ଭଙ୍ଗା ଗଢ଼ାରେ ଜବରଦଖଲ ଉଚ୍ଛେଦ

ସ୍ଥିତପ୍ରଜ୍ଞ ମିଶ୍ର
ଭୁବନେଶ୍ୱର, ୫।୯(ବ୍ୟୁରୋ): ମୁଖ୍ୟ ଡ୍ରେନ ହେଉ ଅବା ସ୍କୁଲ ଆଗ ସବୁଠି ଜବରଦଖଲକାରୀଙ୍କ ରାଜ। ରାସ୍ତାପାଖ ଦୋକାନୀମାନେ ନିଜ ଇଚ୍ଛା ମୁତାବକ ସେମାନଙ୍କ ଦୋକାନ ଆଗକୁ ବଢ଼ାଇବାରେ ଲାଗିଛନ୍ତି। ଫଳରେ ସେହି ରସ୍ତାରେ ଯିବା ଆସିବା କରିବା କଷ୍ଟକର ହେଉଛି। ରାସ୍ତାଘାଟ ହେଉ କିମ୍ବା ବସ୍‌ ଟର୍ମିନାଲ ଅଥବା ରେଳ ଷ୍ଟେଶନ ସବୁଠି ଉଠାଦୋକାନୀମାନେ ଜବରଦଖଲ କରୁଛନ୍ତି। ତାହାକୁ ଜବରଦଖଲ ମୁକ୍ତ କରିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତପକ୍ଷ (ବିଡିଏ), ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଓ କମିଶନରେଟ୍‌ ପୋଲିସର ମିଳିତ ଉଚ୍ଛେଦକାରୀ ୯ ଦଳ କାମ କରଛନ୍ତି। ହେଲେ ଏହାର କିଛି ସୁଫଳ ଲୋକଙ୍କୁ ମିଳୁନାହିଁ। ଗୋଟିଏ ଦିନରେ ଜବରଦଖଲ ଭାଙ୍ଗି ଦିଆଯାଉଥିବା ବେଳେ ତା’ର ପରଦିନକୁ ପୁଣି ସେଠାରେ ସ୍ଥାନ ଲୋକଙ୍କ ଦଖଲକୁ ଚାଲିଯାଉଛି। ଭୁବନେଶ୍ୱରକୁ ସୁନ୍ଦର କରିବାକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ତେବେ ସହରକୁ ସୌନ୍ଦର୍ଯ୍ୟକରଣରେ ବାଧକ ସାଜିଛନ୍ତି ଜବରଦଖଲକାରୀମାନେ। ସହରର ରାସ୍ତା କଡ଼ ଉଠା ଦୋକାନ ହେଉ ଅବା ଫୁଟ୍‌ପାଥକୁ ମାଡ଼ି ବସିଛନ୍ତି। ଏମିତିକି ଡ୍ରେନ ଉପରେ ଦୋକାନ କରିବା ଦ୍ୱାରା ନାଳ ପୋତି ହୋଇଯାଇଛି। ବିଏମ୍‌ସି ହେଉ ଅବା ବିଡିଏ ଜବରଦଖଲ ଉଚ୍ଛେଦ ପାଇଁ ବିଭିନ୍ନ ଦଳରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଗଠନ କରାଯାଇଛି। ଟିମ୍‌ ବି ଘନ ଘନ ଗସ୍ତ କରି ବିଭିନ୍ନ ଜାଗାରୁ ସହରକୁ ଜବରଦଖଲ ମୁକ୍ତ କରିବା କାର୍ଯ୍ୟ କରୁଛି। ଟିମ୍‌ ସେଠାରୁ ଆସିବା ପରେ ପୁଣି ଜବରଦଖଲକାରୀମାନେ ନିଜ ସ୍ଥାନ ନିରୂପଣ କରି ନେଉଛନ୍ତି। ଏହି ସମସ୍ୟାକୁ କର୍ତ୍ତୃପକ୍ଷମାନେ ଗୁରୁତର ଭାବେ ନେଉଛନ୍ତି ନା କେବଳ ଲୋକଦେଖାଣିଆ ଉଚ୍ଛେଦ କରି ଦେଇ ନିଜର ଦାୟିତ୍ୱ ଶେଷ କରିଛନ୍ତି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
କୋଚିଲେଇ ହାଟ ନିକଟରେ ପୁଣି ଜବରଦଖଲ
ରସୁଲଗଡ଼ ଛକରେ ବାରମ୍ବାର ଭିଡ଼ ଜମୁଥିବାରୁ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଥିଲା। କୋଚିଳାଖାଇ ହାଟ ସମ୍ମୁଖରେ ବହୁ ଠେଲାଗାଡିରେ ଅସ୍ଥାୟୀ ଦୋକାନୀ ବେପାର କରୁଥିଲେ। ରାସ୍ତା ଉପରେ ଗାଡ଼ି ରଖି ଲୋକେ ସେଠାରେ ଖାଦ୍ୟ ଖାଉଥିବାରୁ ମିଳିତ ଉଚ୍ଛେଦକାରୀ ଦଳ ସେଠାରେ ଉଚ୍ଛେଦ କରିଥିଲା। ହେଲେ ଉଚ୍ଛେଦର କିଛିଦିନ ପରେ ପୁଣି ପୂର୍ବ ପରି ଅସ୍ଥାୟୀ ଦୋକାନୀମାନେ ଠେଲା ଗାଡି ଲଗାଇ ବେପାର ଚଳାଇଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ଏ ନେଇ ଆନ୍ତରିକତା ଦେଖାଉ ନ ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ରଙ୍ଗିଲା ଢାବା ଏବେ ତାରିଣୀ
ମାଷ୍ଟରକ୍ୟାଣ୍ଟିନରେ ଥିବା ବସ୍‌ ଟର୍ମିନାଲ ନିକଟରୁ ଜୁଲାଇ ୧୫ରେ ଉଚ୍ଛେଦ ହୋଇଥିଲା। ମୁଖ୍ୟ ଶାସନ ସଚିବଙ୍କ ଚିଠି ଓ ସାଧାରଣ ପ୍ରଶାସନ ବିଭାଗରୁ ନିର୍ଦ୍ଦେଶ ମିଳିବା ପରେ ବସ୍‌ ଟର୍ମିନାଲ ନିକଟରେ ଥିବା ପ୍ଲଟ ନଂ. ୯୫୫ ଓ ୧୪୮୯ (ସରକାରୀ ଜମି)ରେ ଥିବା ଜବରଦଖଲ ରଙ୍ଗିଲା ଢାବା ଓ ଏକ ସାଇକେଲ ଷ୍ଟାଣ୍ଡକୁ ହଟାଇ ଦିଆଯାଇଥିଲା। ହେଲେ ମାସେ ନ ପୁରୁଣୁ ଜବରଦଖକାରୀ ଜଣକ ଅନ୍ୟଜଣଙ୍କ ନଁାରେ ଏକ ହାଇକୋର୍ଟ ପିଟିସନ ଆଣି ଉକ୍ତ ସ୍ଥାନରେ ପୁଣି ଢାବା ଚଲାଇବାରେ ଲାଗିଛନ୍ତି। ଏମିତିକି ବୁଧବାର ସକାଳେ ଢାବା ସାମ୍ନାରେ ଇଟାରେ କାନ୍ଥ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଗଣେଶ ପୂଜାଠାରୁ ସେ ଢାବା ଆରମ୍ଭ କରିଥିବା କଥା ଏବେ ଜଣାପଡ଼ିଛି। ମୋବସ୍‌ କର୍ମଚାରୀମାନଙ୍କ ସହ ପାଟିତୁଣ୍ଡ କରୁଥିବାରୁ ସେମାନେ ଏହାକୁ ବିରୋଧ କରିଥିଲେ। ଏମିତିକି ବିଏମ୍‌ସି କମିଶନରଙ୍କ ପାଖରେ ମଧ୍ୟ ଏ ନେଇ କଥା ପଡ଼ିଲାଣି। ହେଲେ ବିଭାଗୀୟ କର୍ତ୍ତୃପକ୍ଷ କାହିଁକି ଚୁପ୍‌ ବିସିଛନ୍ତି ତାହା ଏବେ ତାହା ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ନାଁକୁ ମାତ୍ର ରାତ୍ରି ଉଚ୍ଛେଦ
ବାଣିବିହାରରୁ ଶିଶୁଭବନ ଛକ ଯାଏ ଗଢି ଉଠିଥିବା ବେଆଇନ ଜବରଦଖଲକୁ ମୁକ୍ତ କରାଯିବ। ଏ ନେଇ ଏକ ସ୍ବତନ୍ତ୍ର ଉଚ୍ଛେଦକାରୀ ଦଳ ପ୍ରସ୍ତୁତ କରାଗଲା। କିନ୍ତୁ ଗୋଟିଏ ଦିନ ଉଚ୍ଛେଦ ପରେ ତାହା ବନ୍ଦ ହୋଇଗଲା। ଗୋଟିଏ ଦିନରେ ଅଳ୍ପ କିଛି ରାସ୍ତା ପାଖ ଅସ୍ଥାୟୀ ଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ହଟେଇ ଦେବା ପରେ ବିଭାଗୀୟ କର୍ତ୍ତୃପକ୍ଷ ଅଚିନ୍ତାରେ ଶୋଇଗଲେ। ରାସ୍ତାକୁ ହଜାର ହଜାର ଜବରଦଖଲକାରୀ ନିଜ କବ୍‌ଜାରେ ରଖିଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ଅଳ୍ପ କିଛି ଉଚ୍ଛେଦ କରି ଚୁପ୍‌ ହୋଇ ବସି ଯାଉଛନ୍ତି ବୋଲି ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଲୋକଦେଖାଣିଆ ଉଚ୍ଛେଦ
ବୁଧବାର ମଳିତ ଉଚ୍ଛେଦକାରୀ ଦଳ ପକ୍ଷରୁ ସହରର ୩ଟି ଭିନ୍ନ ସ୍ଥାନରେ ଉଚ୍ଛେଦ କରାଯାଇଛି। ସଚିବାଳୟ ପଛ, ମଞ୍ଚେଶ୍ୱର ଓରେଡା କାର୍ଯ୍ୟାଳୟ ନିକଟ ଓ ଝାରପଡ଼ାରୁ ଲକ୍ଷ୍ମୀସାଗର ରାସ୍ତାର ଫୁଟପାଥରେ ଏହି ଉଚ୍ଛେଦ କରାଯାଇଛି। ଏଥିରେ ମୋଟ ୧୦ଟି ଅସ୍ଥାୟୀ ହୋଟେଲ, ୨୭ଟି କ୍ୟାବିନ, ୧୨ ଅସ୍ଥାୟା ଦୋକାନ, ୨ଟି ଗଣେଶ ମଣ୍ଡପ ସହ ଝାରପଡ଼ାରୁ ଲକ୍ଷ୍ମୀସାଗର ଯାଏ ଯାଇଥିବା ମୁଖ୍ୟ ରାସ୍ତା କଡ଼ରେ ଥିବା ସମସ୍ତ ଜବରଦଖଲକୁ ହଟାଇ ଦିଆଯାଇଛି। ବିଏମ୍‌ସି, ବିଡିଏ ଓ କମିଶନରେଟ ପୋଲିସ୍‌ ପକ୍ଷରୁ ଏହି ଉଚ୍ଛେଦ କରାଯାଇଥିବା ବେଳେ ଏଥିରେ ଉଚ୍ଛେଦ ଅଧିକାରୀ ପ୍ରମୋଦ ପାତ୍ର, ଯୋଗସୂତ୍ର ଅଧିକାରୀ ଶୁଭ୍ରାଂଶୁ ମହାନ୍ତି, ଉଚ୍ଛେଦ ଅଞ୍ଚଳର ଥାନା ଅଧିକାରୀଙ୍କ ସହ ପୋଲିସ ଫୋର୍ସ ଉପସ୍ଥିତ ଥିଲେ।
କୋର୍ଟ ଷ୍ଟେ-ଅର୍ଡର ଦେଖାଇ ଉଚ୍ଛେଦ ଅଟକାଉଛନ୍ତି
ଉଚ୍ଛେଦକାରୀ ଦଳ ତାର କାମ କରୁଛି। ଯେଉଁଠି ଉଚ୍ଛେଦ କରିବା ଲାଗି ଚିଠି ଆସୁଛି ତାକୁ ଜବରଦଖଲରୁ ମୁକ୍ତ କରାଯାଉଛି। ହେଲେ ପରେ ସେହି ସ୍ଥାନ ଉପରେ ସେମାନେ କୋର୍ଟରୁ ଷ୍ଟେ ଅର୍ଡର ଆଣି ପୁଣି ଥରେ ଜବରଦଖଲ କରୁଛନ୍ତି। ସେଥିପାଇଁ ବିଏମ୍‌ସିକୁ ଚିଠି କରାଯାଇଛି। ବିଏମ୍‌ସି ଯଦି କ୍ଲିୟରାନ୍ସ ଦିଏ ତାହା ହେଲେ ସମସ୍ତ ଜବରଦଖଲକାରୀଙ୍କୁ ଉଠାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri