ଭବିଷ୍ୟତ ଚିନ୍ତାରେ ୫,୨୨୭ ଛାତ୍ରୀଛାତ୍ର

ଢେଙ୍କାନାଳ ଅଫିସ, ୨୭।୫ – ଅନୁସୂଚିତ ଜାତି ଏବଂ ଜନଜାତି ବର୍ଗର ପିଲାମାନଙ୍କୁ ଶିକ୍ଷାରେ ସକ୍ଷମ କରାଇବାକୁ କାର୍ଯ୍ୟକାରୀ ହେଉଛି ଅନେକ ଯୋଜନା। ସେମାନଙ୍କ ହାତରେ ଖଡ଼ି ଧରାଇବାକୁ ଖର୍ଚ୍ଚ କରାଯାଉଛି କୋଟି କୋଟି ଟଙ୍କା। ହେଲେ ଠିକ୍‌ ସମୟରେ ଅବ୍ୟବସ୍ଥିତ ଯୋଜନା କୋମଳମତି ପିଲାଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଉଛି। କରୋନା ସଙ୍କଟରେ ଏହାର ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲାରେ। ଲକ୍‌ଡାଉନ୍‌ ସମୟରେ ମଙ୍ଗଳ ବିଭାଗ ପକ୍ଷରୁ ୫,୨୨୭ ଏସ୍‌ସିଏସ୍‌ଟି ଛାତ୍ରୀଛାତ୍ରଙ୍କୁ ପାଠପଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି। ହେଲେ ବହୁ ବିଳମ୍ବରେ ଏବଂ ଯୋଜନାହୀନ ଭାବେ ନିଆଯାଇଥିବା ଏପରି ପଦକ୍ଷେପ ଆରମ୍ଭରୁ ହିଁ ବାଟ ହୁଡ଼ିବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ ଏବଂ ଅଭିଭାବକ।
ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲା ମଙ୍ଗଳ ବିଭାଗ ଅଧୀନରେ ୩୮ଟି ଅନୁସୂଚିତ ଜାତି ଏବଂ ଜନଜାତି ବିଦ୍ୟାଳୟ ରହିଛି। ଏଠାରେ ୩୨୭ ଗ୍ରାମର ୫,୨୨୭ଜଣ ପିଲା ପାଠ ପଢୁଛନ୍ତି। ଅଧିକାଂଶ ସ୍କୁଲରେ ଛାତ୍ରାବାସ ସୁବିଧା ରହିଛି। କରୋନା ସଂକ୍ରମଣ ବଢ଼ିବା ପରେ ଦୁଇମାସ ହେଲା ସ୍କୁଲ ବନ୍ଦ ରହିଛି। ପିଲାମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି। ହଷ୍ଟେଲ ଏବଂ ସ୍କୁଲରେ କରୋନା ମୁକାବିଲାରେ ନିୟୋଜିତ ସ୍ବାସ୍ଥ୍ୟକର୍ମୀଙ୍କୁ ରଖାଯାଇଛି। ଜିଲାରେ କରୋନା ମାମଲା ବଢୁଥିବାବେଳେ କେତେଦିନ ଯାଏ ସ୍କୁଲ ବନ୍ଦ ରହିବ ତାହା ମଧ୍ୟ କହିହେଉନାହିଁ। ଅପରପକ୍ଷେ ଇଂଲିଶ ମିଡିୟମ ଏବଂ ଅନ୍ୟ ସରକାରୀ ବିଦ୍ୟାଳୟରେ ଶିକ୍ଷାଭିତ୍ତିକ ଆପ୍‌ ମାଧ୍ୟମରେ ପାଠପଢ଼ା ଚାଲିଛି। ହେଲେ ଅନୁସୂଚିତ ଜାତି ଓ ଜନଜାତି ସ୍କୁଲରେ ପଢୁଥିବା ଆର୍ଥିକ ଅନଗ୍ରସର ବର୍ଗର ପିଲାଙ୍କ ପାଖରେ ଆଣ୍ଡ୍ରଏଡ୍‌ ମୋବାଇଲ ନ ଥିବାରୁ ସେମାନେ ଏଥିରୁ ବଞ୍ଚତ୍ତ ହେଉଛନ୍ତି। ସରକାରୀ ସ୍କୁଲରେ ପ୍ରଥମରୁ ୯ମ ଶ୍ରେଣୀ ଯାଏ ସମସ୍ତ ଛାତ୍ରୀଛାତ୍ରଙ୍କୁ ପାସ୍‌ ବୋଲି ଘୋଷଣା କରାଯାଇଛି। ହେଲେ ତଦନୁଯାୟୀ ମଙ୍ଗଳ ବିଭାଗ ସ୍କୁଲରେ ଆଗୁଆ ଯୋଜନା ପ୍ରସ୍ତୁତ ହୋଇ ନ ଥିବାରୁ ପିଲାଙ୍କ ଭବିଷ୍ୟତକୁ ଚିନ୍ତା ପ୍ରକଟ କରିଛନ୍ତି ଅଭିଭାବକ। ସମ୍ପୃକ୍ତ ଛାତ୍ରୀଛାତ୍ରଙ୍କ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରି ଶିକ୍ଷାଦାନ କରିବାକୁ ସେମାନେ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ଜିଲା ମଙ୍ଗଳ ଅଧିକାରୀ ମାନସ ରଞ୍ଜନ ମିଶ୍ର କୁହନ୍ତି, ସ୍କୁଲ ଖୋଲିବା ନେଇ ଏବେ ସୁଦ୍ଧା କୌଣସି ନିଷ୍ପତ୍ତି ହୋଇନାହିଁ। ପିଲାମାନଙ୍କୁ ଶିକ୍ଷାଦାନରେ ସହାୟତା କରିବାକୁ ବିଭାଗର ୧୫୪ ଶିକ୍ଷୟିତ୍ରୀଶିକ୍ଷକଙ୍କୁ ନିୟୋଜିତ କରାଯିବାକୁ ଯୋଜନା କରାଯାଇଛି। ସେମାନେ ବିଭିନ୍ନ ଗ୍ରାମକୁ ଯାଇ କମ୍ୟୁନିଟି ସେଣ୍ଟର କିମ୍ବା ନିର୍ବିବାଦୀୟ ସ୍ଥାନରେ ପିଲାଙ୍କୁ ଏକାଠି କରି ମେଣ୍ଟର ଭାବେ ଶିକ୍ଷାଦାନ କରିବେ। ଆପ୍‌ ମାଧ୍ୟମରେ କିପରି ପାଠ ପଢ଼ିବାକୁ ହେବ ସେ ନେଇ ବୁଝାଇବେ। ପିଲାଙ୍କୁ ବିଧିବଦ୍ଧ ଭାବେ ନୋଟ୍‌ ଦିଆଯିବ। ବାତ୍ୟା ‘ଅମ୍ଫନ୍‌’ ପୂର୍ବରୁ ଏହା ହେବାର ଥିଲା। ହେଲେ ବାତ୍ୟା ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ଏବେ ହଷ୍ଟେଲ, ବିଦ୍ୟାଳୟରେ କରୋନା ଯୋଦ୍ଧା ରହୁଥିବାରୁ ସ୍କୁଲ ଖୋଲିବା ପରେ ସେଗୁଡ଼ିକୁ ଭଲ ଭାବେ ସାନିଟାଇଜ୍‌ କରାଯିବ। ଏହାପରେ ପିଲାଙ୍କୁ ଆଣି ବ୍ୟବସ୍ଥିତ ଭାବେ ପାଠପଢ଼ା ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଧୀନତାର ଦୀର୍ଘବର୍ଷ ପରେ ବି ଏହି ୭ ଗାଁକୁ ହୋଇନି ବିଦ୍ୟୁତ୍‌ ସଂଯୋଗ, ଦାବିପତ୍ର ଦେଇ…

ବଞ୍ଚୋ,୨୫ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅନ୍ତର୍ଗତ ଶାମୁକା ନେଣ୍ଡି ପଞ୍ଚାୟତର ଉପରନଟିଆ, ଖଣ୍ଡିତଳ, ବାରଶାଡାହି, ଲକ୍ଷ୍ମଣଡାହି, ବାଇବୃରୁ, ଫନଡାହି, ପଠାଣଡାହି ଆଦି ୭ଟି…

ଘୁମୁସର ବନଖଣ୍ଡରୁ ୨୦୪ ଖଣ୍ଡ କାଠ ଯିବ ପୁରୀ 

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡରୁ ଚଳିତ ବର୍ଷ ରଥ ନିର୍ମାଣପାଇଁ ପୁରୀ ରଥଯାତ୍ରାକୁ ୨୦୪ ଖଣ୍ଡ କାଠଯିବ।…

ପେନ୍‌ସନ୍‌ଭୋଗୀଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି ଭ୍ୟାଲିଡେସନ ଆକ୍ଟ, ପ୍ରତ୍ୟାହାର ଦାବି ନେଇ…

କେନ୍ଦୁଝର,୨୫ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସଂଘ ପକ୍ଷରୁ ଭାରତ ସରକାରଙ୍କ ଦ୍ୱାରା ୨୫ ମାର୍ଚ୍ଚ ୨୦୨୫ରେ ପାରିତ…

ଦିଗପହଣ୍ଡିରେ କାଳବୈଶାଖୀ: ଝଡ଼ବର୍ଷା ସାଙ୍ଗକୁ ପଡ଼ିଲା କୁଆପଥର

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ଟାରୁ ସାଢ଼େ ୨ ଯାଏ କାଳ ବୈଶାଖୀ…

ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ ଲୁଟେରା, ସୁନା ଅଳଙ୍କାର ସହ ନଗଦ ଲୁଟିନେଲେ …

ବ୍ରହ୍ମପୁର,୨୫ା୩(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ବଡ଼ବଜାର ଥାନା ଅନ୍ତର୍ଗତ ପ୍ରେମନଗର ୭ ଲାଇନରେ ରହୁଥିବା ବିଶିଷ୍ଟ ବ୍ୟବସାୟୀ ପୁ. ପ୍ରଭାକରଙ୍କ ଘରେ ଲୁଟେରାମାନେ କଳାକନା ବୁଲାଇଛନ୍ତି।…

ଦୁର୍ଘଟଣା ନେଲା ପୁଅଙ୍କ ଜୀବନ: ରାସ୍ତାରେ ଟାୟାର ଜାଳି…

ତିହିଡି଼,୨୫।୩(ସଞ୍ଜିତ ବଳ):ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡି଼ ଥାନା ଅଧୀନ କୋହ୍ଲ ବଜାରରେ ବୁଧବାର ମଧ୍ୟାହ୍ନରେ ଉତ୍ତ୍ୟକ୍ତ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି l ମଙ୍ଗଳବାର…

ଆତ୍ମସମର୍ପଣ ପରେ ଏମିତି ହୃଦୟ ବିଦାରକ କଥା କହିଲେ ଟପ୍‌ ମାଓବାଦୀ ନେତା ଶୁକ୍ରୁ, ଶୁଣିଲେ…

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ଏକଦା ମାଲକାନଗିରି ଜିଲା ମାଓବାଦୀଙ୍କ ଆଡ୍ଡା ଭାବେ ପରିଚିତ ଥିବାବେଳେ ମାଲକାନଗିରି ଜିଲା କାଲିମେଳା ଥାନା ବଡ଼ିଗେଟା ପଞ୍ଚାୟତ ଅନ୍ତର୍ଗତ କୁରୁବୁ ଗ୍ରାମର ଶୁକ୍ରୁ…

ମା’ଦଣ୍ଡକାଳୀଙ୍କ ପ୍ରସିଦ୍ଧ ୨୧ଦିନିଆ ଦଣ୍ଡଯାତ୍ରା ଆରମ୍ଭ: ଏହି ବ୍ରତ ପାଳନ କରିବା ବହୁ କଷ୍ଟ ସାଧ୍ୟ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ପୁରୁଷୋତ୍ତମପୁର,୨୫।୩(ସବିତା ମିଶ୍ର): ଆରମ୍ଭ ହୋଇଛି ଗଞ୍ଜାମ ଜିଲାର ପ୍ରସିଦ୍ଧ ଗଣପର୍ବ ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଦଣ୍ଡଯାତ୍ରା । ଏଥିଲାଗି ଗାଁଠୁ ସହର ଚଳଚଞ୍ଚଳ ହୋଇଉଠିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri