ଭରତପୁର କୋଇଲା ଖଣି ଦୁର୍ଘଟଣା:  ମୃତକଙ୍କ ପରିବାରକୁ ମିଳିବ ୩୦ ଲକ୍ଷ

ଅନୁଗୋଳ ଅଫିସ, ୭।୮: ଭରତପୁର କୋଇଲା ଖଣି ଦୁର୍ଘଟଣାରେ ୪ ମୃତ ଶ୍ରମିକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ସହ ଜଣେ ସଦସ୍ୟଙ୍କୁ ଚାକିରି ଦିଆଯିବ। ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ତ୍ରିପାକ୍ଷିକ ବୈଠକରେ ଏପରି ପ୍ରତିଶ୍ରୁତି ଦିଆଯିବା ପରେ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ତାଳଚେରରେ ଚାଲିଥିବା ଖଣି ବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଉକ୍ତ ବୈଠକ ପରେ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ମୃତକଙ୍କ ପରିବାର ଲୋକଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏ ଚେକ୍‌ ମାଧ୍ୟମରେ ପ୍ରଦାନ କରିଛନ୍ତି।
ଦୁର୍ଘଟଣା ପରେ ଖଣି ବନ୍ଦ ଆନ୍ଦୋଳନ ୧୪ ଦିନରେ ପହଞ୍ଚି ଥିବାବେଳେ ମଙ୍ଗଳବାର ପୂର୍ବାହ୍ନରେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ଓ ଗ୍ରାମବାସୀଙ୍କୁ ନେଇ ଏହି ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଓ ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ଯୋଗଦେଇଥିଲେ। ବୈଠକରେ କ୍ଷତିପୂରଣ ନେଇ ନିଷ୍ପତ୍ତି ହେବା ପରେ ୪ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଲେଖାଏ ଚେକ୍‌ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଆସନ୍ତା ୧୦ ତାରିଖ ମଧ୍ୟରେ ଅବଶିଷ୍ଟ ୧୦ ଲକ୍ଷ ଲେଖାଏ ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। ସେହିପରି ମୃତକଙ୍କ ପରିବାରରୁ ଜଣେ ସଦସ୍ୟଙ୍କୁ ଏଚ୍‌ପିସି କମ୍ପାନୀରେ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯିବ। ଉକ୍ତ ଚାକିରିକୁ ସ୍ଥାୟୀ କରିବା ପାଇଁ ୧ ମାସ ମଧ୍ୟରେ ଏମ୍‌ସିଏଲ୍‌ ବୋର୍ଡରେ ପ୍ରସ୍ତାବ ରଖାଯିବ। ଏପରି କି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଜିଲାପାଳଙ୍କ ଦ୍ୱାରା ଅନୁରୋଧପତ୍ର ମଧ୍ୟ ପଠାଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା। ଏହାଛଡ଼ା ଆଗାମୀ ଦିନରେ ଏପରି ଦୁର୍ଘଟଣା ଯେପରି ନ ଘଟେ ସେଥିପାଇଁ ଡିଜିଏମ୍‌ଏସ୍‌ଙ୍କ ଦ୍ୱାରା ସୁରକ୍ଷା ଯାଞ୍ଚକୁ କଡ଼ାକଡ଼ି କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ଧାନ ଟଙ୍କା ନ ଦେବାରୁ ଗାଡ଼ି ଅଟକାଇଲେ ଚାଷୀ

ଆନନ୍ଦପୁର,୩ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ବଳଦୁଆଁ ଗ୍ରାମର ଚାଷୀଙ୍କଠାରୁ ଧାନ ନେଇ ପଳାଇଯାଇଥିଲା। ୩ ମାସ ପରେ ଗାଡ଼ିକୁ ପାଇ ଅଟକାଇଛନ୍ତ ଚାଷୀ।…

ମହିଳାଙ୍କୁ ହତ୍ୟା କରି କପା କିଆରିରେ ମୃତଦେହ ପୋତିବାକୁ ଉଦ୍ୟମ, ଘଟଣାସ୍ଥଳରେ ପୋଲିସ ପହଞ୍ଚି…

ବଲାଙ୍ଗୀର,୩ା୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଚିତ୍ରାମୁଣ୍ଡା ଗାଁର ଏକ କପା କିଆରିରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡ଼ିଛି ଜଣେ ବିବାହିତା ୩…

ମମତାଙ୍କ ଉପରେ ଶନି-ମଙ୍ଗଳ ଭାରୀ; କେତୁ ନେବେ ନିର୍ଣ୍ଣାୟକ ଭୂମିକା! ଜିତିବେ ନା ହାରିବେ ଦିଦି? ଜାଣନ୍ତୁ କ’ଣ କହୁଛି ଭବିଷ୍ୟବାଣୀ

କୋଲକାତା,୩।୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ସୋମବାର, ୪ ମଇରେ ଘୋଷଣା ହେବାକୁ ଯାଉଛି। ଏଥର ନିର୍ବାଚନ ଫଳାଫଳ ମମତା ବାନାର୍ଜୀ ଏବଂ ତାଙ୍କ ଦଳ,…

ବରଗଡ଼ ଜିଲା ମାଟ୍ରିକ୍‌ ଫଳ: କମିଛି ପାସ୍‌ ହାର, ବଢ଼ିଛି A-1 ଗ୍ରେଡ୍‌

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ): ଗତବର୍ଷ ଏବଂ ଚଳିତବର୍ଷ ମାଟ୍ରିକ ପରୀକ୍ଷାଫଳକୁ ତୁଳନା କଲେ ସମାନ ଦିନରେ ପରୀକ୍ଷାଫଳ ପ୍ରକାଶ ପାଇଛି। କିନ୍ତୁ ଏଥର ପରୀକ୍ଷାଫଳ ଗତବର୍ଷ ପରୀକ୍ଷା ଫଳ…

ଦିଲ୍ଲୀର ବିବେକ ବିହାରରେ ୪ ମହଲା କୋଠାରେ ଅଗ୍ନିକାଣ୍ଡ, ୯ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ,୩।୫: ଶନିବାର ରାତିରେ ଦିଲ୍ଲୀର ଶାହଦରାର ବିବେକ ବିହାର ଅଞ୍ଚଳରେ ଏକ ଚାରି ମହଲା ବିଶିଷ୍ଟ ଆବାସିକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡ ଯୋଗୁ ପୋଡ଼ିଯିବା…

ଇରାନର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ଆମେରିକା, କଡ଼ା ଜବାବ ରଖିଲା ତେହରାନ

ତେହରାନ,୩।୫: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ଏବଂ ଉତ୍ତେଜନା ଜାରି ରହିଛି। ଏହା ମଧ୍ୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ଅଲି ବାଘେରି କାନି ଶନିବାର…

ବିନା ଟ୍ୟୁସନରେ ମାଟ୍ରିକ୍‌ ଟପ୍ପର, ବଡ଼ ହେଲେ ଡାକ୍ତର ହେବେ କହିଲେ ଦୀପଶିଖା

ବରଗଡ଼,୩ା୫(ପ୍ରେମାନନ୍ଦ ଖମାରୀ): ବିଦ୍ୟାଳୟରେ ପାଠପଢ଼ା ବ୍ୟତୀତ ଘରେ ଦୈନିକ ୬ରୁ ୭ଘଣ୍ଟା ପଢ଼ୁଥିଲି। ଟ୍ୟୁସର ପଢ଼ୁ ନ ଥିଲି। ପଦ୍ମପୁରସ୍ଥିତ ନାନା ମମତା(ବାପାଙ୍କ ଭଉଣୀ) ଘରେ ରହୁଛନ୍ତି…

‘ଭାଜପା ୫୦୦-୭୦୦ ଭୋଟରେ ଆଗେଇଲେ ପୁଣିଥରେ ହେବ ଗଣତି!’, TMC କର୍ମୀଙ୍କୁ ବଡ଼ ବାର୍ତ୍ତା ଦେଲେ ମମତା

କୋଲକାତା,୩।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଶନିବାର ଦଳର କାଉଣ୍ଟିଂ ଏଜେଣ୍ଟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁ ବୁଥ୍ରେ ବିଜେପି ୫୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri