ଭାଜପାର ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ

କେନ୍ଦୁଝର, ୨୬।୪(ସ୍ବ.ପ୍ର.)-ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରବିବାର ଭାଜପା କୃଷକ ମୋର୍ଚ୍ଚା ତରଫରୁ ଆନନ୍ଦପୁର ମ୍ୟୁନିସିପାଲିଟି ଅନ୍ତର୍ଗତ ପଦ୍ମପୁର ଗ୍ରାମଠାରେ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରବିବାର ସକାଳ ୮ଟାରେ ପଦ୍ମପୁର ଗ୍ରାମରେ ପ୍ରଥମେ ଯଜ୍ଞ, ହୋମ ସହିତ ଭୂମି ପୂଜା କରାଯାଇଥିଲା। ଏଥିରେ ପୂଜକ ନାକୁ ପଣ୍ଡା ପୂଜା କାଯ୍ୟ କରିଥିଲେ। ସଫଳ ଚାଷୀ ତଥା ଭାଜପାର ବରିଷ୍ଠ ନେତା ପରିଆ ସାହୁ ସଙ୍କଳ୍ପରେ ବସି ପୂଜାରେ ସହଯୋଗ କରିଥିଲେ। ପୂଜା ହୋମ ଯଜ୍ଞ ସରିବା ପରେ ଭାଜପା କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ମହେଶ୍ୱର ସାହୁ ଧାନ ବୁଣି ଥିଲେ ଓ ହଳ କାର୍ଯ୍ୟ ପ୍ରାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ଭାଜପା ନଗର ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ମହାପାତ୍ର, ବାଇଧର ସାହୁ, ଲକ୍ଷ୍ମୀଧର ସାହୁ, ରାହାସ ବିହାରୀ ସାହୁ, ସନ୍ନ୍ୟାସୀ ପାତ୍ର, ରାଜୁ ସାହୁ, ସତ୍ୟପ୍ରକାଶ ସାହୁ ପ୍ରମୁଖଙ୍କ ସମେତ ବହୁ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ଦେଖିବାକୁ ଯାଇଥିଲେ ପରିବାର ଲୋକେ, ଘରେ ପଶି…

ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ଗାଁ ଗାଁରେ ମାତିଲେଣି ଚୋର। ଘରେ କେହି ନ ଥିବା ସୁଯୋଗ ନେଇ ଦିନରେ ଟାର୍ଗେଟ ଏବଂ ବିଳମ୍ବିତ ରାତିରେ ଘରେ ପଶି ଲୁଟ୍‌…

କେସିଙ୍ଗା ବ୍ଲକରେ ୧୧ ପରୀକ୍ଷା କେନ୍ଦ୍ର: ମାଟ୍ରିକ ପରୀକ୍ଷା ଦେଉଛନ୍ତି ୧୮୦୭ ଜଣ ପରୀକ୍ଷାର୍ଥୀ

କେସିଙ୍ଗା,୧୯।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକରେ ୧୧ଟି ପରୀକ୍ଷା କେନ୍ଦ୍ରରେ ୧୮୦୭ଜଣ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷାଦେବେ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା…

ସରିଲା ଆଜିର ପ୍ରଥମ ଦିନର ମାଟ୍ରିକ ପରୀକ୍ଷା, ଆନନ୍ଦ ମନରେ ପିଲାମାନେ…

ଖୋର୍ଦ୍ଧା,୧୯ା୨(ପ୍ରଭାତ ପାଣିଗ୍ରାହୀ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ବା ମାଟ୍ରିକ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ…

ସୁଧୀରଙ୍କୁ ବଡ଼ ଦାୟିତ୍ୱ ଦେଲେ ନବୀନ ପଟ୍ଟନାୟକ, ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର….

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜୁ ଜନତା ଦଳ ନଗର ସଭାପତି ଭାବେ ସୁଧୀର କୁମାର ପାଢ଼ୀଙ୍କୁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ମନୋନୀତ…

ଇତିହାସ ରଚିଲା ଭାରତ: ବିଶ୍ୱର ପ୍ରଥମ ଦଳ ଭାବେ କଲା ଏମିତି କାରନାମା

ଅହମ୍ମଦାବାଦ,୧୯।୨: ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଅହମ୍ମଦାବାଦରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଭାରତ। ଟିମ ଇଣ୍ଡିଆ…

ଆଜିଠୁ ମାଟ୍ରିକ ପରୀକ୍ଷା, ସ୍ଥିତି ପରଖିଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୯ା୨(ଦିଲ୍ଲୀପ ସାମଲ): ଗୁରୁବାରଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ମାତୃଭାଷାରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର । ସକାଳ ୯…

ନାନା ସମସ୍ୟା ଦେଇ ଗତି କରୁଛି ବଳରାମପୁର ଗାଁ, ଅଭିଯୋଗ କରି ଗ୍ରାମବାସୀ…

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ପଞ୍ଚାୟତ ବଳରାମପୁର ଗ୍ରାମ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ରାସ୍ତାଘାଟଠାରୁ ଆରମ୍ଭ କରି ବହୁ କ୍ଷେତ୍ରରେ ଅବହେଳିତ ହୋଇରହିଛି।…

କରଡ଼ା ଘାଟିରେ ଦୁର୍ଘଟଣା: ନିୟନ୍ତ୍ରଣ ହରାଇ ୫୦ ଫୁଟ ଗାତକୁ ଖସିଲା ଟ୍ରକ

ରାଇକିଆ,୧୯।୨(ପ୍ରଦୀପ ବେହେରା)- କନ୍ଧମାଳ ଜିଲା ରାଇକିଆ ବ୍ଳକର କରଡ଼ା ଘାଟିଠାରେ ନିୟନ୍ତ୍ରଣ ହରାଇ ଏକ ମହୁଲ ବୋଝେଇ ଟ୍ରକ ଘାଟିର ୫୦ ଫୁଟ ଘାଟି ତଳକୁ ଖସିଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri