Posted inଜାତୀୟ

ଭାଜପା ବିଧାୟକଙ୍କ ବିରୋଧରେ ହତ୍ୟା ମାମଲା

ଲକ୍ଷ୍ନୌ,୩୦ା୭(ପି.ଟି.): ରବିବାର ସଡ଼କ ଦୁର୍ଘଟଣାରେ ଉନ୍ନାଓ ପୀଡ଼ିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିବାବେଳେ ତାଙ୍କର ଖୁଡୀ ଓ ମାଉସୀ ପ୍ରାଣ ହରାଇଥିଲେ। ଏହି ଘଟଣାରେ ସୋମବାର ଭାଜପା ବିଧାୟକ କୁଲଦୀପ୍‌ ସିଂ ସେନ୍‌ଗାରଙ୍କ ସମେତ ୧୦ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ରାଏବରେଲିର ଗୁରୁବକ୍ସଗଞ୍ଜ ଥାନାରେ ଦାଏର ଏତଲାରେ ୧୫ରୁ ୨୦ ଜଣ ଅଜଣା ବ୍ୟକ୍ତିଙ୍କ ନାଁ ରହିଛି। ବିଧାୟକଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଆଇପିସିର ଧାରା ୩୦୨(ହତ୍ୟା), ୩୦୭(ହତ୍ୟା ଉଦ୍ୟମ), ୫୦୬ (ଧମକ ଦେବା), ୧୨୦ବି (ଅପରାଧ ଷଡ଼ଯନ୍ତ୍ର)ରେ ମାମଲା ରୁଜୁ ହୋଇଛି।
ଉତ୍ତରପ୍ରଦେଶର ବଙ୍ଗେର୍‌ମାଉ ଆସନରୁ ୪ ଥର ବିଧାୟକ ଥିବା କୁଲଦୀପ୍‌ ୨୦୧୭ରେ ଉନ୍ନାଓର ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯାଗରେ ୨୦୧୮ରେ ଗିରଫ ହୋଇଥିଲେ। ରାଏବରେଲି ଜେଲ୍‌ରେ ଥିବା ପୀଡ଼ିତାଙ୍କ ଦାଦାଙ୍କ ଏତଲା କ୍ରମେ ମାମଲା ଦାଏର ହୋଇଥିଲା। ରବିବାର ପୀଡ଼ିତା ତାଙ୍କ ପରିବାର ସଦସ୍ୟ ଓ ଓକିଲଙ୍କ ସହ ଏକ କାରରେ ଯାଉଥିବାବେଳେ ଦ୍ରୁତଗାମୀ ଟ୍ରକ୍‌ ଧକ୍କାଦେବାରୁ ଦୁଇ ପରିବାର ସଦସ୍ୟଙ୍କ ମୃତ୍ୟୁ ହେବା ସହ ପୀଡ଼ିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ହସ୍ପିଟାଲରେ ଲାଇଫ୍‌ ସପୋର୍ଟ ସିଷ୍ଟମ୍‌ରେ ରଖାଯାଇଛି। ତାଙ୍କ ପରିବାର ସଦସ୍ୟମାନଙ୍କୁ ମାରିଦେବା ପାଇଁ ବିଧାୟକ ଓ ତାଙ୍କ ଲୋକମାନେ ଷଡ଼ଯନ୍ତ୍ର କରିଥିଲେ ବୋଲି ପୀଡିତାଙ୍କ ମାଆ ଅଭିଯୋଗ କରିଛନ୍ତି। ତେବେ ପ୍ରାଥମିକ ଅନୁସନ୍ଧାନରୁ ଏହା ଏକ ଦୁର୍ଘଟଣା ଥିଲା ବୋଲି ପୋଲିସ କହୁଛି। ପୀଡିତାଙ୍କୁ ସୁରକ୍ଷା କର୍ମୀ ଯୋଗାଇ ଦିଆଯାଇଥିଲେ ହେଁ ଦୁର୍ଘଟଣା ଦିନ ସେମାନେ ତାଙ୍କ ସହ ଯାଇ ନ ଥିଲେ। ଧକ୍କା ଦେଇଥିବା ଟ୍ରକ୍‌ର ନମ୍ବର ପ୍ଲେଟରେ କଳା ବୋଳିଦିଆଯାଇଥିବାରୁ ଏହା ସୁଚିନ୍ତିତ ହତ୍ୟା ଯୋଜନା ଥିଲା ବୋଲି କୁହାଯାଉଛି। ପ୍ରାଣ ହରାଇଥିବା ଖୁଡୀ ଓ ମାଉସୀ ଉନ୍ନାଓ ବଳାତ୍କାର ମାମଲାର ସାକ୍ଷୀ ଥିଲେ।
ପୀଡ଼ିତା ଲକ୍ଷ୍ନୌର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ତାଙ୍କର ପଞ୍ଜରା ଓ କାନ୍ଧ ହାଡ଼ ଏବଂ ହାତଗୋଡ଼ ଭାଙ୍ଗିଯାଇଥିବା ଡାକ୍ତର କହିଛନ୍ତି। ପୂର୍ବରୁ ଜଣେ ଅଭିଯୁକ୍ତଙ୍କ ପୁଅ ସେମାନଙ୍କୁ ଧମକ ଦେଇଥିଲା ବୋଲି ପୀଡିତାଙ୍କ ମାଆ କହିଛନ୍ତି। ଜେଲ୍‌ରେ ଥାଇ ଭାଜପା ବିଧାୟକ ହତ୍ୟା ଷଡଯନ୍ତ୍ରର ପରିଚାଳନା କରୁଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଟ୍ରକ୍‌ ଡ୍ରାଇଭର ଓ ମାଲିକଙ୍କୁ ଗିରଫ କରାଯାଇଥିବା ପୋଲିସ ଏକ ଖବରଦାତା ସମ୍ମିଳନୀରେ କହିଛି। ଟ୍ରକ୍‌ ଋଣ ପରିଶୋଧ ହୋଇ ନ ଥିବାରୁ ଧରା ନ ପଡିବା ପାଇଁ ଏହାର ନମ୍ବରପ୍ଲେଟରେ କଳା ବୋଳାଯାଇଥିଲା ବୋଲି ମାଲିକ କହିଛନ୍ତି। ପୀଡିତାଙ୍କୁ ଜଣେ ବନ୍ଧୁକଧାରୀଙ୍କ ସମେତ ୯ ଜଣ ସୁରକ୍ଷା କର୍ମୀ ଯୋଗାଇ ଦିଆଯାଇଛି। ତେବେ କାର୍‌ରେ ଜାଗା ନ ଥିବାରୁ ସେମାନଙ୍କୁ ନ ଯିବା ପାଇଁ କୁହାଯାଇଥିଲା। ସେମାନେ ୫ ଜଣ ଯାଉଛନ୍ତି ଓ ସନ୍ଧ୍ୟା ସୁଦ୍ଧା ଫେରିଆସିବେ ବୋଲି ପୀଡିତାଙ୍କ ଖୁଡୀ କହିଥିବା ପୋଲିସ ସୂଚନା ଦେଇଛି।
ଉନ୍ନାଓ ଦୁର୍ଘଟଣା ହତ୍ୟା ଷଡ଼ଯନ୍ତ୍ର ଥିଲା ବୋଲି ପରିବାର ସଦସ୍ୟ ଅଭିଯୋଗ କରିବା ପରେ ଏହାର ସିବିଆଇ ତଦନ୍ତ ଲାଗି ଉତ୍ତରପ୍ରଦେଶ ସରକାର ପ୍ରସ୍ତୁତ ବୋଲି ଡିଜିପି ଓ.ପି. ସିଂ କହିଛନ୍ତି। ପୀଡିତାଙ୍କ ମାଆ କିମ୍ବା ସମ୍ପର୍କୀୟ ଅନୁରୋଧ କଲେ ସରକାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିବେ ବୋଲି ସେ ଗଣମାଧ୍ୟମକୁ ଜଣାଇଛନ୍ତି। ଏହି ଘଟଣାକୁ ନେଇ ପାର୍ଲାମେଣ୍ଟରେ ଝଡ଼ ସୃଷ୍ଟି ହୋଇଛି। ପୀଡ଼ିତାଙ୍କୁ ମାରିଦେବା ପାଇଁ ଉଦ୍ୟମ ହୋଇଥିଲା ବୋଲି ଏସ୍‌ପି ସଦସ୍ୟ ରାମ ଗୋପାଳ ଯାଦବ ଅଭିଯୋଗ କରିଛନ୍ତି। ଶୂନ୍ୟକାଳରେ ଏସ୍‌ପି, ବିଏସ୍‌ପି, କଂଗ୍ରେସ, ଏଏପି ସମେତ ସବୁ ବିରୋଧୀ ଦଳ ଏହି ଘଟଣାକୁ ନେଇ ପ୍ରବଳ ହଟ୍ଟଗୋଳ କରିବାରୁ ରାଜ୍ୟ ସଭାକୁ ମୁଲତବୀ ରଖାଯାଇଥିଲା। ଉନ୍ନାଓ ପୀଡିତାଙ୍କ ଗାଡ଼ି ଦୁର୍ଘଟଣାକୁ ସୁପ୍ରିମକୋର୍ଟ ଅନୁଧ୍ୟାନ କରି ଭାଜପା ବିଧାୟକ ସମ୍ପୃକ୍ତ ଥିବା ଉକ୍ତ ମାମଲାରେ ହସ୍ତକ୍ଷେପ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି। ପୀଡିତାଙ୍କ ମୁହଁ ବନ୍ଦ କରିଦେବାକୁ ଉଦ୍ୟମ ହୋଇଥିବା କଂଗ୍ରେସ ମୁଖପାତ୍ର ମନୀଷ ତିଓ୍ବାରୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri