ଭାଇରାଲ ଭିଡିଓରେ ଆର୍‌ଟିଓ

ନବରଙ୍ଗପୁର,୨୨।୨(ବି.ପ୍ର.): ୫-ଟି ଅଧୀନରେ ରାଜ୍ୟର ସବୁ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଦଲାଲ ଓ ଦୁର୍ନୀତିମୁକ୍ତ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ସେହି ସମାନ ସମୟରେ ନବରଙ୍ଗପୁର ଜିଲାର ଆଞ୍ଚଳିକ ପରିବହନ ଅଧିକାରୀ ଦୁର୍ନୀତି କରୁଥିବା ଅଭିଯୋଗ ଉଠିଛି। ଜଣେ ଯୁବକ ଉପରୋକ୍ତ ବିଭାଗରେ ନିଯୁକ୍ତି ପାଇଁ ତାଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ଦେଇଥିବା ଓ ଏହି କଥା ଆର୍‌ଟିଓ ସ୍ବୀକାର କରୁଥିବା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ସେହିପରି ଅନ୍ୟ ଏକ ଘଟଣାରେ ଜଣଙ୍କଠାରୁ ସେ ଟଙ୍କା ନେବା ବେଳର ଦୃଶ୍ୟ ମଧ୍ୟ ସିସିଟିଭି ଫୁଟେଜରୁ ଆସିଥିବା ଏକ ଫଟୋରୁ ଜଣାପଡ଼ିଛି।
ଭାଇରାଲ ହୋଇଥିବା ଭିଡିଓରେ ଜଣେ ଯୁବକ ନବରଙ୍ଗପୁର ଆର୍‌ଟିଓଙ୍କୁ କହୁଥିବା ଦେଖିବାକୁ ମିଳିଛି ଯେ ସେ ପରିବହନ ବିଭାଗରେ ନିଯୁକ୍ତି ପାଇଁ ଆର୍‌ଟିଓଙ୍କ ଘରକୁ ଯାଇ ୩୦ ହଜାର ଟଙ୍କା ଦେଇଥିଲେ। କିନ୍ତୁ ନିଯୁକ୍ତି ପରେ ତାଙ୍କୁ ଦରମା ମିଳୁନାହିଁ। ଟଙ୍କା ନେବା ବିଷୟକୁ ପରିବହନ ଅଧିକାରୀ ପ୍ରଥମେ ଅସ୍ବୀକାର କରି କାହାକୁ ଟଙ୍କା ଦେଇଥିଲ ବୋଲି ଯୁକ୍ତି କରିଥିଲେ। ଯୁବକ ଜଣକ ବର୍ଷା ଯୋଗୁ ଆର୍‌ଟିଓଙ୍କ ଘରେ ନେଇ ଟଙ୍କା ଦେଇଥିବା ଉତ୍ତର ଦେଉଛନ୍ତି। ତାଙ୍କ ମା’ ଓ ଭଉଣୀ ଟଙ୍କା ଦେବା କଥା ଜାଣିଛନ୍ତି ଓ ସେମାନେ ସାଥିରେ ଆସିଛନ୍ତି ବୋଲି ଯୁବକ ଜଣକ ଭିଡିଓରେ କହୁଥିବା ଦେଖିବାକୁ ମିଳିଛି। ଆର୍‌ଟିଓଙ୍କ କହିବା ପ୍ରକାରେ ସେ ବରିଷ୍ଠ କିରାଣିଙ୍କୁ ମଧ୍ୟ ୧୫ ହଜାର ଟଙ୍କା ଦେଇଥିବା କହିଛନ୍ତି। ଏହା ପରେ ପରିବହନ ଅଧିକାରୀ ୩୦ ହଜାର ଟଙ୍କା ନେଇଥିବା ସ୍ବୀକାର କରିବା ସହ ବାହାରକୁ ଯାଇ ଅନ୍ୟ କାହା ମାଧ୍ୟମରେ ଘଟଣାର ସମାଧାନ କରିବାକୁ ସେ କହୁଥିବା ଭିଡିଓରୁ ଜଣାପଡ଼ିଛି। ଭିଡିଓ ଭାଇରାଲ ହେବା ପରେ ପରିବହନ ଅଧିକାରୀ କିଛି ଟଙ୍କା ଫେରାଇଥିବା ଓ ବଳକା ଟଙ୍କା ପରେ ଫେରାଇବେ ବୋଲି କହିଥିବା ଯୁବକ ଜଣକ ‘ଧରିତ୍ରୀ’ ପ୍ରତିନିଧିଙ୍କୁ କହିଛନ୍ତି। ଟଙ୍କା ଫେରାଇବା ପରେ ପରିବହନ ଅଧିକାରୀ ପଠାଇଥିବା ଦୁଇ ବ୍ୟକ୍ତି ଓ ଅଭିଯୋଗକାରୀ ଯୁବକ ସ୍ଥାନୀୟ ସରପଞ୍ଚଙ୍କ ନିକଟକୁ ଯାଇ ଆଲୋଚନା କରିଛନ୍ତି। ଏ ବିଷୟରେ ସରପଞ୍ଚ କହିଛନ୍ତି, ବକେୟା ଟଙ୍କା ଫେରାଇବା ବିଷୟରେ ମୋ ଉପସ୍ଥିତିରେ ଆଲୋଚନା ପାଇଁ ଆସିଥିଲେ। ଆପୋଷ ବୁଝାମଣାପତ୍ର ମଧ୍ୟ ଲେଖା ହୋଇଥିଲା। ମାତ୍ର କେତେ ଟଙ୍କା ଫେରାଇଥିଲେ ଓ କେତେ ଟଙ୍କା ବକେୟା ରହିଛି ସେ ବିଷୟରେ କୌଣସି ଉଲ୍ଲେଖ ନାହିଁ। ଭିଡିଓ ଭାଇରାଲ୍‌ ପରେ ପରିବହନ ଅଧିକାରୀ ଅନ୍ୟ ଜଣେ ବ୍ୟକ୍ତିଙ୍କଠାରୁ ଟଙ୍କା ନେଉଥିବା ସମୟର ଏକ ଫଟୋ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ସିସିଟିଭି ଫୁଟେଜ୍‌ରୁ ଏହି ଫଟୋ ବାହାର କରାଯାଇଥିବା ବେଳେ ତାହାର ସମୟ ସ୍ପଷ୍ଟ ହୋଇନାହିଁ। ଏହି ଭିଡିଓ ଓ ଫଟୋର ସତ୍ୟତା ଜାଣିବା ପାଇଁ ପରିବହନ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ମେସେଜ୍‌ ମାଧ୍ୟମରେ ତାଙ୍କଠାରୁ ଉତ୍ତର ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri