ଭଙ୍ଗାଗଲା ମଙ୍ଗୁ ମଠ

ପୁରୀ ଅଫିସ, ୧୦।୧୨:ବହୁ ବାଦ ବିବାଦ ପରେ ଶେଷରେ ଉଚ୍ଛେଦ ହୋଇଛି ମଙ୍ଗୁ ମଠ। ସୋମବାର ମଠର ବ୍ୟବସାୟିକ କୋଠା ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ଏହି ମଠକୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ହୋଇଥିଲା। ଏମିତି କି ହାଇକୋର୍ଟରେ ମଧ୍ୟ ମାମଲା ଦାଏର କରାଯାଇଥିଲା। ହେଲେ ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଥିବା ଏହି ମଠର ବ୍ୟବସାୟିକ କୋଠାକୁ ସୁରକ୍ଷା ମିଳିପାରି ନ ଥିଲା। ପ୍ରଥମ ଦିନରେ ପ୍ରାୟ ୫୦ ପ୍ରତିଶତ ଭଙ୍ଗାଯାଇଛି। ଏହାକୁ ସମ୍ପୂର୍ଣ୍ଣ ଭାଙ୍ଗିବା ପାଇଁ ଆହୁରି ଦୁଇଦିନ ଲାଗିପାରେ ବୋଲି ପ୍ରଶାସନ କହିଛି।
ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଥିବା ଲଙ୍ଗୁଳି ମଠ, ଏମାର ମଠ ଏବଂ ବଡ଼ ଆଖଡା ମଠ ଭଙ୍ଗାଯିବା ପରେ ମଙ୍ଗୁ ମଠ ଉଚ୍ଛେଦ ଲାଗି ପ୍ରଶାସନ ପ୍ରସ୍ତୁତ ହୋଇଥିଲା। ମଠର ବ୍ୟବସାୟିକ କୋଠା ମାପଚୁପ ମଧ୍ୟ କରିଥିଲା। ହେଲେ ଏହାକୁ ନେଇ ଏକାଧିକ ପ୍ରତିବନ୍ଧକ ସାମ୍ନାକୁ ଆସିଥିଲା। ମଙ୍ଗୁ ମଠ ଉଚ୍ଛେଦ ହେଲେ ଗୁରୁ ନାନକଙ୍କ ଶ୍ରୀକ୍ଷେତ୍ର ଆଗମନ ସ୍ମୃତି ଲୋପ ପାଇଯିବ ବୋଲି ଦିଲ୍ଲୀ ଗୁରୁଦ୍ୱାର ପ୍ରବନ୍ଧକ କମିଟି ଜିଲାପାଳଙ୍କୁ ଭେଟି ଜଣାଇଥିଲେ। ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ ଏହି ମଠକୁ ନ ଭାଙ୍ଗିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟୁଇଟ୍‌ କରିଥିଲେ। ମଠରେ ବ୍ୟବସାୟ କରୁଥିବା ବ୍ୟବସାୟୀମାନେ ନିଜ ନିଜ ସ୍ତରରେ ଏହାକୁ ସୁରକ୍ଷା ଦେବା ପାଇଁ ଚେଷ୍ଟା କରିଥିଲେ। ଏ ନେଇ ହାଇକୋର୍ଟରେ ମାମଲା ବି ଦାଏର ହୋଇଥିଲା। ଏହାସତ୍ତ୍ୱେ ପ୍ରଶାସନ ଦୁଇଦିନ ପୂର୍ବରୁ ମଠ ମହନ୍ତଙ୍କୁ ଡାକି ଉଚ୍ଛେଦ ସଂକ୍ରାନ୍ତରେ ଜଣାଇବା ସହ ଏଠାକାର ବ୍ୟବସାୟୀଙ୍କୁ ଜିନିଷପତ୍ର ଖାଲି କରିବାକୁ କହିଥିଲା। ରବିବାର ରାତି ସୁଦ୍ଧା ସବୁ ଜିନିଷପତ୍ର ଖାଲି ହେବା ପରେ ସୋମବାର ସକାଳୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିଲା। ୪ ପ୍ଲାଟୁନ ଫୋର୍ସ, ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟଙ୍କ ସହ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ, ଉପଜିଲାପାଳ ଭବତାରଣ ସାହୁ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କୋଠାକୁ ଭଙ୍ଗାଯାଇଥିଲା। ଏହି ମଠରେ ଗୋଟିଏ ଲଜ୍‌, ହୋଟେଲ, ରେଷ୍ଟୁରାଣ୍ଟ ସହ ପ୍ରାୟ ୨୦ଟି ଦୋକାନ ରହିଥିଲା। ଏ ନେଇ ଅତିରିକ୍ତ ଜିଲାପାଳ ଦାଶ କହିଛନ୍ତି, ମଠର ମନ୍ଦିର, ଗାଦିଘର ଓ ଠାକୁରଙ୍କ ବିଜେସ୍ଥଳୀକୁ ବାଦ୍‌ ଦିଆଯାଇ ଆଉ ସବୁ ନିର୍ମାଣ ଭଙ୍ଗାଯିବ। ଏଥିପାଇଁ ସମସ୍ତଙ୍କ ସହ ଆଲୋଚନା ହୋଇଛି। ମଠ ଅନ୍ତେବାସୀଙ୍କୁ ଅନ୍ୟତ୍ର ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ବ୍ୟବସାୟୀମାନଙ୍କୁ ମଧ୍ୟ ଥଇଥାନ କରାଯିବ। ସେହିପରି ଉପଜିଲାପାଳ କହିଛନ୍ତି, ମଙ୍ଗୁ ମଠର ବ୍ୟବସାୟିକ କୋଠା ପ୍ରାୟ ୫୦ ପ୍ରତିଶତ ଭଙ୍ଗା ସରିଛି। ବ୍ୟକ୍ତିଗତ ପ୍ଲଟରୁ ଉଚ୍ଛେଦ ବେଳେ ମଣିକର୍ଣ୍ଣିକା ସାହିରେ ଯେଉଁ ବିଦ୍ୟୁତ୍‌ ଖୁଣ୍ଟ ଯୋଗୁ ସମସ୍ୟା ଉପୁଜୁଥିଲା ତାହାକୁ ହଟାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri