ଭଙ୍ଗାଘରେ ଚାଲିଛି ସମିତି କାର୍ଯ୍ୟାଳୟ

ଝୁମ୍ପୁରା, ୨୧।୮ (ଡି.ଏନ.ଏ.)-ଚାଷୀ ଓ ଚାଷ ସହିତ ଓତପ୍ରୋତ ଭାବେ ଜଡିତ ଝୁମ୍ପୁରା ବୃହଦାଗାର ବହୁମୁଖୀ ସମବାୟ ସମିତି ଲିଃ (ଲ୍ୟାମ୍ପସ)ର କାର୍ଯ୍ୟାଳୟ, ଗୋଦାମ ଗୃହ ଏବେ ଭଗ୍ନ ଅବସ୍ଥାରେ। ଚାଷୀଙ୍କ ପାଇଁ ଗୋଦାମ ଘରେ ରଖାଯାଉଥିବା ସାର ଓ ଔଷଧ ବର୍ଷାପାଣିରେ ଓଦା ହୋଇଯାଉଛି। କାନ୍ଥ ସବୁ ଏମିତି ଅବସ୍ଥାକୁ ଆସିଲାଣି ଯେ, କେତେବେଳେ ଭୁଶୁଡ଼ି ପଡିବ କହିହେବ ନାହିଁ। ଉପରେ ଟିଣ ଓ ଟାଇଲର ଛପର। ଲ୍ୟାମ୍ପସ୍‌ରେ ରେଜିଷ୍ଟ୍ରେଶନ ହୋଇଥିବା ଝୁମ୍ପୁରା ବ୍ଲକର ୩ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କର କାଗଜପତ୍ର ସହିତ ସମବାୟ ସମିତିର କାର୍ଯ୍ୟାଳୟର ସମସ୍ତ ଫାଇଲ ମଧ୍ୟ ଏହି ଭଙ୍ଗାଘରେ ରଖାଯାଉଛି। ସମବାୟ ସମିତିର ଘରଗୁଡିକର କବାଟ, ଝରକା ମଧ୍ୟ ଭାଙ୍ଗି ଗଲାଣି। ଚାଷୀଙ୍କ ପାଇଁ ବିଶ୍ରାମ ଗୃହଟିଏ ନାହିଁ। ପୁଣି କାର୍ଯ୍ୟାଳୟର ଏକ ପାର୍ଶ୍ୱରେ ରହିଛି ଲ୍ୟାମ୍ପସ୍‌ର ଏକ ମିନିବ୍ୟାଙ୍କ। ଚାଷୀଙ୍କର ପାସ୍‌ବହି ରଖାଯିବା ସହିତ ଦେଣନେଣ କାରବାର ମଧ୍ୟ ହୋଇଥାଏ। ଏହା ବ୍ୟତୀତ ଧାନ ଅମଳ ସମୟରେ ଚାଷୀଙ୍କ ଉପତ୍ାଦିତ ଧାନ ଲ୍ୟାମ୍ପସ୍‌ ଦ୍ୱାରା ହିଁ କ୍ରୟ କରାଯାଇଥାଏ। ଭଙ୍ଗାଘର, ଭଙ୍ଗା ଟେବୁଲ ଚେୟାରରେ ବସି କାର୍ଯ୍ୟାଳୟ କାମ ତୁଲାଉଥିଲେ ହେଁ, ପଚାରିଲେ ସମବାୟ ସମିତିର କର୍ମଚାରୀମାନେ ନୀରବ ରହୁଛନ୍ତି। ଚାଷୀଙ୍କର ବିଶ୍ରାମ ଗୃହ ସହିତ ସମସବାୟ ସମିତିର ଘର ଗୁଡିକର ଛପର ବଦଳାଇବା ଏବଂ ମରାମତି କରିବା ପାଇଁ ଚାଷୀ ସମୂହ ବାରମ୍ବାର ଦାବି କରି ଆସୁଛନ୍ତି। କିନ୍ତୁ ତାହା ହୋଇପାରୁନାହଁ। ଆବଶ୍ୟକତା ଦୃଷ୍ଟିରୁ ୧୯୭୭ ମସିହା ଠାରୁ ଝୁମ୍ପୁରା ଲ୍ୟାମ୍ପସ୍‌ କାର୍ଯ୍ୟକ୍ଷମ ହୋଇଛି। ସେବେଠାରୁ ନିର୍ମାଣ ହୋଇଥିବା ଏହିସବୁ ଘର ଭଗ୍ନ ଅବସ୍ଥାକୁ ଚାଲି ଆସିଥିଲେ ହେଁ, ମରାମତି ପାଇଁ ଧ୍ୟାନ ଦିଆଯାଉନାହିଁ। ଏ ସମ୍ପର୍କରେ ଝୁମ୍ପୁରା ଲ୍ୟାମ୍ପସର ନିର୍ଦ୍ଦେଶିକା ସସ୍ମିତା ପ୍ରଧାନଙ୍କୁ ପଚାରିବାରୁ ଘରଗୁଡିକର ମରାମତି ପାଇଁ ରିପୋର୍ଟ କରାଯାଇଛି। ଚମ୍ପୁଆସ୍ଥିତ ଏଆରସିଏସ ସରୋଜିନୀ ଜେନା କହିଛନ୍ତି ଯେ, ଝୁମ୍ପୁରା ଲ୍ୟାମ୍ପସ ଘର ମରାମତି ତଥା ନିର୍ମାଣ ଏବେ ବିଚାରାଧୀନ ରହିଛି, ମରାମତି ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଲୋମଟାଙ୍କୁରା ଘଟଣା; ନିଶାରେ ଯୁବତୀଙ୍କୁ ଗଣବଳାତ୍କାର କଲେ ୪ ଯୁବକ, ପ୍ରମାଣ ନଷ୍ଟ କରିବା ପାଇଁ ଫାଶୀ ଦେଇଦେଲେ

ହାଇଦ୍ରାବାଦ,୧୦।୪: ତେଲଙ୍ଗାନାର ୱାରାଙ୍ଗଲ ଜିଲାରେ ଜଣେ  ୨୧ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ଗଣବଳାତ୍କାର ଏବଂ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା, ପ୍ରକଳ୍ପ ବନ୍ଦ ନିଷ୍ପତ୍ତି ନେଇ…

ଭୁବନେଶ୍ୱର,୧୦ା୪: ରାଜ୍ୟରେ ପୁଣି ଜୋର୍‌ ଧରିଛି ମେଟ୍ରୋ ପ୍ରକଳ୍ପ ରାଜନୀତି। ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ପ୍ରକଳ୍ପ ବନ୍ଦ ନିଷ୍ପତ୍ତି…

କ୍ଷତିଗ୍ରସ୍ତ ଚାଷୀଙ୍କୁ ଠିକ୍‌ଭାବେ ପ୍ରଦାନ କରାଯାଉନାହିଁ ବୀମାରାଶି, ଜିଲାରେ ପୁଣି…

ବରଗଡ଼,୧୦।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇପଡ଼ିଛି। ବିଭିନ୍ନ ସମୟରେ ଚାଷୀମାନେ ଫସଲକ୍ଷତିର ସମ୍ମୁଖୀନ ହେଉଛନ୍ତି, ଅଥଚ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଠିକ୍‌ଭାବେ ବୀମାରାଶି…

ଅଧ୍ୟାପିକାଙ୍କୁ ନିର୍ଯାତନା ଦେଇ ଜେଲ୍‌ ଗଲେ କଲେଜ ଅଧ୍ୟକ୍ଷ

ଝାରବନ୍ଧ,୧୦ା୪(ଦେବେନ୍ଦ୍ର ସାହୁ): ଜଣେ ଅଧ୍ୟାପିକାଙ୍କୁ ମାନସିକ ନିର୍ଯାତନା ଦେବା ବରଗଡ଼ ଜିଲା ଝାରବନ୍ଧ ଜୁନିଅର ଅଧ୍ୟକ୍ଷ ପ୍ରମୋଦ କୁମାର ସାହୁଙ୍କୁ ମହଙ୍ଗା ପଡ଼ିଛି। ଶେଷରେ ତାଙ୍କୁ ଜେଲ୍‌…

ମା’ ଆଖି ସାମ୍ନାରେ ବୋରୱେଲରେ ପଡ଼ିଗଲା ଶିଶୁ, ୭୦ ଫୁଟ ଗଭୀରରେ….

ଭୋପାଳ,୧୦।୪: ଉଜ୍ଜୈନଠୁ ପ୍ରାୟ ୭୫ କିଲୋମିଟର ଦୂରରେ ଥିବା ବଡ଼ନଗର ନିକଟବର୍ତ୍ତୀ ଝଲାରିଆ ଗାଁରେ ଅଘଟଣ । ତିନି ବର୍ଷର ନିର୍ଦ୍ଦୋଷ ଶିଶୁ ଏକ ବୋରୱେଲରେ ପଡ଼ିଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri