ଭସାଣି ପାଇଁ କମ୍ପୁଛି ବୀରମହାରାଜପୁର

ଅମରପାଲି, ୯।୧୦(ଡି.ଏନ.ଏ.): ସୁବର୍ଣ୍ଣପୁର ବ୍ଲକ ବୀରମହାରାଜପୁର ଅଞ୍ଚଳରେ ହେଉଥିବା ଦଶହରା ପୂଜା ଉଦ୍‌ଯାପିତ ହୋଇଛି। ସଦର ବୀରମହାରାଜପୁରରେ ତିନୋଟି ସ୍ଥାନରେ ପୂଜା ହୋଇଥିଲା। ସ୍ଥାନୀୟ ତ୍ରିବେଣୀ ଛକ, ବସଷ୍ଟାଣ୍ଡ ଓ ଉଫୁଲାଠାରେ ହୋଇଥିବା ମେଢ଼, ତୋରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ମନଭରି ଉପଭୋଗ କରିଥିଲେ। ତ୍ରିବେଣୀ ଛକରେ ହୋଇଥିବା ଦୁର୍ଗାପୂଜା ଚଳିତ ବର୍ଷ ୨୩ ବର୍ଷ ପାଳନ କରିଥିଲା। ସୁଉଚ୍ଚ ତୋରଣ, ଆକର୍ଷଣୀୟ ମେଢ଼ ଓ ରଙ୍ଗୀନ ଆଲୋକ ସାଜସଜ୍ଜାରେ ଦର୍ଶକଙ୍କୁ ଆକୃଷ୍ଟ କରୁଥିଲା। ମଙ୍ଗଳବାର ସନ୍ଧ୍ୟାରେ ଏଠାରେ ଅନୁଷ୍ଠିତ ହୋଇଥିଲା ରାବଣପୋଡି ଉତ୍ସବ । ଏଥିପାଇଁ ବାଳକ ହାଇସ୍କୁଲ ସମ୍ମୁଖରେ ରାବଣ ଦରବାର କରାଯାଇଥିଲା। ଏକ ଶୋଭାଯାତ୍ରାରେ ରାବଣ ଆସି ଦରବାରରେ ମୁକ୍ତମଞ୍ଚ ନାଟକ ପରିବେଷଣ କରିଥିଲେ। ଅନ୍ୟ ଏକ ଶୋଭାଯାତ୍ରାରେ ରାମ, ଲକ୍ଷ୍ମଣ ମଧ୍ୟ ବସ୍ତି ପରିକ୍ରମା କରିଥିଲେ। ଏଠାରେ ଅନୁଷ୍ଠିତ ରାବଣ ପୋଡି କାର୍ଯ୍ୟକ୍ରମରେ ଏଡିଏମ ଶରତ ଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଏବଂ ଉପଖଣ୍ଡୀୟ ପୋଲିସ ଅଧିକାରୀ ଧିରୋଜ ଚୌପଦାର ଓ ତହସିଲଦାର ଖଦାନ ପାତ୍ର ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ରାବଣ ପୋଡିରେ ଅଗ୍ନି ସଂଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁ ସଭାକାର୍ଯ୍ୟ ସଂଯୋଜନା କରିଥିଲେ। ସେହିପରି ବସ୍‌ଷ୍ଟାଣ୍ଡ ପୂଜା କମିଟି ପକ୍ଷରୁ ନିର୍ମିତ ଚନ୍ଦ୍ରଯାନ-୨ ସଦୃଶ ତୋରଣ ଅନ୍ୟତମ ଆକର୍ଷଣ ଥିଲା। ବଭିନ୍ନ ରଜନୀରେ ଭଜନ ସମାରୋହ, ସଂକୀର୍ତ୍ତନ ବୈଠକ ଆଦି ପରିବେଷଣ କରାଯାଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ଚମ୍ପାମାଳର ଚମ୍ପେଶ୍ୱର ରଘୁନାଥ ନାଟ୍ୟ ସଂସଦ ଆନୁକୂଲ୍ୟରେ ରାବଣ ବଧ ପରିବେଷଣ କରାଯାଇଥିଲା। ଉଫୁଲା ଦୁର୍ଗାପୂଜାରେ ଦଣ୍ଡନୃତ୍ୟ, ପାରାୟଣ ଆଦି କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ବୁଧବାର ମଧ୍ୟାହ୍ନରେ ତ୍ରିବେଣୀ ଛକର ଭସାଣୀ ହୋଇଥିବା ବେଳେ ସନ୍ଧ୍ୟାରେ ଉଫୁଲା ଦୁର୍ଗା ପୂଜାର ଭସାଣୀ କରାଯାଇଥିଲା। ଭସାଣୀ ଶୋଭାଯାତ୍ରାରେ ଘଣ୍ଟପାର୍ଟି, ହୁଳହୁଳି, ବାଡିଖେଳ, ରେକର୍ଡ ଡ୍ୟାନ୍ସ ଆଦି ପରିବେଷିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri