ଭାଜପା ଛାଡି ବିଜେଡିରେ ଯୋଗଦେଲେ ୨୦ ସମିତିସଭ୍ୟାସଭ୍ୟ: ଜୁନାଗଡ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଆସନ ଟଳମଳ

ଜୁନାଗଡ,୬।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକର ୨୦ଜଣ ସମିତିସଭ୍ୟାସଭ୍ୟ ଭାଜପା ଛାଡି ବିଜେଡିରେ ଯୋଗଦେଇଛନ୍ତି। ଜୁନାଗଡ ବିଧାୟକ ତଥା ରାଜ୍ୟ ଶକ୍ତମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କ ନେତୃତ୍ୱରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ଯୋଗଦେଇଥିଲେ। ଏପଟେ ୨୦ ଜଣ ସମିତିସଭ୍ୟାସଭ୍ୟ ବିଜେଡିରେ ଯୋଗଦେବା ପରେ ଜୁନାଗଡ ବ୍ଲକ ଅଧ୍ୟକ୍ଷା/ଉପାଧ୍ୟକ୍ଷ ଆସନ ଏବେ ଟଳମଳ ପରିସ୍ଥିତି ସୃଷ୍ଟି ହୋଇଛି। ଜୁନାଗଡ ବ୍ଲକରେ ମୋଟ ୩୪ଟି ପଞ୍ଚାୟତ ରହିଛି। ସେଥିମଧ୍ୟରୁ ବ୍ଲକ ଅଧ୍ୟକ୍ଷା/ଉପାଧ୍ୟକ୍ଷ ପଦବୀ ପାଇଁ ୧୮ଟି ସମିତିସଭ୍ୟା/ସଭ୍ୟ ଦରକାର। ଗତ ୨୦୧୭ରୁ ଏଠାରେ ଭାଜପା ସମର୍ଥିତ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ରହିଛନ୍ତି। ବର୍ତ୍ତମାନ ୨୦ଜଣ ସମିତିସଭ୍ୟାସଭ୍ୟ ବିଜେଡିରେ ଯୋଗଦେବା ପରେ ଖୁବଶୀଘ୍ର ଅନାସ୍ଥା ପ୍ରସ୍ତାବ ଆଶଙ୍କା ଦେଖାଯିବା ସହ ଭାଜପା ସମର୍ଥିତ ବ୍ଲକ ଅଧ୍ୟକ୍ଷା/ଉପାଧ୍ୟକ୍ଷ ପଦବୀ ଯାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏହାକୁ ନେଇ ଜୁନାଗଡ ବ୍ଲକ ରାଜନିତୀରେ ଏବେ ଭୁକୁଞ୍ଚନ ସୃଷ୍ଟି ହୋଇଛି। ଜିଲା କାର୍ଯ୍ୟକାରୀ ସଭାପତି ପ୍ରବୋଦ ରଥ, ଭବାନୀପାଟଣା ପୂର୍ବତନ ନଗରପାଳ ଆଦିତ୍ୟ ପ୍ରସାଦ ନନ୍ଦ, ଜୁନାଗଡ ସରପଞ୍ଚ ସଂଘ ସଭାପତି ଅଜୟ କୁମାର ବେହେରା, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ମହେଶ କୁମାର ସାହୁ, ଜୁନାଗଡ ବ୍ଲକ ସଭାପତି ପ୍ରମୋଦ ବେହେରା, ଯୁବ ନେତା ଦିନେଶ ବଗର୍ତ୍ତୀ, ଆଇନଜୀବୀ ବିଶ୍ୱନାଥ କର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଏ ଫ୍ରେଣ୍ଡ ରୁମରୁ ମିଳିଲା ମହିଳାଙ୍କ ମୃତଦେହ! ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା,୧୫।୧୨: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରସ୍ଥିତ ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଏକ ନୂଆ ମୋଡ଼ ନେଇଛି।...

ନଳି ଖାଇଲେ ଅରୁଣ-ସଞ୍ଜୟ: କହିଲେ ଭୋକଉପାସରେ…

ଭୁବନେଶ୍ୱର,୧୫।୧୨: ଅତୀତ କଥା ମନେ ପକାଇଲେ ବରିଷ୍ଠ ବିଜେଡି ନେତା ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମା। ଅତୀତରେ କେମିତି ଲୋକଙ୍କ ପାଇଁ ଲଢ଼ୁଥିଲେ ତାହା...

ଭଲିବଲ ପ୍ରତିଯୋଗିତା: ରିଷିଡ଼ା ଚାମ୍ପିୟନ

ରିଷିଡ଼ା, ୧୫ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମରେ ରବିବାର ଦିନିକିଆ ରିଷିଡ଼ା କପ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...

ବିଦ୍ୟୁତ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ଉଠିଲା ଦାବି

ଦାରିଙ୍ଗବାଡି,୧୫।୧୨(ଅରୁଣ ସାହୁ): ଓ.ଏସ.ଇ.ବି. ବିଜୁଳି କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ସମିତି ବୈଠକ ବୈଠକ ସଂଘର ସାଧାରଣ ସମ୍ପାଦକ ଭ୍ରମରବର ରାଉତଙ୍କ ଆବାହନ କ୍ରମେ କନ୍ଧମାଳ ଜିଲା...

ମୋକିମ୍‌ଙ୍କ ପାଇଁ ବାହାରି ପଡ଼ିଲେ ନିରଞ୍ଜନ: କହିଲେ କଟକରେ କେବଳ ତାଙ୍କ ପାଇଁ…

ଭୁବନେଶ୍ୱର, ୧୫।୧୨: ମହମଦ୍‌ ମୋକିମ୍‌ଙ୍କୁ ନେଇ ମୁହଁ ଖୋଲିଲେ ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ କହିଛନ୍ତି, ମୋକିମଙ୍କର କଂଗ୍ରେସ ପ୍ରତି ଅବଦାନ ବହୁତ। ୧୯୮୦ ପରଠୁ କଟକରେ...

ଭୁବନେଶ୍ୱରରେ ହେବ ଭିସା ସେଣ୍ଟର, ଆଉ ଯିବାକୁ ପଡିବ ନାହିଁ ଦିଲ୍ଲୀ, କୋଲକତା

ଭୁବନେଶ୍ୱର,୧୫।୧୨: ଭୁବନେଶ୍ୱରରେ ହେବ ଗ୍ଲୋବାଲ ଭିସା ଆପ୍ଲିକେଶନ ସେଣ୍ଟର। ଏନେଇ ରାଜ୍ୟ ସରକାର ୩ ହଜାର ବର୍ଗ ଫୁଟର ଜାଗା ଯୋଗାଇ ଦେବେ। ବରମୁଣ୍ଡା ବସ...

ବଞ୍ଚିବାକୁ ରାହା ଖୋଜୁଛନ୍ତି ବେସାହାରା ଭଉଣୀ-ଭାଇ

ଗଞ୍ଜାମ,୧୫।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ଗଜପତି ନଗର ତିନି ନମ୍ବର ସାହିରେ ସ୍ବର୍ଗତ ଦିନେଶ୍ୱର ବେହେରାଙ୍କ ଘର l ଦିନେଶ୍ୱର ମତ୍ସ୍ୟଜୀବି ପରିବାର...

ତୀର୍ଥଯାତ୍ରାରେ ଗଲେ ୭୪ ବରିଷ୍ଠ ନାଗରିକ

ନୂଆପଡ଼ା,୧୫।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରୁ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୭୪ ଜଣ ରାମେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ଜିଲା ପର୍ଯ୍ୟଟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri