ଭାପୁର ବ୍ଲକରେ ସୀମା ଟପିଛି ଦୁର୍ନୀତି ପଞ୍ଚାୟତ ପ୍ରତିନିଧିଙ୍କ ଆମରଣ ଅନଶନ ଆଜି

ନୟାଗଡ଼ ଅଫିସ/ଭାପୁର (ଡି.ଏନ.ଏ.),୩ା୧୨: ନୟାଗଡ଼ ଜିଲା ଭାପୁର ବ୍ଲକରେ ସୀମା ଟପିଛି ଦୁର୍ନୀତି। ପିସି ନ ଦେଲେ ବିଲ୍‌ ହେଉନାହିଁ କି ହିତାଧିକାରୀଙ୍କୁ କୌଣସି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ ନାହିଁ। ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ପରିମଳ ଯୋଜନା ଏବଂ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଦି ଯୋଜନାଗୁଡିକରେ ଅନିୟମିତତା ହୋଇଥିବା ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି ଅଭିଯୋଗ ଆଣିଛନ୍ତି। ଏପରି କି ଏସବୁ ଅଭିଯୋଗ ନେଇ ଗତ ସପ୍ତାହରେ ଲୋକପ୍ରତିନିଧିମାନେ ଜିଲାପାଳଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାର କିଛି ସମାଧାନ ନ ହେବାରୁ ସେମାନେ ମଙ୍ଗଳବାର ବ୍ଲକ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅପରପକ୍ଷେ ସୋମବାର ଭୁବନେଶ୍ୱରରୁ ଏକ ଟିମ୍‌ ଚକ୍ରଧର ପ୍ରସାଦ ଓ ଗୋଳାପୋଖରୀ ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ହାତେଇଥିବା ଅଯୋଗ୍ୟ ବ୍ୟକ୍ତିମାନଙ୍କ ଘରକୁ ଯାଇ ତଦନ୍ତ କରିଥିବା ଜଣାପଡ଼ିଛି।
ନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟଙ୍କ ଅଭିଯୋଗ ଅନୁଯାୟୀ, ଭାପୁର ବ୍ଲକରେ ବିଡିଓ ପଦବୀ ଖାଲି ପଡ଼ିଥିବାବେଳେ ଏବିଡିଓ ଅନ୍ତର୍ଯ୍ୟାମୀ ଦାସ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ହେଲେ ସେ ସରକାରଙ୍କ ନୀତିନିୟମ ଉଲ୍ଲଂଘନ କରି ଦୁର୍ନୀତିରେ ଲିପ୍ତ ରହୁଛନ୍ତି। ୨୦୧୯-୨୦ ଆର୍ଥିକ ବର୍ଷରେ ବ୍ଲକକୁ ଆସିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏସ୍‌ଇସିସି ତାଲିକାରେ ନାମ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇ ପକ୍କା ଘର ଥିବା ବ୍ୟକ୍ତିମାନଙ୍କଠାରୁ ୨୦ରୁ ୩୦ ହଜାର ଟଙ୍କା ଲାଞ୍ଚ ନେଇ କାର୍ଯ୍ୟାଦେଶ ଦିଆଯାଇଛି। ସେହିଭଳି ଶବର ଜାତିର ଆଦିବାସୀଙ୍କୁ ପକ୍କା ଘର ଯୋଜନାରୁ ବଞ୍ଚତ୍ତ କରାଯାଇ ସଅର ସମ୍ପଦ୍ରାୟର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟାଯାଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌, ଆମ ଗାଁ ଆମ ବିକାଶ, ରାଜ୍ୟ ସଭା ହାତପାଣ୍ଠି, ଫନୀ, ଗୋପବନ୍ଧୁ ଗ୍ରାମୀଣ ଯୋଜନା ଓ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟରେ କାମ କରା ନ ଯାଇ ମିଥ୍ୟା ବିଲ୍‌ କରାଯାଇ କୋଟି କୋଟି ଟଙ୍କା ହଡ଼ପ କରାଯାଇଛି। ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ)ରେ ହିତାଧିକାରୀଙ୍କ ଶୌଚାଳୟ କରା ନ ଯାଇ ମିଥ୍ୟା ବିଲ୍‌ କରି ଏଜେନ୍ସି ନାମରେ ଟଙ୍କା ହରିଲୁଟ ହୋଇଛି। ଯେଉଁମାନେ ଶୌଚାଳୟ କରିଛନ୍ତି ସେମାନଙ୍କ ବିଲ୍‌ କରାଇଦେବା ପାଇଁ ୨ ହଜାର ଟଙ୍କା ଲାଞ୍ଚ ମଗାଯାଉଛି, ନ ହେଲେ ବିଲ୍‌ ହେଉନାହିଁ। ବିଭିନ୍ନ ଗ୍ରାମରେ ୭୦ବର୍ଷର ବୃଦ୍ଧାବୃଦ୍ଧ ଭତ୍ତା ପାଇବାରୁ ବଞ୍ଚତ୍ତ ହେଉଥିବା ବେଳେ ୪୦ ବର୍ଷର ଯୁବକଙ୍କୁ ଭତ୍ତା ପ୍ରଦାନ କରାଯାଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏସ୍‌ଇସିସି ତାଲିକାରେ ନାମ ନ ଥିବା ହିତାଧିକାରୀଙ୍କୁ ସରକାର ନୂତନ ଭାବେ ଏ, ବି, ଓ ସି ଫର୍ମ ଜରିଆରେ ଆବେଦନ କରିବା ବ୍ୟବସ୍ଥା ଥିବାବେଳେ ଏବିଡିଓଙ୍କ ନିର୍ଦ୍ଦେଶକ୍ରମେ ପାଖାପାଖି ୨୦୦୦ ଯୋଗ୍ୟ ହିତାଧିକାରଙ୍କ ଆବେଦନପତ୍ର ପଞ୍ଜୀକୃତ କରା ନ ଯାଇ ପିଙ୍ଗିଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରୁ ପିସି କାରବାର ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଥିବା ବେଳେ ଭାପୁର ବ୍ଲକରେ ୨୨ ପ୍ରତିଶତ ପିସି ନ ଦେଲେ କୌଣସି କାର୍ଯ୍ୟର ବିଲ୍‌ ପାସ ହେଉ ନାହିଁ। ଅଭିଯୋଗ ସତ୍ତ୍ୱେ ସୁଫଳ ନ ମିଳିବାରୁ ମଙ୍ଗଳବାର ଅପରାହ୍ନ ୧୧ଟାରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଅଞ୍ଚଳର ଯୁବନେତା ଜିତେନ୍ଦ୍ର କୁମାର ରଣସିଂହ ପ୍ରକାଶ କରିଛନ୍ତି। ତାଙ୍କ ସହିତ ଗୋଳାପୋଖରୀ ସମିତିସଭ୍ୟ ସସ୍ମିତା ସାହୁ, ସରପଞ୍ଚ ଲକ୍ଷ୍ମୀଧର ସାମନ୍ତରାୟ, ଚକ୍ରଧର ପ୍ରସାଦ ସମିତିସଭ୍ୟ ପ୍ରଦୀପ ଜେନା, ଭଗବାନପୁର ସମିତିସଭ୍ୟ ବସନ୍ତ କୁମାର ପ୍ରଧାନ ପ୍ରମୁଖ ଅନଶନରେ ସାମିଲ ହେବେ। ଏ ନେଇ ବିଡିଓ ଦାୟିତ୍ୱରେ ଥିବା ଏବିଡିଓ ଦାସଙ୍କୁ ପଚାରିବାରୁ ସେ କହିଥିଲେ, ସମସ୍ତଙ୍କର ଅଭିଯୋଗ କରିବାର ସାମ୍ବିଧାନିକ ଅଧିକାର ଅଛି। ମୋ ନାମରେ ଯେଉଁ ଅଭିଯୋଗ ହୋଇଛି ତାହା ପ୍ରମାଣିତ ହେଲେ ଦଣ୍ଡ ପାଇବି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri