ଭାଗବତର ଭବିଷ୍ୟ ବାର୍ତ୍ତା

ବିମଳ ପ୍ରସନ୍ନ ଦାସ

ସମୟର ଆବର୍ତ୍ତନରେ ଯେଉଁ ଚାରି ଯୁଗର ଆଗମନ ଏବଂ ଆଚାର ବର୍ଣ୍ଣିତ ହୋଇଛି, ତା’ ହେଉଛି ସତ୍ୟ, ତ୍ରେତୟା, ଦ୍ୱାପର ଓ କଳି। ପ୍ରଥମ ତିନୋଟି ଯୁଗରେ ସତ୍ୟ, ଧର୍ମ, ପବିତ୍ରତା, ଦୟା, କ୍ଷମା ପ୍ରଭୃତି ସମୁନ୍ନତ ଚେତନାର ଆଦୃତି ରହିଥିବାବେଳେ କଳି ଯୁଗର ଆଗମନରେ ଏ ସବୁ ନଷ୍ଟ ଭ୍ରଷ୍ଟ ହୋଇଯିବ। ହଜାର ହଜାର ବର୍ଷ ପୂର୍ବେ ଆମର ମୁନି ଋଷିମାନେ ଏହାର ପୂର୍ବାନୁମାନ କରିନେଇ ପୁରାଣରେ ତାକୁ ଲିପିବଦ୍ଧ କରିଥିଲେ। ପଞ୍ଚସଖା ଯୁଗର ମହାପୁରୁଷ ଯଶୋବନ୍ତ ଏ ତଥ୍ୟ, ତାଙ୍କ ରଚିତ ‘ଭାଗବତ ଭଜନ ମାଳା’ରେ ଉଲ୍ଲେଖ କରିଛନ୍ତି, ତା ହେଉଛି – ”ଦ୍ୱାଦଶ ସ୍କନ୍ଧରେ ଆଗତ ଭବିଷ୍ୟ ପରୀକ୍ଷିତ ଆଗେ ଶୁକ କହିଲା – କହେ ଯଶୋବନ୍ତ ସେ ପାଦେ ଶରଣ ଅକାରଣେ ମୋର ଜନମ ଗଲା।“
ଶାପଗ୍ରସ୍ତ ମହାରାଜ ପରୀକ୍ଷିତ ପବିତ୍ର ଗଙ୍ଗାକୂଳରେ ମହାମୁନି ଶୁକଙ୍କ ଶରଣାପନ୍ନ ହୋଇ ମୁକ୍ତିର ଉପାୟ ଜିଜ୍ଞାସା କରିଛନ୍ତି। କାରଣ ସାତଦିନ ମଧ୍ୟରେ ସର୍ପ ଦଂଶନରେ ତାଙ୍କର ମୃତ୍ୟୁ ଅନିବାର୍ଯ୍ୟ। ତେଣୁ ଶୁକ ମୁନିଙ୍କୁ ଯେଉଁ ତିନୋଟ ପ୍ରଶ୍ନ ପଚାରିଲେ, ତାହା ହେଉଛି : (୧) କହି ଜୀବନ ଯିବା ବେଳେ – କିବା ସାଧିବି ମହୀତଳେ, (୨) କିବା ଶୁଣିବି କର୍ଣ୍ଣପଥେ – ସ୍ମରଣ କି କରିବି ଚିତ୍ତେ, (୩) କିବା କରିବି ଉଚ୍ଚାରଣ – ଭଜିବି କାହାର ଚରଣ, ଏ ତିନୋଟ ପ୍ରଶ୍ନର ଉତ୍ତର ମହାମୁନି ଶୁକ ଭାଦ୍ରବ ନବମୀଠାରୁ ପୂର୍ଣ୍ଣମୀ ମଧ୍ୟରେ (ଇନ୍ଦୁ ପୂର୍ଣ୍ଣମୀ – ଭାଗବତ ଜନ୍ମ) ମହାରାଜ ପରୀକ୍ଷିତଙ୍କୁ ଯେଉଁ ଆମତ୍ଜ୍ଞାନ ଶୁଣାଇଥିଲେ ତାହା ହିଁ ଶ୍ରୀମଦ ଭାଗବତ ମହାପୁରାଣ। ”ପରମ ଶାସ୍ତ୍ର ଭାଗବତ- ଅଭ୍ୟାସ କରୁଥିବ ନିତ୍ୟ“
ମହାମୁନି ଶୁକଦେବ କହିଥିଲେ, ଯେବେ ଘୋର କଳିଯୁଗ ଘନେଇ ଆସିବ, ସେ ସମୟରେ ସତ୍ୟ, ଧର୍ମ, ପବିତ୍ରତା, ଦୟା, କ୍ଷମା, ଆୟୁ, ଶକ୍ତି ଇତ୍ୟାଦି ସବୁ ନଷ୍ଟ ଭ୍ରଷ୍ଟ ହୋଇଯିବ। ସତ୍ୟବାଦୀ ଅଧ୍ୟାମତ୍ବାଦୀ ଧର୍ମ ପରାୟଣ ବ୍ୟକ୍ତିଗଣ ଅନାଦର ଓ ଅବହେଳାର କବଳିତ ହୋଇ ଅନାହାରରେ ମୃତ୍ୟୁବରଣ କରିବେ। ସେମାନେ ସକଳ ଦୁଃଖ, କଷ୍ଟ ଓ ଯାତନା ଭୋଗ କରିବେ। ମହାମୁନି ଶୁକ ମହାରାଜ ପରୀକ୍ଷିତଙ୍କୁ ଆଗତ ଭବିଷ୍ୟତର ସ୍ପଷ୍ଟ ସୂଚନା ଦେଇ କହିଲେ- ”ଯେଉଁ ଜନର ଧନ ଥିବ- ସଂସାରେ ବଡ଼ ସେ ହୋଇବ। ସର୍ବଗୁଣ ଯେ ତାଙ୍କର ପୁଣ – ଧନ ନ୍ୟାୟ ଯେ ବିଚାରଣ। ବଳବନ୍ତ ଯେ ହୋଇବ ସେହି – ତା’ ବିନା କେହି କିଛି ନୋହି। ଯେ ଜନ ନିର୍ଧନ ହୋଇବ – ତାକୁ ସହାୟ କେ ନୋହିବ। ନ୍ୟାୟରେ ସେ ଲୋକ ହାରିବ – ସଭାରେ ନିନ୍ଦିତ ହୋଇବ।“
ଯାହା ପାଖରେ କେବଳ ଧନ ଥିବ ସେ କୁଳୀନ, ସଦାଚାରୀ, ସଦ୍‌ଗୁଣ ସଂପନ୍ନ ଭାବରେ ପ୍ରଖ୍ୟାତ ହେବ। ଯିଏ ବଳବନ୍ତ ତା’ ହାତରେ ଧର୍ମ ଓ ନ୍ୟାୟ ରହିବ। ବିବାହ ଆଦି ଶୁଭକାର୍ଯ୍ୟ ବିବେକାନୁମୋଦିତ ହେବନାହିଁ। ଯୁବତୀ ଯୁବକଙ୍କ ରୁଚି ଉପରେ ବିବାହ ଇତ୍ୟାଦି ଶୁଭକାର୍ଯ୍ୟ ସଂପାଦିତ ହେବ। ଛନ୍ଦ କପଟ କହିପାରୁଥିବା ବ୍ୟକ୍ତି ସବୁରି ଦୃଷ୍ଟିରେ ପାରଙ୍ଗମ ରୂପେ ବିବେଚିତ ହେବେ। ଶାଳୀନତା, ସଂଯମ ପରିବର୍ତ୍ତେ କେବଳ ସମ୍ଭୋଗ ହିଁ ଶ୍ରେଷ୍ଠତା ଲାଭ କରିବ। ଅବଶ୍ୟ ଯଜ୍ଞ ପର୍ବତ ଧାରୀ ବ୍ୟକ୍ତିଙ୍କୁ ବ୍ରାହ୍ମଣ କୁହାଯିବ, କିନ୍ତୁ ଏମାନଙ୍କର ପ୍ରକୃତ ବ୍ରାହ୍ମଣର ଗୁଣ ନ ଥିବ। ଯଥା ”ବ୍ରହ୍ମା ଜାନାତି ଇତି – ବ୍ରାହ୍ମଣ୍ୟ – ଏ ସଂଜ୍ଞା ଅବାନ୍ତର ହୋଇଯିବ। କଠଉ, କମଣ୍ଡଳୁ, ଦଣ୍ଡ ଓ ଗୈରିକ ବସ୍ତ୍ର ପରିହିତ ବ୍ୟକ୍ତି କାମକୁ ମାତ୍ର ବ୍ରହ୍ମଚାରୀ ଓ ସନ୍ନ୍ୟାସୀ ଓ ଶେଷରେ ଭଣ୍ଡ ଭାବରେ ଦଣ୍ଡ ଭୋଗିବେ। ଏସବୁ ପୂର୍ବାନୁମାନର ନଗ୍ନ ବାସ୍ତବ ରୂପ ବର୍ତ୍ତମାନ ନିତ୍ୟ ନୈମିତିକ ଘଟଣା ଯାହା ଗଣମାଧ୍ୟମ ପ୍ରତିଦିନ ପରିବେଷଣ କରୁଛନ୍ତି। ଏସବୁର ତାଲିକା ଏତେ ଦୀର୍ଘ ଯେ ଗୋଟିଏ ପ୍ରବନ୍ଧର କ୍ଷୁଦ୍ର କଳେବର ମଧ୍ୟରେ ତାକୁ ଉଲ୍ଲେଖ କରିବା ଅସମ୍ଭବ। ଏମାନେ ଯୁଗ ଯୁଗର ସଂସ୍କୃତି ଓ ଧ୍ୱଂସ କରିବେ ଓ କରୁଛନ୍ତି। ପବିତ୍ର ନ୍ୟାୟାଳୟରେ ଲାଞ୍ଚ ଓ ମିଛର ପ୍ରାବଲ୍ୟ। କେବଳ ଧନ ବ୍ୟୟ କରି ବ୍ୟକ୍ତି ବିଜୟୀ ହେବେ। ଆଜି ତାହା ହିଁ ନିଷ୍ଠୁର ବାସ୍ତବତା। ଅଧ୍ୟାମତ୍ବାଦୀ କବି ଗଙ୍ଗାଧର ମଧ୍ୟ ଲେଖିଛନ୍ତି। ଧନେଶ୍ରିତ ହୋଇଥାଏ। ଯାହାର ବିଚାର – ତାକୁ ଲୋକେ ବୋଲୁଥାନ୍ତି ଧର୍ମାବତାର। ଅର୍ଥାତ୍‌ ନ୍ୟାୟ ବ୍ୟବସ୍ଥା ନ୍ୟାୟୋଚିତ ହେବନାହିଁ। କଥା କହିପାରୁଥିବା ଲୋକ ପଣ୍ଡିତ ବୋଲାଇବେ। ଅହଂକାରୀ, ଗର୍ବୀ ଲୋକଙ୍କୁ ସମାଜ ସାଧୁର ମାନ୍ୟତା ଦେବ। ଗଙ୍ଗା, ଗୋମତୀ, ଯମୁନା, ପିତା, ମାତା ଓ ଗୁରୁଜନମାନଙ୍କ ପ୍ରତି ସମ୍ମାନ ରହିବ ନାହିଁ। ବଡ଼ ପାଟିଆ ହିଁ ସତ୍ୟବାଦୀ ହେବେ। ଯଶ, ମାନ, ପ୍ରତିପତ୍ତି ଓ ପ୍ରତିଷ୍ଠା ଲୋଭରେ ମଣିଷ ସତ୍ୟ ଓ ଧର୍ମକୁ ରଳୁ କରିଦବ। ତେଣୁ ଶୁକ ମୁନି କହିଛନ୍ତି। ”ଏ ବଡ଼ ଲୋକଙ୍କର ମତ – ଅଳପ ଜନେ ବିପରୀତ ଯେଣୁ ଏ ତେଜେ ବଳବନ୍ତ। – ଏହାଙ୍କ କର୍ମ ବିପରୀତ।“
ମୋ :୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri