧ୍ୟରେ ଭାରତ ଚାଇନାଠାରୁ ୫୭.୯୩ ବିଲିୟନ ଡଲାରର ସାମଗ୍ରୀ କ୍ରୟ କରିଛି।
ଚଳିତ ବର୍ଷ ମାର୍ଚ୍ଚ ୨୫ରେ ସରକାର ଲକ୍‌ଡାଉନ ଘୋଷଣା କରିଥିଲେ। ଜାନୁୟାରୀ ଏବଂ ଫେବୃୟାରୀରେ ଚାଇନା ଭାରତକୁ ୯.୫ ବିଲିୟନ ଡଲାରର ସାମଗ୍ରୀ ବିକ୍ରି କରିଛି। ଏହି ସମୟରେ ଭାରତର ରପ୍ତାନି ଚାଇନାକୁ ୨.୫ ବିଲିୟନ ଡଲାର ରହିଛି। କରୋନା କାରଣରୁ ଗତବର୍ଷ ତୁଳନାରେ ଏଥିରେ ୧୧ରୁ ୧୨% ହ୍ରାସ ଦେଖାଯାଇଛି। ଭାରତରେ ପ୍ରତି କ୍ଷେତ୍ରରେ କମ୍ପାନୀ ଚାଇନା ଉପରେ ନିର୍ଭର କରିଥାନ୍ତି। ଔଷଧ ସମେତ ଅନ୍ୟ ଆନୁଷଙ୍ଗିକ କ୍ଷେତ୍ର ୬୮% ଚାଇନାର ରପ୍ତାନି ଉପରେ ନିର୍ଭରଶୀଳ। ଏହି ନିର୍ଭରତା ଇଲେକ୍‌ଟ୍ରୋନିକ୍ସରେ ୪୩%, ଗାର୍ମେଣ୍ଟରେ ୭୦% ଏବଂ ଅଟୋମୋବାଇଲ ସେକ୍ଟରରେ ପ୍ରାୟ ୯% ରହିଛି। ଭାରତର ଇଣ୍ଟରନେଟ ଏବଂ ଷ୍ଟାର୍ଟଅପ୍‌ଗୁଡ଼ିକରେ ଚାଇନା କମ୍ପାନୀ ବୃହତ୍‌ ପରିମାଣର ନିବେଶ କରିଛନ୍ତି। ଚାଇନା ଯଦି ନିଜ ନିବେଶ ପ୍ରତ୍ୟାହାର କରିନିଏ ଏହାଦ୍ୱାରା ଭାରତୀୟ କମ୍ପାନୀଗୁଡ଼ିକ କ୍ଷତିଗ୍ରସ୍ତ ହୁଏ। ଗତ କିଛି ବର୍ଷ ଧରି ଚାଇନା କମ୍ପାନୀଗୁଡ଼ିକ ଭାରତରେ ବଡ ଧରଣର ନିବେଶ କରିଥିବା ଦେଖାଯାଏ। ୨୦୧୪ରେ ଏହି ନିବେଶ ୧୨ ହଜାର କୋଟି ଟଙ୍କା ଥିବା ବେଳେ ଗତ ୬ ବର୍ଷରେ ଏହା ୬୦ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଏହାବାଦ ସିଙ୍ଗାପୁରରେ ରହିଥିବା ଚାଇନାର ସହାୟକ କମ୍ପାନୀଗୁଡିକ ଭାରତରେ ନିବେଶ କରିଥିବା ଜଣାପଡିଛି।
୨୦୧୯ରେ ଚାଇନା ଭାରତୀୟ ଷ୍ଟାର୍ଟଅପ୍‌ କମ୍ପାନୀଗୁଡ଼ିକରେ ନିବେଶକୁ ବଢ଼ାଇଛି। ୨୦୧୮ରେ ଉକ୍ତ ନିବେଶ ୧୫ ହଜାର କୋଟି ଟଙ୍କା ଥିଲା। ୨୦୧୯ରେ ଏହା ୨୯ ହଜାର କୋଟି ଟଙ୍କାକୁ ବୃଦ୍ଧି ଘଟିଛି। ଭାରତର ୩୦ ବଡ ଷ୍ଟାର୍ଟଅପ୍‌ କମ୍ପାନୀ ମଧ୍ୟରୁ ୧୮ଟିରେ ଚାଇନା ନିବେଶ ରହିଛି। ଦେଶର ବଡ ଇଣ୍ଟରନେଟ କମ୍ପାନୀଗୁଡିକରେ ଚାଇନାର ନିବେଶ ରହିଛି। ପେଟିଏମ୍‌ରେ ଆଲିବାବା, ଆଲିବାବା ଗ୍ରୁପ୍‌ ଏବଂ ଆଣ୍ଟ ଫାଇନାନ୍ସିଆଲ, ଓଲାରେ ଟେନସେଣ୍ଟ, ଡିଜି କସ୍କିଙ୍ଗ, ଓୟୋ ହୋଟେଲ୍ସରେ ଦିଦି ୟୁସିଙ୍ଗ, ହୁଆଜ ହୁହୁଇ, ସ୍ନାପ୍‌ଡିଲ୍‌ରେ ଆଲିବାବା ଗ୍ରୁପ୍‌, ସ୍ବିଗିରେ ଟେସେଣ୍ଟ, ମିଟୁଆନ ଭଳି କମ୍ପାନୀ ନିବେଶ କରିଛନ୍ତି। ଦେଶର ୧୨ ବଡ କମ୍ପାନୀରେ ଚାଇନା ନିବେଶ କରିଛି। ୧୯ କମ୍ପାନୀରେ ଟେସେଣ୍ଟ, ୧୬ କମ୍ପାନୀରେ ସୁନବାଇ କ୍ୟାପିଟାଲ, ୧୦ କମ୍ପାନୀରେ ସ୍ବସ୍ତିକା, ୮ଟିରେ ସାଓମି, ୬ଟିରେ ଫୋସୁନ ଆର୍‌ଜେଡ, ୫ଟିରେ ହିଲହାଉସ କ୍ୟାପିଟାଲ, ୪ଟିରେ ଏନ୍‌ଜିପି କ୍ୟାପିଟାଲ, ୩ଟିରେ ଆଲିବାବା ଗ୍ରୁପ୍‌, ୩ଟିରେ ଏକ୍ସିମ କ୍ୟାପିଟାଲ ପାର୍ଟନର୍ସର ନିବେଶ ରହିଛି। ଚାଇନା କମ୍ପାନୀଗୁଡିକର ନିବେଶ ବଢୁଥିବାରୁ ଭାରତ ସରକାର ଏଫ୍‌ଡିଆଇ ନିୟମରେ ନିକଟରେ ପରିବର୍ତ୍ତନ କରିଛନ୍ତି।
ସ୍ମାର୍ଟଫୋନ ବଜାରରେ ଚାଇନା କମ୍ପାନୀଗୁଡିକର ଅଂଶ ୭୦% ରହିଛି। ଭାରତର ସ୍ମାର୍ଟଫୋନ ବଜାରରେ ଚାଇନା କମ୍ପାନୀର କାଟତି ରହିଛି। ଭାରତରେ ସ୍ମାର୍ଟଫୋନ ବଜାର ପ୍ରାୟ ୨ ଲକ୍ଷ କୋଟି ଟଙ୍କା ହେବ। ଚାଇନା ବ୍ରାଣ୍ଡ ଓପୋ, ସାଓମି, ରେଡମି ଭଳି କମ୍ପାନୀ ଭାରତୀୟ ବଜାରକୁ କବ୍‌ଜା କରି ନେଇଛନ୍ତି। ସେହିଭଳି ୨୫ ହଜାର କୋଟି ଟଙ୍କାର ଟେଲିଭିଜନ ବଜାରରେ ଚାଇନିଜ ବ୍ରାଣ୍ଡର ଅଂଶ ୪୫% ରହିଛି। ଭାରତର ୫୦ ହଜାର କୋଟି ଟଙ୍କାର ହୋମ୍‌ ଆପ୍ଲାଏନ୍ସ ବଜାରରେ ଚାଇନା କମ୍ପାନୀର ଅଂଶ ୧୦ରୁ ୧୨%। ୪୩ ଲକ୍ଷ କୋଟି ଅଟୋ କମ୍ପୋନେଣ୍ଟ ବଜାରରେ ଚାଇନାର ଅଂଶ ୨୬%। ୧.୫ ଲକ୍ଷ କୋଟି ଟଙ୍କାର ଫାର୍ମାସିଟିକାଲ ବଜାରରେ ଚାଇନା ଅଂଶ ୬୦% ରହିଛି। ଭାରତୀୟ ଟେଲିକମ ଇକ୍ୱିପମେଣ୍ଟ ବଜାରରେ ଚାଇନା ଅଂଶ ପ୍ରାୟ ୨୫% ରହିଛି।
ଭାରତୀୟ ଅର୍ଥ ବ୍ୟବସ୍ଥାରେ ଚାଇନା କମ୍ପାନୀଗୁଡିକ ଗୁରୁତ୍ୱ ରଖୁଛନ୍ତି। ଭାରତୀୟ କମ୍ପାନୀଗୁଡିକ ଚାଇନାର ରପ୍ତାନି ଉପରେ ନିର୍ଭର କରିଥାନ୍ତି। ଏଭଳି ସ୍ଥିତିରେ ଭାରତ ହଠାତ୍‌ ଚାଇନା ସାମଗ୍ରୀ ବର୍ଜନ କରିପାରିବ ନାହିଁ। ଅପରପକ୍ଷରେ ବାଣିଜ୍ୟ ସମ୍ପର୍କ ଛିନ୍ନ କରିବା ନେଇ ମଧ୍ୟ ଚିନ୍ତା କରିପାରିବ ନାହିଁ। ଚାଇନା ଲାଗି ମଧ୍ୟ ଭାରତ ଏକ ବଡ ବଜାର। ବିଶ୍ୱର ପ୍ରମୁଖ ବଜାର ମଧ୍ୟରେ ଭାରତ ଆସୁଛି। ଭାରତ ଯଦି ଚାଇନା ସାମଗ୍ରୀ ବର୍ଜନକରେ ତେବେ ଚାଇନାକୁ ମଧ୍ୟ କ୍ଷତି ସହିବାକୁ ପଡିବ। ସୀମାରେ ଜାରି ରହିଥିବା ବିବାଦ ସତ୍ତ୍ୱେ ମଧ୍ୟ ଚାଇନା କେବେ ଚାହିଁବ ନାହିଁ ଯେ ଭାରତ ସହ ବାଣିଜି୍ୟକ ସମ୍ପର୍କ ଖରାପ କରିବା ପାଇଁ )।


Enter your email to get our daily news in your inbox.

All Right Reserved By Dharitri.Com

Business Eminence Awards 2026: ଉଦ୍ୟୋଗିତା ସମାଜକୁ ସାହାଯ୍ୟ କରିବାର ମାଧ୍ୟମ

ଜଗଦମ୍ବା ପଲିମର୍ସ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ଚନ୍ଦ୍ର ପ୍ରକାଶ ଭରତ୍ତିଆ ଜଣେ ପ୍ରଥମ ପିଢ଼ିର ଉଦ୍ୟୋଗୀ। ୪ ଦଶକରୁ ଅଧିକ ଓଡ଼ିଶାରେ ବ୍ୟବସାୟ ଚଳାଇଆସୁଛନ୍ତିି। ଜଗଦମ୍ବା ପଲିମର୍ସ…

ଟ୍ରେନ୍‌ରେ ମାଗଣାରେ କରିପାରିବେ ଯାତ୍ରା, ଭାରତୀୟ ରେଳବାଇ ଏମାନଙ୍କଠାରୁ ନିଏ ନାହିଁ ଗୋଟିଏ ବି ଟଙ୍କା, ଜାଣନ୍ତୁ ନିୟମ…

ନୂଆଦିଲ୍ଲୀ,୧୬।୪: ଭାରତୀୟ ରେଳବାଇ (Indian Railways) ଦେଶର କୋଟି କୋଟି ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ନିୟମ ପ୍ରଣୟନ କରିଛି। କିନ୍ତୁ ଅନେକ ସମୟରେ ସଠିକ ସୂଚନା…

ଅକ୍ଷୟ ତୃତୀୟାରେ ୨ ଲକ୍ଷ ଧରିବ ସୁନାଦର! ସୁନାପ୍ରେମୀଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧୬।୪: ଅକ୍ଷୟ ତୃତୀୟା ରବିବାର ପଡୁଛି। କିନ୍ତୁ, ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାରରେ ସାମ୍ପ୍ରତିକ ମୂଲ୍ୟ ବୃଦ୍ଧି ଆପଣଙ୍କୁ ଚିନ୍ତାରେ ପକାଇପାରେ।…

ବଢିଗଲା ସାବୁନ-ସାମ୍ପୁର ଦାମ୍‌, ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧୬।୪: ଖୁଚୁରା ଏବଂ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧିର ରିପୋର୍ଟ ପରେ, ଆଉ ଏକ ଖବର ସାମ୍ନାକୁ ଆସିଛି ଯାହା ମଧ୍ୟବିତ୍ତ ପରିବାର ପାଇଁ ସାମାନ୍ୟ ଝଟକା ଆଣିପାରେ।…

ଏପ୍ରିଲ ୨୯ ପରେ ଭାରତରେ ବଢିଯିବ ପେଟ୍ରୋଲ ଦର! ଲିଟର ପିଛା ହେବ…

ନୂଆଦିଲ୍ଲୀ,୧୬।୪: ମଧ୍ୟପ୍ରାଚ୍ୟରେ 40 ଦିନର ସଂଘର୍ଷ ପରେ, ଦୁଇ ସପ୍ତାହର ଯୁଦ୍ଧବିରତି ସ୍ଥାପନ କରାଯାଇଛି; ତଥାପି, ପରିସ୍ଥିତି ଅପରିବର୍ତ୍ତିତ ରହିଛି। ବିଶ୍ୱର ପ୍ରମୁଖ ଜଳପଥ ମଧ୍ୟରୁ, ହର୍ମୁଜ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri